Advertisment

Police Service Medals Awarded: ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ; ୨୦୨୧ ମସିହା ପାଇଁ ୨୦ଜଣଙ୍କୁ ମିଳିଲା ପଦକ

ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମ୍ ପାଟି । ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ଅଗ୍ନିଶମ ଡିଜି ପ୍ରମୁଖଙ୍କ ଉପସ୍ଥିତିରେ ପୋଲିସ ସେବା ପଦକ ପ୍ରଦାନ କରାଯାଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Police Service Medals Awarded

Police Service Medals Awarded

ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଛି ପୋଲିସ ସେବା ପଦକ । ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମ୍ ପାଟି । ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ଅଗ୍ନିଶମ ଡିଜି ପ୍ରମୁଖଙ୍କ ଉପସ୍ଥିତିରେ ପୋଲିସ ସେବା ପଦକ ପ୍ରଦାନ କରାଯାଇଛି। 

Advertisment

୨୦୨୪ ମସିହା ପାଇଁ ୧୮ ଜଣଙ୍କୁ ରାଜ୍ୟପାଳ ପଦକ, ୨୦୨୧ ମସିହା ପାଇଁ ୨୦ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ସେହିଭଳି ୨୦୧୯, ୨୦୨୦ ଓ ୨୦୨୩ ପାଇଁ ଜଣେ ଲେଖାଏଁ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ୨୪ ପାଇଁ ଦକ୍ଷିଣାଞ୍ଚଳ ଆଇଜି ଡକ୍ଟର ସାର୍ଥକ ଷଡଙ୍ଗୀ, ଓଏସଏପି ଷଷ୍ଠ ବାଟାଲିଅନର କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଭିଜିଲାନ୍ସ ଅତିରିକ୍ତ ଏସପି ସୁଶାନ୍ତ କୁମାର ବିଶ୍ୱାଳ, ଗଞ୍ଜାମ ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା, କ୍ରାଇମବ୍ରାଞ୍ଚ ଇନସପେକ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ସମେତ ୧୮ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ: ଖୁସି ଖବର; ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି

ଅପରପକ୍ଷେ ଓଡ଼ିଶାର ବିକାଶକୁ ଦ୍ବିଗୁଣିତ କରିବ ଡବଲ୍ ଇଞ୍ଜିନ୍ ସରକାର । ଗାଁ ଲୋକଙ୍କ ହାତରେ ରହିବ ବିକାଶର ଚାବିକାଠି । ଆଜି କଟକ ବିଡ଼ାନାସୀ ଗ୍ରାଉଣ୍ଡରେ ୭୬ ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଛି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହରାଞ୍ଚଳ ଭଳି ଗ୍ରାମାଞ୍ଚଳ ଉପରେ ଅଧିକ ଫୋକସ୍ କରିବ ଓଡ଼ିଶାର ଡବଲ୍ ଇଞ୍ଜିନ୍ ସରକାର ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି । ରାଜ୍ୟରେ ଏବେ ୭୩ ହଜାର କୋଟିର ରେଳ ପ୍ରକଳ୍ପ କାମ ଚାଲିଛି । ସେହିଭଳି ୨୦ ହଜାର କୋଟି ଟଙ୍କାର ସଡ଼କ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି । ଆଜିର ଦିନ ଉତ୍ସବର ଦିନ ନୁହେଁ, ବରଂ ସମ୍ବିଧାନକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଧୁନିକ ଭାରତ ଇତିହାସରେ ଦୁଇଗୋଟି ଦିନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ୧୯୪୭ ଅଗଷ୍ଟ ୧୫ ଯେଉଁଦିନ ଆମ ଦେଶ ଭାରତ ଏକ ସ୍ଵାଧୀନ ରାଷ୍ଟ୍ର ଭାବେ ଜନ୍ମନେଲା ଏବଂ ୧୯୫୦ ଜାନୁଆରୀ ୨୬ ଯେଉଁଦିନ ଦେଶ ଏକ ଗଣତାନ୍ତ୍ରିକ ସାର୍ବଭୌମ୍ୟ ରାଷ୍ଟ୍ରରେ ପରିଣତ ହେଲା । ଦେଶ ସ୍ଵାଧୀନ ହେବା ପରେ ସବୁଠାରୁ ବଡ ଆହ୍ଵାନ ଥିଲା ଏହାର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବା ସହିତ ଲୋକଙ୍କ ସ୍ଵପ୍ନର ଭାରତ ଗଠନ ପାଇଁ ଏକ ସୁଶାସନ ପ୍ରଦାନ କରିବା। ଏହି ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ତିନି ବର୍ଷର ବିଚାର ବିମର୍ଶ ପରେ ଦେଶକୁ ଭାରତୀୟ ସମ୍ବିଧାନର ଉପହାର ଦେଇଥିଲେ ।

ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି

Police Medals
Advertisment
Advertisment