/odishatv-khabar/media/post_attachments/uploadimage/library/16_9/16_9_0/farmer__1755444104.jpg)
farmer
ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ପଞ୍ଜିକରଣ ପାଇଁ ଆଉ ଝମେଲାରେ ପଡିବାକୁ ହେବନି। ବଂଶାବଳୀ ପ୍ରମାଣପତ୍ର ବଦଳରେ ଦେବାକୁ ହେବ ଘୋଷଣାପତ୍ର। ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର ଆବଶ୍ୟକ ପଡୁଥିଲା। ଯେଉଁଥିପାଇଁ ଚାଷୀ ଆର ଆଇ ଅଫିସକୁ ଦୌଡିବାକୁ ବାଧ୍ୟ ହେଉଥିଲା। ଫଳରେ ବିଳମ୍ବିତ ପ୍ରକ୍ରିୟା ପାଇଁ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ସମୟ ଭିତରେ ନାଁ ପଞ୍ଜିକରଣ ନକରିପାରି ବାଦ ପଡୁଥିଲା।
ଯେଉଁଥିପାଇଁ ଧାନର ଅଭାବୀ ବିକ୍ରୀ ପରିସ୍ଥିତି ସୃଷ୍ଟି ହେଉଥିଲା। ଏବେ କିନ୍ତୁ ଯୋଗାଣ ବିଭାଗ ଏହି ନିଜସ୍ବ ଘୋଷଣାନାମା ପତ୍ର ଜାରି କରିଛି। ଯାହାକୁ ପୂରଣ କରି ଚାଷୀ ସିଧାସଳଖ ପଞ୍ଜିକରଣ କରିପାରିବେ। ଏହାସହ ସରକାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ଅବଧି ସମୟସୀମାକୁ ଅଗଷ୍ଟ ୨୦ ରୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ବଢାଇଛନ୍ତି।...
ବଂଶାବଳୀ ନିୟମକୁ ନେଇ ସାରା ରାଜ୍ୟରେ ଚାଷୀ ସଂଗଠନ ଗୁଡିକ ବିରୋଧ କରିବା ସହ ଆନ୍ଦୋଳନ କରିଥିଲେ। ବିରୋଧୀ ବି ଏହାକୁ ମୁଖ୍ୟ ମୁଦ୍ଦା କରି ସରକାରକୁ ଘେରିଥିଲେ। ତେବେ ଚାଷୀଙ୍କ ସ୍ବାର୍ଥକୁ ନଜରରେ ରଖି ସରକାର ବ୍ୟବସ୍ଥାକୁ ସରଳ କରିଥିବାରୁ ଏବେ ଚଷା ପୁଅ ଖୁସି। ଆଜି ସୁଦ୍ଧା ୧୩ ଲକ୍ଷ ୩୪ ହଜାର ଚାଷୀ ଖରିଫ ପାଇଁ ପଞ୍ଜିକରଣ କରିସାରିଲେଣି। ଆଉ ସର୍ବମୋଟ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିଥିଲେ। ନିୟମ ସରଳୀକରଣ ପରେ ଏଥର ଚାଷୀଙ୍କ ସଂଖ୍ୟା ପୂର୍ବ ରେକର୍ଡକୁ କାଟିବ ବୋଲି ଆଶା କରାଯାଉଛି।...
ଗତ ଜୁଲାଇ ୧୯ ରୁ ଆରମ୍ଭ ହୋଇଛି ଖରିଫ ପାଇଁ ପଞ୍ଜିକରଣ। ତେବେ ଗତଥର ବଂଶାବଳୀ ପ୍ରମାଣପତ୍ର ବ୍ୟବସ୍ଥା ନଥିବାବେଳେ ଏଥର ସରକାର ଏହାକୁ ଲାଗୁ କରିଥିଲେ। ମାତ୍ର ଚାଷୀଙ୍କ ଦାବିକୁ ଦୃଷ୍ଟିରେ ରଖି ଏହାକୁ କୋହଳ କରାଯାଇଛି। ଏବେ ଦେଖିବାର କଥା ଚଳିତ ଖରିଫ ସିଜିନରେ ସର୍ବମୋଟ୍ କେତେ ଚାଷୀ ପଞ୍ଜିକରଣ କରୁଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)