Advertisment

Puri Tragedy: ପହୁଡ଼ ଘଣ୍ଟାକ ପରେ ଉଠି ପାରିଥାନ୍ତା, ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା

ପହୁଡ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର ତାହା କରାଯାଇନି । ଯଦି ରାତି ୧୨ଟା କି ସାଢ଼େ ୧୨ଟାରେ ପହୁଡ଼ ପଡିଥିଲା । ଘଣ୍ଟାଏ ପରେ ପହୁଡ଼ ଉଠି ପାରିଥାଆନ୍ତା ।

ଅଦ୍ୟତନ ହୋଇଛି
Puri Tragedy

Puri Tragedy

Advertisment

ପୁରୀ ଶରଧାବାଲି ଅଘଟଣ ପରେ ପହୁଡ଼ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର । କହିଛନ୍ତି ପ୍ରଶାସନର ଅବହେଲା ଯୋଗୁଁ ଏଭଳି ଅଘଟଣ ଘଟିଛି । ପହୁଡ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର ତାହା କରାଯାଇନି । ଯଦି ରାତି ୧୨ଟା କି ସାଢ଼େ ୧୨ଟାରେ ପହୁଡ଼ ପଡିଥିଲା । ଆଜି ରବିବାର ଅଛି । ଘଣ୍ଟାଏ ପରେ ପହୁଡ଼ ଉଠି ପାରିଥାଆନ୍ତା ।

Advertisment

ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ପହୁଡ଼ ପଡ଼ିଥିବା ନେଇ ଘୋଷଣା କରିପାରିଥାନ୍ତେ । ସୂଚନା କେନ୍ଦ୍ର ପାଖରେ ଯେହେତୁ କେହି ନ ଥିଲେ ଭକ୍ତ କିଛି ବି ଜାଣି ପାରିଲେନି । ଫଳରେ ଲୋକମାନେ ବ୍ୟାରିକେଡ୍ ପାଖରେ ଜରି ପକାଇ ବସିଲେ । ଭିଡ଼ ଅଧିକ ହେବାରୁ ଠେଲାପେଲା ହେଲା । ତଳେ ଜରି ପଡିଥିବାରୁ ଲୋକମାନେ ଖସିକି ପଡିଗଲେ । ଆଉ ଏଭଳି ଅଘଟଣ ଘଟିଗଲା । ଏସବୁ ନିଷ୍ପତ୍ତି ପରିଚାଳନା କମିଟି ଥିଲେ ନେଇ ପାରିଥାନ୍ତା । ଚଳିତଥର ରାଜ୍ୟ ସରକାର ବିନା ପରିଚାଳନା କମିଟିରେ ରଥଯାତ୍ରା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଶରଧାବାଲି ଅଘଟଣ: କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ; କହିଲେ, ଏଭଳି ଅବହେଳା ଅକ୍ଷମଣୀୟ

Advertisment

ସୂଚନା ଅନୁସାରେ, ଆଜି ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭୋରରେ ଠେଲାପେଲା ସ୍ଥିତି ହୋଇଥିଲା । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା। ଭୋର୍ ୪ଟାରେ ଅଘଟଣ ଘଟିଥିଲା। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଥିବାବେଳେ ଠେଲାପେଲାରେ ୨ ମହିଳା ଭକ୍ତ ଓ ଜଣେ ପୁରୁଷ ଭକ୍ତଙ୍କ ମୃତ୍ୟୁ ଘଟିଛି। ୩ ମୃତକ ହେଲେ ପ୍ରଭାତୀ ଦାସ, ବାସନ୍ତୀ ସାହୁ ଏବଂ ପ୍ରେମକାନ୍ତ ମହାନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଭିଡ଼ ଭିତରେ ଚାରମାଳ ବୋଝେଇ ୨ଟି ଟ୍ରକ ପଶିବାରୁ ଆରମ୍ଭ ଠେଲାପେଲା ହୋଇଥିଲା । ଏହାପରେ ଅଘଟଣ ଘଟିଥିବା ଅଭିଯୋଗ ହେଉଛି। ସୂଚନା ମୁତାବକ, ରାତି ସାଢେ ୧୨ଟାରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିଲା। ଭୋର୍ ୩ଟା ୪୫ରେ ପହୁଡ଼ ଖୋଲିଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ପ୍ରବଳ ଭିଡ଼ ଥିଲା। ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ କେହି ପୋଲିସ ଉପସ୍ଥିତ ନଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

Advertisment

ଅଧିକ ପଢ଼ନ୍ତୁ: ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ ୨ ଘଣ୍ଟା

Puri Jaggannth Temple Puri Rath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ