Advertisment

President Droupadi Murmu: ଓଡ଼ିଶା ଗସ୍ତରେ ମହାମହିମ, କାଲି ଜଲୱା ଦେଖିବେ ମାଡାମ ପ୍ରେସିଡେଣ୍ଟ

ପୁଣି ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ... ମାଟିର ଝିଅଙ୍କ ଟିକିଏ ଝଲକ ପାଇଁ ରାଜଧାନୀରେ ନାହିଁନଥିବା ଉତ୍ସାହ...

undefined

President Droupadi Murmu

Advertisment

ଓଡ଼ିଶା ମାଟିରେ ପୁଣି ଥରେ ମାଡାମ୍ ପ୍ରେସିଡେଣ୍ଟ । କାଲି ପୁରୀରେ ହେବାକୁ ଥିବା ନୌସେନା ଦିବସରେ ମୁଖ୍ୟ ଅତିଥି ବନି ନୌବୀରଙ୍କ ଯୁଦ୍ଧ କୌଶଳର ଜଲୱା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତା ପର୍ବରୁ ଶ୍ରୀମନ୍ଦିରର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପୂର୍ବରୁ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ କରାଯାଇଥିଲା ଭବ୍ୟ ସ୍ୱାଗତ ।

Advertisment

ପୁଣି ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ... ମାଟିର ଝିଅଙ୍କ ଟିକିଏ ଝଲକ ପାଇଁ ରାଜଧାନୀରେ ନାହିଁନଥିବା ଉତ୍ସାହ... ସମୟ ଅପରାହଣ ଠିକ୍ ସାଢ଼େ ୪ଟା । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ବାୟୁସେନାର ସ୍ୱତନ୍ତ୍ର ବିମାନ । ବିମାନ ବନ୍ଦରରେ ମହାମହିମଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱର ମେୟର, ମୁଖ୍ୟ ଶାସନ ସଚିବ, ଡିଜିପି ପ୍ରମୁଖ ।

ସେଠାରେ ରାଷ୍ଟ୍ରପତି ସିଧାସଳଖ ଯାଇଥିଲେ ନୀଳାଦ୍ରି ବିହାର । ଯେଉଁଠି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ନିକଟରେ ଥିବା ଉଦ୍ୟାନ ବୁଲି ଦେଖିଥିଲେ । ତା’ସହ ନିଜ ସଂପର୍କୀୟଙ୍କୁ ଭେଟିଥିଲେ ରାଷ୍ଟ୍ରପତି । ଏହାପରେ ଆଦିବାସୀ ଦେବସ୍ଥଳକୁ ଯାଇ ସେଠାରୁ ସିଧା ରାଜଭବନକୁ ଫେରିଛନ୍ତି । ଆସନ୍ତାକାଲି ଶ୍ରୀକ୍ଷେତ୍ର ପୁରୀରେ ଦିନତମାମ ରହିଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ।

Advertisment

ଅଧିକ ପଢନ୍ତୁ: କିଟି କିଟି ଅନ୍ଧାରିଆ ପାଇପ୍‌ରେ ୬୦ ରାତି! କେମିତି କାଟିଲେ ବୃଦ୍ଧ ..

କାଲି ସକାଳ ୯ଟାରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବାହାରି ସ୍ୱତନ୍ତ୍ର ହେଲିକପଟର ଯୋଗେ ପୁରୀ ଗସ୍ତ କରିବେ । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମା’ ବିମଳା ଓ ଲକ୍ଷ୍ମୀଙ୍କୁ ବି ଦର୍ଶନ କରିବେ ରାଷ୍ଟ୍ରପତି । ଏହି ଗସ୍ତ ପାଇଁ ସକାଳୁ କିଛି ଘଣ୍ଟା ପାଇଁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗଦେବେ ମହାମହିମ ।

Advertisment

ଯେଉଁଠି ସାମିଲ ହେବେ ୮ଶହରୁ ଅଧିକ ଆଲୁମିନି । ସେଠାରୁ ମଧ୍ୟାହ୍ନ ୧୨ଟାରେ ପୁରୀ ରାଜଭବନ ଫେରି ଭୋଜନ କରିବେ ରାଷ୍ଟ୍ରପତି । ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ମାଡାମ୍ ପ୍ରେସିଡେଣ୍ଟ । ଏଠାରେ ସଂଧ୍ୟା ୫ଟା ୪୫ ମିନିଟ ଯାଏଁ ନୌବୀରଙ୍କ ପରାକ୍ରମ ଦେଖିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି ।

୫ ଦିନିଆ ଓଡ଼ିଶା ଗସ୍ତ କ୍ରମରେ ଆସନ୍ତା ୫ ତାରିଖରେ ଭୁବନେଶ୍ୱର ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବ ଯୋଗଦେବା ସହ ସେହିଦିନ ଭୁବନେଶ୍ୱରରେ ଜୁଡିସିଆଲ୍ କୋର୍ଟର ନୂଆ କୋଠାର ଉଦଘାଟନ କରିବେ ।

ଅଧିକ ପଢନ୍ତୁ: ନାଁ ଯେମିତି ଅନନ୍ୟା, ପ୍ରତିଭା ବି ଅନନ୍ୟ; ତାଙ୍କ ତୁଳୀର ମୁନରେ ଜୀବନ୍ତ ହୁଏ ଚିତ୍ର 

President Draupadi Murmu Droupadi Murmu President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ