Jayanarayan Mishra,: ମହିଳା IICଙ୍କୁ ମାଡ଼ ଘଟଣା: ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ । 

SC dismisses anticipatory bail plea of Odisha BJP MLA

‍ବଡ଼ ଖବର । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆବେଦନ ଖାରଜ । ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ । ଜୟନାରାୟଣଙ୍କ ଆବେଦନକୁ ପ୍ରଥମେ ହାଇକୋର୍ଟ ଖାରଜ କରିଥିଲେ । ଏହାକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ । ଆରେଷ୍ଟ ସମ୍ଭାବନା ନେଇ ଆଗୁଆ ଜାମିନ୍ ମାଗିଥିଲେ । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ତେବେ ଜୟନାରାୟଣଙ୍କ ଓକିଲଙ୍କ କହିବା ଅନୁଯାୟୀ, ଏନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ହେଲେ ରାଜ୍ୟ ସରକାର ଏ ଘଟଣାରେ କୌଣସି ଗିରଫଦାରୀ ନହେବା ସ୍ପଷ୍ଟ କରିଥିଲେ । ଯେହେତୁ ଗିରଫଦାରୀର ସମ୍ଭାବନା ନାହିଁ, ତେଣୁ ଆଗୁଆ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଅଧିକ ପଢ଼ନ୍ତୁ: Ration Card: ‘ନଭେମ୍ବରରେ ସରିବ E-KYC ଯାଞ୍ଚ, ଜାନୁଆରୀରୁ ଦିଆଯିବ ନୂଆ ରାସନ କାର୍ଡ’

ଘଟଣା କଣ ଥିଲା ?

ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରି ବିଜେପି କର୍ମୀ ବିକ୍ଷୋଭ କରୁଥିବା ସମୟରେ ଧନୁପାଲୀ ଆଇଆଇସି ଅନୀତା ପ୍ରଧାନଙ୍କୁ ଜୟନାରାୟଣ ଆକ୍ରଣମ କରିଥିବା ଅଭିଯୋଗ ହୋଇଥିଲା । ଘେରାଉ ସମୟରେ ଜୟନାରାୟଣ ମିଶ୍ର ଧନୁପାଲି ଥାନା ଆଇଆଇସିଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପ୍ରଥମେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ବିଧାୟକ । ହେଲେ ସେଠୁ ତାଙ୍କୁ ଆଶ୍ବସ୍ତି ନମିଳିବାରୁ ପରେ ସେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ପ୍ରସଙ୍ଗଟି ଏଇଠି ଅଟକି ନଥିଲା । ଏହି ଘଟଣାରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ । ଏକ ରାଲିରେ ସେମାନେ ଆଇଜିଙ୍କ କାର୍ଯ୍ୟାଳୟକୁ ଯାଇ ଜୟ ନାରାୟଣଙ୍କୁ ଗିରଫ ପାଇଁ ଦାବିପତ୍ର ମଧ୍ୟ ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ । ବିରୋଧୀ ଦଳ ନେତା ପଦରେ ଅଧିଷ୍ଠିତ ଜଣେ ବରିଷ୍ଠ ନେତା କାର୍ଯ୍ୟରତ ଜଣେ ମହିଳା ଆଇଆଇସିଙ୍କୁ ହାତ ଉଠାଇବା ଘଟଣାକୁ ବିଭିନ୍ନ ମହଲରେ ମଧ୍ୟ ନାପସନ୍ଦ କରାଯାଇଥିଲା । 

ଅଧିକ ପଢ଼ନ୍ତୁ: Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା