• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସେ ଭଲରେ କଥା କହିପାରନ୍ତିନି । କିନ୍ତୁ ତାଙ୍କ ସ୍ପର୍ଶରେ କଥା କହେ ସୁନ୍ଦର ସୁନ୍ଦର ଛବି । ତାଙ୍କ ତୁଳୀର ମୁନରେ ଚିତ୍ର ସବୁ ଯେମିତି ଜୀବନ୍ତ ହୋଇଉଠେ । ଅନନ୍ୟାଙ୍କ ଅନନ୍ୟ ଚିତ୍ର ପାଇଁ ସେ ଏବେ ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି । ମହାପୁରୁଷଙ୍କ ଚିତ୍ର ହେଉ କି ଦେବାଦେବୀଙ୍କ ଚିତ୍ର ସବୁଥିରେ ତାଙ୍କର ସ୍ପର୍ଶ ଆଜି ତାଙ୍କୁ ନୂଆ ପରିଚୟ ଦେଇଛି । 

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଚିତ୍ରଶିଳ୍ପୀ ହେଉଛନ୍ତି ଅନନ୍ୟା ଦାସ । ନାଁ ତାଙ୍କର ଯେମିତି ଅନନ୍ୟା, ତାଙ୍କ ପ୍ରତିଭା ବି ଠିକ୍‌ ସେମିତି ଅନନ୍ୟ । ସେ ଭଲରେ କଥା କହିପାରନ୍ତିନି, କାନକୁ ମଧ୍ୟ ଭଲସେ ଶୁଭୁନି । କିନ୍ତୁ ହାତରେ ରହିଛି ଚିତ୍ରକଳାର ଯାଦୁ । ରଙ୍ଗ ତୂଳୀ ଧରିଲେ ଜୀବନ୍ତ ହେଲା ଭଳି ଚିତ୍ର ଆଙ୍କନ୍ତି ।  ଅନେକ ଚିତ୍ର ସହ ଓଟିଭିର ଲୋଗୋ, ସେଲିବ୍ରିଟି, ବିଭିନ୍ନ ଶିଳ୍ପପତୀ ଏବଂ ଓଡିଶାର ଐତିହ, କଳା ସଂସ୍କୃତିର ଚିତ୍ରକୁ ରଙ୍ଗ ତୂଳୀରେ ନିଖୁଣ ଭାବେ ତିଆରି କରନ୍ତି । ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି । 

ଅଧିକ ପଢନ୍ତୁ:Droupadi Murmu Odisha Visit: ଆଜି ଓଡ଼ିଶା ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ

ଅନନ୍ୟା ବର୍ତ୍ତମାନ ବ୍ରହ୍ମପୁରର ଚିତ୍ର ଏବଂ କଳା ସଂସ୍କୃତି ବିଭାଗରେ ପାଠ ପଢ଼ୁଛନ୍ତି । ଘରେ ତାଙ୍କୁ ବାପା ମାଆ ଚିତ୍ର ଅଙ୍କନ କରିବାରେ ସହଯୋଗ କରନ୍ତି । ଏଭଳି କଳାକୁ ସ୍ଥାନୀୟ ଲୋକେ ମଧ୍ୟ୍ୟ ପ୍ରଶଂସା କରିଥିବାବେଳେ ତାଙ୍କ ନିକଟକୁ ଅନେକ ଜାଗାରୁ ଚିତ୍ର ଆଙ୍କିବା ପାଇଁ ବରାଦ ଆସୁଛି । ଆଉ ଏ ଚିତ୍ର ମାଧ୍ୟମରେ ସେ ସ୍ୱଳ୍ପ ରୋଜଗାର ମଧ୍ୟ କରିପାରୁଛନ୍ତି । 

ତେବେ ପିଲାଟି ଦିନରୁ ଚିତ୍ର ଆଙ୍କିବା ପ୍ରତି ଅନନ୍ୟାଙ୍କ ଦୁର୍ବଳତା ରହିଥିଲା । ପିଲାଟି ବେଳୁ ଅନନ୍ୟାଙ୍କ କଳା ପ୍ରତି ଆଗ୍ରହ ଥିବାରୁ ଏହି କ୍ଷେତ୍ରରେ ହିଁ ଉଚ୍ଚ ଶିକ୍ଷା ଦେବାକୁ ଆଶା ରଖିଛନ୍ତି ଅନନ୍ୟାଙ୍କ ବାପା ।

OTV is now on Whatsapp

Join and get latest news update delivered to you via whatsapp

Join Now