Advertisment

Puri Stampede: ଶରଧାବାଲି ଅଘଟଣକୁ ନେଇ ସରଗରମ ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ

ଯୁବ କଂଗ୍ରେସ ପକ୍ଷରୁ ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ, ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ସେମାନଙ୍କୁ ଅଟକାଇବା ସହ ୨୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ।

author-image
Manasranjan Mohanty
Puri Stampede

Puri Stampede

ପ୍ରଥମେ ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗ, ପରେ ନନ୍ଦିଘୋଷ ରଥ ଗଡ଼ିବା ବିଳମ୍ବକୁ ନେଇ ତେଜିଥିବା 'ରଥଯାତ୍ରା' ରାଜନୀତି, ଆଜିର ଭିଡ଼ଜନିତ ଅଘଟଣ ପରେ ଜୋରଦାର ତେଜିଛି। ପ୍ରଶାସନିକ ଅବ୍ୟବସ୍ଥା ଓ ସରକାରୀ ଅବହେଳାକୁ ଦାୟୀ କରି ଶାସକ ଦଳକୁ ଜୋରଦାର ଘେରିଛନ୍ତି ବିରୋଧୀ। ଚିକିତ୍ସା ପାଇଁ ମୁମ୍ବାଇରେ ଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଫୋନ୍ ଯୋଗେ ମୃତକଙ୍କ ପରିବାର ସହ କଥା ହୋଇଛନ୍ତି।

Advertisment

ଏଥିସହ ସୋସିଆଲ ମିଡିଆରେ ଲେଖିଛନ୍ତି, ଶାନ୍ତି ତଥା ଭାବପୂର୍ଣ୍ଣ ରଥଯାତ୍ରା ସୁନିଶ୍ଚିତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହାକୁ ସରକାରଙ୍କ ଚରମ ଅପରାଧିକ ଅବହେଳା ବୋଲି ମୁଁ କହୁ ନ'ଥିଲେ ବି, ସରକାରଙ୍କ ବେଖାତିର ମନୋଭାବ ତଥା ସମ୍ବେଦନହୀନ ଆଚରଣ ହିଁ ଏପରି ଅଘଟଣର କାରଣ।

ଅନ୍ୟପକ୍ଷରେ କଂଗ୍ରେସ ବି ସରକାରଙ୍କ ଉପରେ ନିଶାନା ସାଧିଥିବା ବେଳେ, ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛି ପିସିସି ଟିମ୍। ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଚଳିତ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ଭକ୍ତ କୈନ୍ଦ୍ରିକ ନହୋଇ, ଭିଆଇପି ସେଣ୍ଟ୍ରିକ୍ ହୋଇଛି। ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଏଭଳି ପରିଚାଳନା ଅବ୍ୟବସ୍ଥାକୁ ଅଗ୍ରହଣୀୟ ଓ ଅକ୍ଷମଣୀୟ ଦର୍ଶାଇ ସୋସିଆଲ ମିଡିଆରେ ନିଶାନା ସାଧିଛନ୍ତି।

Advertisment

ଏପଟେ ଯୁବ କଂଗ୍ରେସ ପକ୍ଷରୁ ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ, ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ସେମାନଙ୍କୁ ଅଟକାଇବା ସହ ୨୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ। କେବଳ ଆଜିର ଅଘଟଣ ନୁହେଁ, ପୁରୀରେ ରଥଯାତ୍ରା ସମେତ ବିଭିନ୍ନ ପର୍ବପର୍ବାଣୀରେ ପୂର୍ବରୁ ବି ଘଟିଛି ଅନେକ ବଡ଼ ଅଘଟଣ।

୨୦୦୬ କାର୍ତ୍ତିକ ପୂର୍ଣ୍ଣିମାରେ ୩ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ମହାପ୍ରଭୁଙ୍କର ଆଳତି ପାଇଁ ଦ୍ବାର ଖୋଲିବା ପରେ ପ୍ରବଳ ଭିଡ଼ ଯୋଗୁ ଠେଲାପେଲା ହୋଇଥିଲା। ୨୦୦୮ ରଥଯାତ୍ରା ପହଣ୍ଡି ବେଳେ ସିଂହଦ୍ବାର ନିକଟରେ ହୋଇଥିଲା ଭୟଙ୍କର ଦଳାଚକଟା। ଏଥିରେ ୬ ଜଣ ପ୍ରାଣ ହରାଇଥିଲେ।

୨୦୧୨ ବି ରଥଯାତ୍ରାରେ ବି ସୃଷ୍ଟି ହୋଇଥିଲା ଠେଲାପେଲା ସ୍ଥିତି । ବଡ଼ଦାଣ୍ଡରେ ରଥ ଟାଣିବା ବେଳେ ଜଣେ ମହିଳା ଭକ୍ତଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ ନବକଳେବର ରଥଯାତ୍ରା ବେଳେ ବି ପ୍ରାଣ ହରାଇଥିଲେ ୨ ଜଣ ଶ୍ରଦ୍ଧାଳୁ।

ତେବେ ଆଜିର ଅଘଟଣକୁ ନେଇ ରାଜନୈତିକ ବୟାନବାଜି ପ୍ରସଙ୍ଗରେ, ଆଇନ ମନ୍ତ୍ରୀ କହିଛନ୍ତି- ଯେଉଁ ମାନଙ୍କ ସମୟରେ ଅନେକ ଅସୁବିଧା ହୋଇଥିଲା, ସେମାନଙ୍କର କିଛି କହିବାର ଯୋଗ୍ୟତା ନାହିଁ, କି କହିବା ନକହିବା କିଛି ମାନେ ନାହିଁ।

ଅଧିକ ପଢ଼ନ୍ତୁ: ରଥ ପରେ ଆସିପାରେ ରାଜ୍ୟ ସରକାରରେ ବଡ଼ ନିଷ୍ପତ୍ତି; ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା...

Puri Politics Puri Rath Yatra Stampede
Advertisment
Related Articles
Advertisment