/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752300504.jpg)
Fake Wedding
ନା ଅଛି ବର, ନା ଅଛି କନ୍ୟା । ତଥାପି ହେଉଛି ବାହାଘର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କିନ୍ତୁ ଏହା ସତ ବାହାଘର ନୁହେଁ, ବରଂ ମିଛ ବାହାଘର । ଇଂରାଜୀରେ ଯାହାକୁ କୁହାଯାଉଛି ଫେକ୍ ୱେଡିଂ । ଏହି ନକଲି ବିବାହ ସମୋରୋହକୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଉନାହିଁ । ବରଂ ସେମାନେ ଟଙ୍କା ଦେଇ ଆସିବେ । ଆଉ ଅତିଥିମାନେ ପହଞ୍ଚିବା ପରେ ଚାଲିବ ବଡ଼ ଧରଣର ସେଲିବ୍ରେସନ ।
ଆଧୁନିକ ଯୁଗରେ ସବୁକିଛି ଆଧୁନିକୀକରଣ ହୋଇଛି । ଏହାରି ଭିତରେ ନକଲି ବିବାହ ସମାରୋହ ଆୟୋଜନ ଚିନ୍ତାଧାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ସମସ୍ତେ ମନୋରଞ୍ଜନ କରିବାକୁ ଚାହିଁଥାନ୍ତି । ଏହା ଏକ ପ୍ରକାର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ହୋଇଥିବାରୁ ଯୁବପିଢି ମଧ୍ୟ ବେଶ ଆକୃଷ୍ଟ ହୋଇଛନ୍ତି ।
ବଡ଼ ବଡ଼ ସହରରେ ଏପରି ଫେକ୍ ୱେଡିଂ ଆୟୋଜନ ହେଉଥିବା ଦେଖିବାକୁ ମିଳୁଛି । ୧୫୦୦ ରୁ ୨୦୦୦ ପାଖାପାଖି ଟଙ୍କା ଦେଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ । ବର କନ୍ୟା କେହି ବନ୍ଧୁବାନ୍ଧବ ନାହାନ୍ତି, ହେଲେ ଆୟୋଜନ ଠିକ୍ ବିବାହ ଉତ୍ସବ ଭଳି । ଯେଉଁ ଅତିଥିମାନେ ସେଠାକୁ ଯିବେ, ସମସ୍ତେ ମିଶି ସେହି ମାହୋଲରେ ଉପଭୋଗ କରିବେ । ନାଚଗୀତର ତାଳେ ତାଳେ ମଜା ନେବା ସହ ସୁସ୍ୱାଦୁ ଭୋଜନର ମଧ୍ୟ ବ୍ୟବସ୍ଥା ହୋଇଥାଏ । ଏହି ଫେକ୍ ୱେଡିଂ ଏବେ ଟ୍ରେଣ୍ଡରେ ରହିଥିବାବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଭିଡିଓ ଭାଇରାଲ ହେବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)