Advertisment

Puri Gajapati: ଏଥର ସୁଧୁରିବ ତ ଇସ୍କନ ? ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ କଡ଼ା ବାର୍ତ୍ତା

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି ଇସ୍କନ ମନମାନୀ। ଦଶନ୍ଧି ଧରି ସ୍ନାନ ଓ ରଥଯାତ୍ରାକୁ ନେଇ ଶାସ୍ତ୍ରସମ୍ମତ ତିଥି ଓ ଅନନ୍ତ କାଳରୁ ଚାଲି ଆସିଥିବା ପରମ୍ପରାକୁ ବାରମ୍ବାର ଭାଙ୍ଗୁଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଦ୍ବିତୀୟ ତିଥିରେ ରଥଯାତ୍ରା ନେଇ ମହାପ୍ରଭୁଙ୍କ ମୁଖନିଃସୃତ ନିର୍ଦ୍ଦେଶ ରହିଛି। ଯାହା କଦାପି ଗ୍ରହଣୀୟ ନୁହେଁ।

author-image
Manasranjan Mohanty
Puri Gajapati

Puri Gajapati

ବାରମ୍ବାର ଆପତ୍ତି, ଆଲୋଚନା ଆଉ ତାଗିଦ। ତଥାପି ଭୁଲ୍ ପରେ ଭୁଲ୍। ନଛୋଡବନ୍ଦା ଇସ୍କନ। ମାନୁନି ପରମ୍ପରା, କରୁଛି ଶାସ୍ତ୍ର ବିରୋଧୀ କାମ। ଅଦିନରେ କରୁଛି ମହାପ୍ରଭୁଙ୍କ ସ୍ନାନ ଆଉ ରଥଯାତ୍ରା । ଭାରତ ଭିତରେ ପରମ୍ପରା ମାନୁଥିଲେ ବି ବିଦେଶରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଂଘାତିକ ଖେଳ ଖେଳୁଛନ୍ତି। ଶେଷରେ ଚରମବାଣୀ ଶୁଣାଇଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା। ... 

Advertisment

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି ଇସ୍କନ ମନମାନୀ। ଦଶନ୍ଧି ଧରି ସ୍ନାନ ଓ ରଥଯାତ୍ରାକୁ ନେଇ ଶାସ୍ତ୍ରସମ୍ମତ ତିଥି ଓ ଅନନ୍ତ କାଳରୁ ଚାଲି ଆସିଥିବା ପରମ୍ପରାକୁ ବାରମ୍ବାର ଭାଙ୍ଗୁଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଦ୍ବିତୀୟ ତିଥିରେ ରଥଯାତ୍ରା ନେଇ ମହାପ୍ରଭୁଙ୍କ ମୁଖନିଃସୃତ ନିର୍ଦ୍ଦେଶ ରହିଛି। ଯାହା କଦାପି ଗ୍ରହଣୀୟ ନୁହେଁ। ରଥଯାତ୍ରା ହେଉଛି ଲୋକଙ୍କ ମଙ୍ଗଳ ପାଇଁ। ଅଦିନରେ କଲେ ଦୁର୍ବିପାକ ଆଣୁଛି। ତେଣୁ ଇସ୍କନକୁ କଡ଼ା ବାର୍ତ୍ତା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶହେ ପୃଷ୍ଠାର ପ୍ରାମାଣିକ ଦସ୍ତାବିଜ ମାୟାପୁରୀକୁ ପଠାଇ ମାସେ ସମୟ ଦିଆଯାଇଛି। ନଶୁଣିଲେ କି ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତେଇଛନ୍ତି ଗଜପତି ମହାରାଜା। ...

ନୀତି ଅନୁଯାୟୀ ପରମ୍ପରା ମାନିବାକୁ ଇସ୍କନକୁ ଦିଆଯାଇଛି ମାସେ କଣ୍ଟ। ଏହି ସମୟ ଭିତରେ ମାୟାପୁରୀରୁ କି ନିଷ୍ପତ୍ତି ଆସିବ ? କଣ ଉତ୍ତର ଦେବେ ତାକୁ ଅପେକ୍ଷା ରହିଛି। ଆଲୋଚନା ଆଧାରରେ ପରମ୍ପରାକୁ ନମାନିଲେ କଣ ରହିଛି ଆଇନଗତ ବାଟ ? ଆଇନଜୀବୀଙ୍କ ମତରେ ଭାରତ ଭିତରେ ପରମ୍ପରା ଭଙ୍ଗ କଲେ ଇସ୍କନ ବିରୋଧରେ ଆଇନର ଆଶ୍ରୟ ନିଆଯାଇପାରିବ। ଦେଶରେ ସବୁ କାର୍ଯ୍ୟକ୍ରମକୁ ବନ୍ଦ କରିହେବ। ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ। ତେବେ କୁଟନୈତିକ ସ୍ତରରେ ଆଲୋଚନା ଅଧିକ ପ୍ରଭାବୀ ରହିବ କହିଛନ୍ତି ଆଇନଜୀବୀ। ଅନ୍ୟପଟେ ଇସ୍କନ ବିରୋଧରେ ବି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଂସ୍କୃତି ଗବେଷକ। ...

Advertisment

ଚଳିତବର୍ଷ ଇସ୍କନ ୬୮ଟି ସ୍ଥାନରେ ଅଦିନ ରଥଯାତ୍ରା ଓ ୪୦ଟି ସ୍ଥାନରେ ସ୍ନାନଯାତ୍ରା କରିଛି। ଏଭଳି କାର୍ଯ୍ୟ ଶାସ୍ତ୍ର ଓ ପରମ୍ପରା ବିରୋଧୀ। ଆଗକୁ ଇସ୍କନ ନୀତି ଓ ପରମ୍ପରାକୁ ମାନିବ କାମ କରିବ ନା ପୂର୍ବଭଳି ମନମାନୀ କରିବ ? ବ୍ୟତିକ୍ରମ ଜାରି ରଖିଲେ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେବ ତାଉପରେ ନଜର ରହିଛି।

Puri Gajapati Rath Yatra ISKCON
Advertisment
Related Articles
Advertisment