Advertisment

Sabitri Leave Date Changed: ବଦଳିଲା ସାବିତ୍ରୀ ଛୁଟି ତାରିଖ, ଜାଣନ୍ତୁ କାହିଁକି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ସାବିତ୍ରୀ ଛୁଟିଓ ଅମାବାସ୍ୟା ପାଇଁ ମେ ୨୭ ତାରିଖକୁ ବଦଳାଯାଇ, ଏବେ ଏହା ପାଳନ ହେବ ମେ ୨୬ ତାରିଖରେ। ଏହି ପରିବର୍ତ୍ତନ ପୁରୀ ମୁକ୍ତି ମଣ୍ଡପ ଓ ଅନ୍ୟାନ୍ୟ ଧାର୍ମିକ ସଂସ୍ଥା ସହିତ ଆଲୋଚନା କରି ନିଷ୍ପତି ହୋଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
savitri

savitri

ରାଜ୍ୟ ସରକାରଙ୍କ ପକ୍ଷରୁ ସାବିତ୍ରୀ ଛୁଟି ତାରିଖ ବଦଳା ଯାଇଛି। ପୂର୍ବରୁ ମେ ୨୭ ତାରିଖରେ ସାବିତ୍ରୀ ପଡୁଥିବା ବେଳେ ବର୍ତ୍ତମାନ ୨୬ ତାରିଖରେ ଏହା ପାଳନ କରାଯିବ ବୋଲି ଜଣା ପଡିଛି। ଛୁଟି ତାରିଖରେ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର ପ୍ରଦାନ କରିଛନ୍ତି।

Advertisment

ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ। ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ! ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ିଲେନି...

Advertisment
Savitri Brata Mohan Charan Majhi
Advertisment
Advertisment