Advertisment

Potato Price Hike: ବ୍ୟସ୍ତ ନାହିଁ, ରହିବନି ଆଳୁ ସଂକଟ ! ଆସୁଛି ଆଳୁ..

ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ୱର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି।

ଅଦ୍ୟତନ ହୋଇଛି
Potato

ୟୁପିରୁ ଓଡ଼ିଶା ଆସୁଛି ୩୦୦ ଟ୍ରକ ଆଳୁ

Advertisment

ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ । ଆସନ୍ତାକାଲି ସକାଳ ସୁଦ୍ଧା ୟୁପି ଆଳୁ ଓଡ଼ିଶାରେ ପହଞ୍ଚିବ । ଫଳରେ ରାଜ୍ୟରେ ଆଉ ରହିବନି ଆଳୁ ସଂକଟ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅସାଧୁ ବ୍ୟବସାୟୀଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ଅଧିକ ଦରରେ ଆଳୁ ବିକ୍ରି କଲେ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।

Advertisment

ସେପଟେ ମଙ୍ଗଳବାରଠୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ଡାକରା ଉପରେ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । କିନ୍ତୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉନଥିବାରୁ ବ୍ୟବସାୟୀ କ୍ଷତି ସହିବେ । ସେଥିପାଇଁ ପଶ୍ଚିମବଙ୍ଗର ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପଶ୍ଚିମବଙ୍ଗ ବ୍ୟବସାୟୀ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି । କିନ୍ତୁ ସେଠାକାର ସରକାର ଅନୁମତି ଦେଉନାହାନ୍ତି । 

ଅଧିକ ପଢ଼ନ୍ତୁ: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ 

ତେବେ ବଜାରରେ ପୁଣି ଆଳୁ ଅମୂଲ ମୂଲ ହୋଇଛି । ଗୋଦାମରେ ବି ଆଉ ଷ୍ଟକ୍ ନାହିଁ। ମାତ୍ର ୩ ମାସ ନଯାଉଣୁ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବାହାରିଛି ପୁରୁଣା ରୋଗ। ଓଡ଼ିଶାକୁ ଆଳୁ ଗାଡ଼ି ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ଏପଟେ ଯୋଗାଣ ମନ୍ତ୍ରୀ କହିଲେଣି-ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଞ୍ଜାବ ସରକାରଙ୍କ ସହ ବି ଯୋଗାଯୋଗ ଚାଲିଛି।

Advertisment

ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁନି । ତେଣୁ ବଜାରରେ ଦର ଚଢ଼ା । ଦୁଇ ଦିନରେ ହଠାତ୍ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହେଲାଣି । ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ୱର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି।

ସେପଟେ ବଜାରରେ ବ୍ୟବସାୟୀଙ୍କ ପାଖରେ ଯାହା କିଛି ଆଳୁ ଅଛି, ତା ବି ସରି ଆସିଲାଣି। ରାଜ୍ୟର ବଡ଼ ପରିବାମଣ୍ଡି କଟକର ଛତ୍ରବଜାର ହେଉ କି ଭୁବନେଶ୍ୱରର ୧ ନମ୍ବର ମାର୍କେଟ୍, ସବୁଠି ଉପୁଜିଲାଣି ଆଳୁ ସଙ୍କଟ। ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ, ବ୍ୟବସାୟୀ କହିଲେଣି ଆଳୁ ଯୋଗାଣ ସ୍ୱାଭାବିକ ନହେବା ଯାଏଁ କିଛି କହି ହେବନି।

Advertisment

ଏଠି ପ୍ରଶ୍ନ, ଯେଉଁ ସମୟରେ ଆଳୁ ଅମଳ ହୋଇ ବଜାରରେ ହାଉଜାଉ ହେବା କଥା, ସେତେବେଳେ ପୁଣି ଏ ଦରକାରୀ ପରିବାର ସଙ୍କଟ କାହିଁକି ? ମାତ୍ର ୩ ମାସ ଯାଇନି ପୁଣି କାହିଁକି ପଶ୍ଚିମବଙ୍ଗ ସରକାରଙ୍କର ବାହାରିଲା ଆଳୁ ରୋଗ ? ସତରେ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସୀମାରୁ ଆଳୁ ଗାଡ଼ି ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନା ତା ପଛରେ ଲୁଚିଛି ରାଜନୈତିକ ଅଭିସନ୍ଧି ? 

ଅଧିକ ପଢ଼ନ୍ତୁ: ବଢ଼ିଲା ବବିଙ୍କ ଅଡ଼ୁଆ, ଭାଇଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା

Price Hike Potato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ