Advertisment

Rift Emerges in Driver Union: ଡ୍ରାଇଭର୍ ସଂଘରେ ଫାଟ; ମାନିଲେନି ବସ୍ ମାଲିକ, ଗଡ଼ିଲା ବସ୍...

ଗୋଟେପଟେ ଡ୍ରାଇଭର୍ ସଂଘର ଆନ୍ଦୋଳନ, ଅନ୍ୟପଟେ ଗଡ଼ିଲା ବସ୍। ୪ ଦିନ ଧରି ରାସ୍ତାରେ ଡ୍ରାଇଭର୍ ମାନେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ଖୋଲାଖୋଲି ନମାନି ଗାଡ଼ି ଗଡ଼ାଇଛନ୍ତି ଡ୍ରାଇଭର୍ ମାନେ।

author-image
Sujit kumar Swain
Rift Emerges in Driver Union

Rift Emerges in Driver Union

ରାଜ୍ୟରେ ଡ୍ରାଇଭର୍ ସଂଘରେ ଫାଟ। ଗୋଟେପଟେ ଡ୍ରାଇଭର୍ ସଂଘର ଆନ୍ଦୋଳନ, ଅନ୍ୟପଟେ ଗଡ଼ିଲା ବସ୍। ୪ ଦିନ ଧରି ରାସ୍ତାରେ ଡ୍ରାଇଭର୍ ମାନେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ଖୋଲାଖୋଲି ନମାନି ଗାଡ଼ି ଗଡ଼ାଇଛନ୍ତି ଡ୍ରାଇଭର୍ ମାନେ। ରାଜ୍ୟର ବସ୍ ମାଲିକ ସଂଘ ଆଜି ବିଭିନ୍ନ ସ୍ଥାନରୁ ଗାଡ଼ି ଛାଡ଼ିଛି। ଡ୍ରାଇଭର୍ ମାନେ ବି ଏହି ଆନ୍ଦୋଳନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗାଡ଼ି ଗଡ଼ିବା ଜରୁରୀ...ଲୋକେ ହନ୍ତସନ୍ତ ହେଉଛନ୍ତି ସେ ସବୁର ସମାଧାନ ଜରୁରୀ ବୋଲି କହିଛନ୍ତି ବସ୍ ଚଲାଇଥିବା ଡ୍ରାଇଭର୍।

Advertisment

ଆଜିର ଏହି ଘଟଣା ପରେ ରାଜ୍ୟ ଡ୍ରାଇଭର୍ ସଂଘ ଫାଳ ଫାଳ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। କାରଣ ଏହା ପୂର୍ବରୁ ବି ଅନ୍ୟ ଏକ ଗୋଷ୍ଠୀ ସଂଘର ନିଷ୍ପତ୍ତି ଓ କାର୍ଯ୍ୟକଳାପକୁ ବିରୋଧ କରିଥିଲା।

ଏପଟେ କାନ୍ଦିଲେ ଆଉ ଧମକାଇଲେ ମେଣ୍ଡୁଲି। ଡ୍ରାଇଭର ସଂଘରେ ଫାଟ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଡ୍ରାଇଭର୍ ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଡ୍ରାଇଭର୍ ମହାସଂଘର ନିଷ୍ପତ୍ତିକୁ ଖିଲାପ କରି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନଙ୍କ ଫଟୋ ଉଠାଇବୁ। ଫଟୋ ଉଠାଇ ସେମାନଙ୍କୁ ଚିହ୍ନଟ କରାଯିବ,ଯେଉଁମାନେ ଏବେ ଗାଡ଼ି ଚଲାଉଛନ୍ତି ସେମାନଙ୍କୁ ସଂଘରୁ ବାହାର କରିବୁ ବୋଲି ଚେତାବନୀ ଦେଇଛନ୍ତି ମେଣ୍ଡୁଲି। ଏପରିକି ମହାସଂଘରୁ ବାହାର କରିବାକୁ ଧମକ ଦେଇଛନ୍ତି ମେଣ୍ଡୁଲି।...ଡ୍ରାଇଭର୍ ମହାସଂଘର ଧାରଣାକୁ ବିରୋଧ କରି ବସ୍ ମାଲିକ ସଂଘ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଲାଇଛି।

Advertisment

ଅନ୍ୟପଟେ ଓଡିଶା ଡ୍ରାଇଭର ମହାସଙ୍ଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ଗିରଫ । ଦେବଗଡ଼ ନୂତନ ବସଷ୍ଟାଣ୍ଡରେ ଥିବା ଜିଲ୍ଲା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟରୁ ଗିରଫ କଲା ପୋଲିସ। ଗତକାଲି ଆଦିତ୍ୟଙ୍କ ବିରୁଦ୍ଧରେ ମଞ୍ଚେଶ୍ୱର ଥାନାରେ ମିନି ଟ୍ରକ ମାଲିକ ସଙ୍ଘ ଅଭିଯୋଗ କରିଥିଲେ। ଡ୍ରାଇଭର ମାନଙ୍କୁ ଅସମ୍ମାନ କରାଯାଉଛି ବୋଲି ସଂଘ ଅଭିଯୋଗ କରିଥିଲା। ଏହି ଅଭିଯୋଗରେ ପରେ ପୋଲିସ ଆଦିତ୍ୟଙ୍କୁ ଗିରଫ କରିଛି। ଏନେଇ ଦେବଗଡ ଜିଲ୍ଲା ଡ୍ରାଇଭର ମହାସଂଘ ସମ୍ପାଦକ ରଞ୍ଜିତ ପ୍ରଧାନ ସୂଚନା ଦେଇଛନ୍ତି। ଆଦିତ୍ୟଙ୍କ ଦେହ ଅସୁସ୍ଥ ଥିବାବେଳେ ତାଙ୍କୁ ରାତି ଅଧିଆ ଗିରଫ କରାଯାଇଥିବା ସେ କହିଛନ୍ତି।

ଅଧିକ ପଢନ୍ତୁ: ବିଷାକ୍ତ ଖାଦ୍ୟ ପାଇଁ ଉଜୁଡ଼ିଗଲା ପରିବାର ! ପୁଅ, ଝିଅ ଚାଲିଗଲେ, ବାପା-ମା’ ହସ୍ପିଟାଲ୍‌ରେ ଭର୍ତ୍ତି

Driver Protest
Advertisment
Related Articles
Advertisment