Potato-Laden Trucks Stranded at Odisha-West Bengal Border
ଓଡ଼ିଶାକୁ ଆଳୁ ପଠାଇବା ଉପରେ କଟକଣା ଲାଗୁ କଲେ କି ମମତା ସରକାର ? ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଆଳୁ ବୋଝେଇ ଟ୍ରକ୍। ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାରେ ନାକାବନ୍ଦୀ କରାଯାଇ ଗାଡ଼ି ଯାଞ୍ଚ କରାଯାଉଛି। ଆନ୍ତଃ ରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ଚାଲାଣ ବନ୍ଦ କରାଯାଇଛି । ଦିନକୁ ଦିନ ବଜାରରେ ଆଳୁ ଏବଂ ପିଆଜ ମୂଲ୍ୟରେ ବୃଦ୍ଧିକୁ ରୋକିବା ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ବେଲଦା ପାଖରେ ଶତାଧିକ ଗାଡି ଅଟକ ରଖା ଯାଇଛି ।
ଆଳୁ ଦର ହ୍ରାସ ପାଇଁ , ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ପଶ୍ଚିମ ମେଦିନୀପୁର ଜିଲ୍ଲା ପୋଲିସ ଆଳୁ ଗାଡି ଅଟକ ରଖା ଯାଇଛି ଏବଂ ପ୍ରଶାସନ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରିଦେଇଛି। ବେଲଦା, ଦାତନ, ସୋନାକୋଣିଆ ନାକାରେ ବି ଆଳୁଟ୍ରକ୍ ଅଟକାଯାଇଥିବା ସୂଚନା ମିଳିଛି । ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱପୂର୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି ।
ଅଧିକ ପଢ଼ନ୍ତୁ: ରାଜଧାନୀକୁ ଗ୍ରାସିଲା ଶିଶୁବିକ୍ରି କଳଙ୍କ, ୪ ବର୍ଷର ଝିଅକୁ ବିକିଦେଲେ ବିହାରୀ ଦଂପତି
ଏପଟେ ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡ଼ି ଅଟକିବା ପ୍ରସଙ୍ଗରେ ବ୍ୟବସାୟୀ ମହାସଂଘର ଉଦବେଗ । ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି, ପଶ୍ଚିମବଙ୍ଗ ସରକାର ମୌଖିକ ନିର୍ଦ୍ଦେଶ ଜାରି କରି ଆଳୁ ଗାଡ଼ି ହଠାତ ଅଟକାଇଛନ୍ତି । ସବୁ ସୀମାରେ ଆଳୁ ଗାଡ଼ି ଅଟକା ଯାଇଛି, ଗାଡ଼ି ଗୁଡ଼ିକୁ ଛଡ଼ା ଯାଉନାହିଁ। ଆଗରୁ ଯେଉଁ ଅନ୍ୟ ବାଟ ଦେଇ ଆସୁଥିଲା, ସେଠି ମଧ୍ୟ ଯାଞ୍ଚ କରାଯାଇ ଅଟକା ଯାଉଛି। ଏହି ପ୍ରସଙ୍ଗକୁ ସରକାର ଗୁରୁତ୍ୱର ସହ ନିଅନ୍ତୁ ଓ ସମାଧାନର ବାଟ ବାହାର କରନ୍ତୁ ।
ସେ ଆହୁରି କହିଛନ୍ତି ଯେ, ଅଟକାଯାଇଥିବା ଗାଡ଼ିକୁ ଯଥାଶୀଘ୍ର ଓଡ଼ିଶାରେ ପ୍ରବେଶ ବ୍ୟବସ୍ଥା କରାଯାଉ । ଶୀତଳ ଭଣ୍ଡାରରେ ଥିବା ଆଳୁ ଷ୍ଟକ୍ ଆଉ ପ୍ରାୟ ନାହିଁ । ଆଉ ମାସେ ପରେ ନୂଆ ଆଳୁ ଆସିବ, ତେଣୁ ପୁରୁଣା ଆଳୁ ଗଚ୍ଛିତ ନାହିଁ। ଆମ ପାଖରେ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732773413.jpg)