Khalistani Terrorist Pannun: ଆତଙ୍କୀ ପନ୍ନୁ ଧମକ ମାମଲାର ଖୋଳତାଡ଼; ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ STF  

ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Khalistani Terrorist Pannun

ଆତଙ୍କୀ ପନ୍ନୁ ଧମକ ମାମଲାର ଖୋଳତାଡ଼ । ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଦ୍ବିତୀୟ ଥର ମେଲ୍ ଜରିଆରେ ଆସିଥିବା ଧମକକୁ ନେଇ ତଥ୍ୟ ମଗାଯାଇଛି । ଆବଶ୍ୟକ ପଡ଼ିଲେ ଏନଆଇଏ ମଧ୍ୟ ମାମଲାର ତଦନ୍ତ କରିପାରେ । ଭୁବନେଶ୍ବରରେ ଡିଜି ସମ୍ମିଳନୀ ବେଳେ ଧମକ ଦେଇଥିଲା ପନ୍ନୁ । ଭିଡିଓ ଜାରି କରି ଭୁବନେଶ୍ବରକୁ ‘CITY OF TERROR’ କହିଥିଲା ।  

ଭୁବନେଶ୍ୱରରେ ଚାଲିଥିବା DGP କନଫରେନ୍ସକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ କରିଥିଲା । ଗୋଟିଏ ପଟେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାର ବିମର୍ଶ। ଆରପଟେ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଆସିଥିବା ଧମକପୂର୍ଣ୍ଣ ଇ-ମେଲକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। 

ଅଧିକ ପଢ଼ନ୍ତୁ: MKCG ମେଡିକାଲ କଲେଜରେରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଏବଂ ନବୀନ ଦାସଙ୍କ ପାଖକୁ ଆସିଥିଲା ମେଲ୍। ଅଡିଓ ମେସେଜରେ ଭୁବନେଶ୍ବର ଏୟାରପୋର୍ଟକୁ ଟାର୍ଗେଟ କରି ବାର୍ତ୍ତା ଦେବା ସହ ବିମାନ ଉଡ଼ାଣ ନ ଭରିବାକୁ ଚେତାବନୀ ଦିଆଯାଇଥିଲା। ଏ ସଂପର୍କରେ ସାମ୍ବାଦିକ ଅକ୍ଷୟ ସାହୁ ଥାନାରେ ଜଣାଇବା ପରେ ତାଙ୍କ ଅଫିସରେ ପହଞ୍ଚି ତନାଘନା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। 

ତେବେ ପନ୍ନୁର ଧମକପୂର୍ଣ୍ଣ ମେସେଜରେ ଓଡ଼ିଆ ଥମ୍ବନେଲକୁ ନେଇ ବଢ଼ିଥିଲା ଚର୍ଚ୍ଚା। ଓଡ଼ିଶାରେ କାମ କରୁନାହାନ୍ତି ତ ପନ୍ନୁର ଏଜେଣ୍ଟ ? ବିଦେଶରେ ରହି ସ୍ଲିପର୍ ସେଲ୍ ଦ୍ବାରା କିଛି କାଣ୍ଡ ଭିଆଇବାକୁ କରୁଛି କି ପ୍ଲାନିଂ ? ସେନେଇ ବି ତନାଘନା କରୁଛି କ୍ରାଇମବ୍ରାଞ୍ଚ। ଏହା ପୂର୍ବରୁ ଏକ ଭିଡିଓ ମେସେଜ୍ ଜାରି କରି ଡିଜିପି ସମ୍ମିଳନୀକୁ ଭଣ୍ଡୁର ପାଇଁ ଧମକ ଦେଇଥିଲା ପନ୍ନୁ। 

ଅଧିକ ପଢ଼ନ୍ତୁ: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ