Advertisment

ପରିବା ଦର ବୃଦ୍ଧି: ‘ଆଳୁ, ପିଆଜ ଯୋଗାଇବ ନାଫେଡ’

ଆଳୁ, ପିଆଜ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ନାଶିକରେ ପିଆଜ ଦର ବଢ଼ିଥିବାରୁ ଏଭଳି ସ୍ଥିତି ଉପୁଜିଛି । ଆସାମ ଓ ପଶ୍ଚିମବଙ୍ଗରେ ଆଳୁ ଦର ବଢ଼ିବାରୁ ରାଜ୍ୟରେ ଦେଖିବାକୁ ମିଳିଛି ପ୍ରଭାବ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Vegetable Price Hike In Odisha

Commodity Prices

ରାଜ୍ୟରେ ଆଳୁ ପିଆଜ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନାଶିକରୁ ପିଆଜ ୩୪ ଟଙ୍କାରେ ଆସୁଛି। ପରିବହନ ଖର୍ଚ୍ଚ ମିଶି କେଜି ପ୍ରତି ୪୦ ଟଙ୍କା ପଡିଯାଉଛି। ଫଳରେ ଖୁଚୁରା ବଜାରରେ ଏବେ ଦର ଟିକେ ଉଚ୍ଚା ରହିଛି। ସେହିପରି ଆଳୁ ଲାଗି ଆସାମ ଓ ବେଙ୍ଗଲ ଉପରେ ଓଡ଼ିଶା ନିର୍ଭରଶୀଳ ଥିବାରୁ ସେଠାରେ ଦର ବଢ଼ିବାରୁ ଆମ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି। ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ । ତେବେ ଅନାବଶ୍ୟକ ହୋର୍ଡିଂ ଉପରେ ନଜର ରଖାଯାଇଛି। କୌଣସି ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। 

Advertisment

ଅନ୍ୟପଟେ ଟମାଟୋ ଓ ପରିବା ଦର ବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଏହା ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ। ଦରବୃଦ୍ଧି ସମସ୍ୟାର ସମାଧାନ ଲାଗି ଆଗକୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ।

ଅଧିକ ପଢ଼ନ୍ତୁ: ନିଅଣ୍ଟିଆ ବର୍ଷା: ଆଷାଢରେ ମାଟି ଫାଟି କରିଛି ଆଁ, ଶୁଖିଲା ପଡିଛି ଜଳଭଣ୍ଡାର

Advertisment

ସେପଟେ ପରିବାର ଦର ଏବେ ଆକାଶ ଛୁଆଁ । ପୋଟଳ କୁହନ୍ତୁ କି ପିଆଜ, ଟମାଟୋ ହେଉ କି ବାଇଗଣ, ଏମିତି କୌଣସି ପରିବା ନାହିଁ, ଯାହାର ଦାମ୍ କିଲୋ ପିଛା ୫୦ ତଳେ। ଯେଉଁ ପରିବାକୁ ହାତ ମାରିବେ, ଅମୂଲ ମୂଲ। ଦାମ୍ ଶୁଣି ଛାନିଆଁ ଗ୍ରାହକ । 

ଆଉ ନା କିଣି ହେଉଛି ପରିବା, ନା ଭଲରେ ଚଳାଇ ହେଉ ତେଲ ଲୁଣର ସଂସାର। ଦରବୃଦ୍ଧିର ମାଡ଼ରେ ଥରହର ନିମ୍ନ ମଧ୍ୟବିତ୍ତ ପରିବାର। ନାଲି ଟହ ଟହ ଟମାଟୋ ଛୁଇଁଲେ ସତେଯେମିତି କରେଣ୍ଟ ମାରୁଛି। କାରଣ ଏହାର ଦାମ୍ ଆଉ ୨୦ କି ୩୦ ନୁହଁ। କେଉଁଠି ଏବେ କିଲୋ ପିଛା ୮୦ ତ ଆଉ କେଉଁଠି କରିଛି ସେଞ୍ଚୁରୀ ପାର୍। ଖାଲି କ’ଣ ଟମାଟୋ, ତା ନୁହଁ। କଲରାଠୁ କାଙ୍କଡ଼, ବିନ୍ସଠୁ ବାଇଗଣ ଯାଏଁ। ଶହେରୁ ଶହେ କୋଡ଼ିଏ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ।

Vegetable Price Hike Vegetable Price
Advertisment
Advertisment