/odishatv-khabar/media/post_attachments/uploadimage/library/16_9/16_9_0/SC_ST_Land_1747905699.jpg)
SC/ST Land
ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଚାପରେ ପକାଇ ସେମାନଙ୍କର ଜମିକୁ ହଡପ କରି ପାରିବେ ନାହିଁ ଧନୀ ଲୋକ । ଏସସି/ଏସଟି ଚାହିଁଲେ ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କୁ ଜମି ବିକ୍ରି କରି ପାରିବେ । ସରକାର ଏହାକୁ ୨ ରୁ ୩ ବର୍ଷ ଯାଏଁ ସୁରକ୍ଷିତ ଭାବେ ରଖିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ସରକାର କିଣିବେ ଆଦିବାସୀଙ୍କ ଜମି: ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ#OdishaPolitics_SureshPujari#LandPolicy_Odisha#SCSTAffairs#RevenueDepartment_Odisha#OTVpic.twitter.com/ok6pjYQt8A
— ଓଟିଭି (@otvkhabar) May 22, 2025
ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିକୁ ସୁରକ୍ଷିତ ରଖିବା ପାଇଁ ଗଠନ ହେବ କର୍ପସ ଫଣ୍ଡ । ଏସସି ଓ ଏସଟିଙ୍କ ଜମି ବିକ୍ରି କରିବା ପାଇଁ ହେଲେ ସେ ସିଧାସଳଖ ସରକାରଙ୍କ ପାଖକୁ ଯିବେ । ଏସସି ଓ ଏସଟିଙ୍କ ଜମିକୁ ହଡପ କରି ପାରିବେ ନାହିଁ ଧନୀଲୋକ । ଏ ନେଇ ରୋକଠୋକ ଶୁଣାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଏଥର ଧନୀ ଲୋକମାନେ ଚାପ ପକାଇ ଏସସି ଓ ଏସଟିଙ୍କ ଜମିକୁ ହଡପ କରି ପାରିବେ ନାହିଁ । ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେନି।
ଅଧିକ ପଢନ୍ତୁ: ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ଥିର, ପହଣ୍ଡି ଅଘଟଣ ରୋକିବାକୁ ହେଲା ବଡ଼ ନିଷ୍ପତ୍ତି
ଏ ନେଇ ଖୁବ୍ଶୀଘ୍ର କର୍ପସ ଫଣ୍ଡ ଗଠନ କରିବେ ରାଜ୍ୟ ସରକାର। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। କମିଟିରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନେ ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ, ସରକାର ଏହି ଜମିକୁ କିଣିବେ। ୨ରୁ ୩ ବର୍ଷ ସରକାର ସୁରକ୍ଷିତ ରଖିବେ । ଜମି ମାଲିକ ଚାହିଁଲେ ପରବର୍ତ୍ତୀ ସମୟରେ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)