Advertisment

Sarathi Baba: ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା

କେନ୍ଦ୍ରାପଡ଼ାକୁ ଆଉ କିଛି ଦିନ ପରେ ଫେରିପାରନ୍ତି ସନ୍ତୋଷ ରାଉଳ ଓରଫ୍ ସାରଥି ବାବା । ତଥାକଥିତ ବାବା ସାରଥୀଙ୍କୁ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଏହି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ ।

ଅଦ୍ୟତନ ହୋଇଛି
sarathi

sarathi

Advertisment

ମାନ୍ୟବର... ମୁଁ ଆସିଗଲି... ଓଃ କି ଖୁସି। ଦୀର୍ଘ ୧୦ ବର୍ଷ ପରେ ଏଥର ବାଜି ପଲଟିଛି। ଦୁଧକା ଦୁଧ୍‌, ପାନିକା ପାନି... ଇଏ ଦେଖୁନ, ମୁଁ ପୁଣି କେନ୍ଦ୍ରାପଡ଼ା ଯାଉଛି। ରାସ୍ତାଘାଟ ସବୁ ବଦଳି ଯାଇଛି । ହଁ ବଦଳନ୍ତାନି କେମିତି ଗୋଟେ ଦଶନ୍ଧି ହେଲାଣି । ସେ ଦିନ ଜେଲକୁ ଯିବାବେଳେ କି ଲୋକ ଲୋ ବୋପା, କି ବାଡ଼ିଆ ପିଟା, କି ପଥର ଫିଙ୍ଗା। ଓଃ ସେ କଥା ମନେପଡ଼ିଲେ ଆଜି ବି ଏ ଦେହଟା ଶୀତେଇ ଯାଉଛି । କଥାରେ ଅଛି ପରା ଆଜି ତୋ ଦିନ, କାଲି ମୋର ବି ଦିନ ଆସିବ, ଏଇ ଦେଖ ଆଜି ମୋ ଦିନ ବି ଆସିଛି । ମୁଁ ମୋ ବାରିମୂଳକୁ ଯାଉଛି । କଟକଣା ହଟୁଛି, ଧୀରେ ଧୀରେ ହଟିବ । ପୂର୍ବପରି ପୁଣି ଆଶ୍ରମରେ ଗୋପୀମାନଙ୍କ ଗହଳି ଲାଗିବ । ମୁଁ ସାଜିବି ଆଣ୍ଠୁଆ ଗୋପାଳ । ଚାଲିବ ପୁଣି ମୋ ପଲଙ୍କ ସେବା । ଓଃ ସେ କଥା ମନେପଡ଼ିଲେ ଖାଲି କୁତୁ କୁତୁ ଲାଗୁଛି ତ ଆଉ । ହେ ଏ ନିଦଟା ଭାଙ୍ଗିଗଲା ।

Advertisment

ଏ କାଳ୍ପନିକ କାହାଣୀ ହୁଏତ ଆଉ କିଛି ଦିନ ପରେ ବାସ୍ତବ ରୂପ ନେଇ ପାରେ । କାରଣ କେନ୍ଦ୍ରାପଡ଼ାକୁ ଆଉ କିଛି ଦିନ ପରେ ଫେରିପାରନ୍ତି ସନ୍ତୋଷ ରାଉଳ ଓରଫ୍ ସାରଥି ବାବା । ତଥାକଥିତ ବାବା ସାରଥୀଙ୍କୁ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଏହି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ । ୨ ମାସରେ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯାଇପାରିବେ । ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି କି ଆଶ୍ରମ ଯାଇପାରିବେନି ବୋଲି ହାଇକୋର୍ଟ କହିଛନ୍ତି।

ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଭାଇଙ୍କୁ ଦେଖା କରିପାରିବେ ସନ୍ତୋଷ ରାଉଳ । ଏଥିପାଇଁ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ପୂର୍ବ ସର୍ତ୍ତ ଅନୁଯାୟୀ ୨ ଶହରୁ ଅଧିକ ଲୋକ ସମାଗମ ନ କରିବା କଟକଣା ବଳବତ୍ତର ରଖାଯାଇଛି । ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ହାଇକୋର୍ଟ ମନା କରିଛନ୍ତି । ପୂର୍ବରୁ କେନ୍ଦ୍ରାପଡ଼ା ନଯିବାକୁ ଓ ୨ ଶହ ଊର୍ଦ୍ଧ୍ବ ଲୋକ ସମାଗମ ନକରିବାକୁ ଜାମିନରେ ସର୍ତ୍ତ ରଖିଥିଲେ ହାଇକୋର୍ଟ ।

Advertisment

ଅଧିକ ପଢ଼ନ୍ତୁ : କିଟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ଯିଏ ଚାହିଁବେ ସିଏ ତଥ୍ୟ ଦେଇ ପାରିବେ 

Odisha Sarathi Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ