• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ମାଛ ଚାଷକରି କରୁଛନ୍ତି ଅର୍ଥ ଉପାର୍ଜନ । ସରକାରଙ୍କ ସହାୟତା ଫଳରେ ଆସିକାର ଜାଗୃତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା’ ତୁଳସୀ ଗୋଷ୍ଠୀ ଆଜି ରୋଜଗାର କ୍ଷମ ହୋଇପାରିଛନ୍ତି । ସରକାରଙ୍କ ତରଫରୁ ମିଳିଥିବା ଟଙ୍କାକୁ ପରିଷୋଧ କରିବା ସହ ମହିଳାମାନେ ଆଜି ରୋଜଗାରକ୍ଷମ ହୋଇଛନ୍ତି ।

ଆସିକା ବ୍ଲକ ହରିଡ଼ାପଦର ପଞ୍ଚାୟତର ବରଗାଁ ଏବଂ ମାଗୁରା ଗାଁ । ଏହି ଦୁଇ ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜସ୍ୱ ଉଦ୍ୟମରେ ଆଜି ଭଲ ଦୁଇ ପାଇସା ରୋଜଗାର କରୁଛନ୍ତି । ଗାଁ ପୋଖରୀକୁ ଲିଜ୍‌ରେ ନେଇ କରୁଛନ୍ତି ମାଛ ଚାଷ । ମାଛ ମାନଙ୍କୁ ଦାନା ଦେବା ଠାରୁ ଆରମ୍ଭ କରି ପୋଖରୀର ଜଳ ସ୍ୱଚ୍ଛ ରଖିବାକୁ ଚୂନ ପକାଉଛନ୍ତି l ଆଉ ଏସବୁ କାମରେ ସାହାଯ୍ୟ କରନ୍ତି ସେମାନଙ୍କ ପରିବାରର ସଦସ୍ୟ ।

ଗତ ଦୁଇ ବର୍ଷରେ ମାଛ ଚାଷ କରି ଋଣ ଆଣିଥିବା ଟଙ୍କା ମଧ୍ୟରୁ ଏକ ଲକ୍ଷ ଟଙ୍କା ରିହାତି ମିଳିଛି । ମହିଳାଙ୍କୁ ଅଧିକ ପ୍ରାଧାନ୍ୟ ଏବଂ ରୋଜଗାରକ୍ଷମ ପାଇଁ ସରକାରଙ୍କ ବିଭିନ୍ନ ସ୍କିମ ରହିଛି । ତା’ ମଧ୍ୟରୁ ମାଛ ଚାଷ ଏକ ଲାଭ ଜନକ ବ୍ୟବସାୟ ହୋଇଥିବାରୁ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କୁ ସରକାରୀ ତାଲିମ ଦିଆଯାଇଛି ।