Advertisment

ହାଇକୋର୍ଟରୁ ନିରାଶ ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହାଇକୋର୍ଟରୁ ନିରାଶ । ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ହୋଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jay Narayan Mishra Bail Plea Rejected By High Court

Anticipatory bail plea of Opposition leader Jay Narayan Mishra rejected by High Court

ବରିଷ୍ଠ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହାଇକୋର୍ଟରୁ ନିରାଶ ହୋଇଛନ୍ତି । ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ଗତ ଫେବୃଆରୀ ୧୫ ତାରିଖ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ ବେଳେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ଘଟଣାରେ ଆଗୁଆ ଜାମିନ ଦେବାକୁ ହାଇକୋର୍ଟ ମନା କରି ଦେଇଛନ୍ତି ।

Advertisment

ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ କର୍ତ୍ତବ୍ୟ ସଂପାଦନରେ ବାଧା ଅଭିଯୋଗରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ । ଉକ୍ତ ମାମଲାରେ ହାଇକୋର୍ଟ ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ କରି ଦେଇଛନ୍ତି ।

ସେହିପରି କ୍ଷେତରାଜପୁର ଥାନା ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ନିମ୍ନ ଅଦାଲତରେ 
ଜୟନାରାୟଣ ଆତ୍ମସମର୍ପଣ କରି ନିୟମିତ ଜାମିନ ପାଇଁ ନିବେଦନ କଲେ ଏହା ଉପରେ ଆଇନ୍ ଅନୁସାରେ ତ୍ୱରିତ ବିଚାର କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।

Advertisment

୨୦୨୨ ମସିହାରେ ସମ୍ବଲପୁର ସଦର ତହସିଲଦାରଙ୍କୁ ଦୁର୍ବ୍ୟବହାର ଧମକ ଅଭିଯୋଗରେ ଜୟନାରାୟଣ ଓ ତାଙ୍କ ସମର୍ଥକଙ୍କ ନାଁରେ କ୍ଷେତରାଜପୁର ଥାନାରେ ମାମଲା ହୋଇଥିଲା । 

Jay Narayan Mishra BJP High Court
Advertisment
Advertisment