Advertisment

ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିଦେବା ଘଟଣା: ବିଜେଡି ନେତା ରଘୁନନ୍ଦନଙ୍କ ଘରେ ପୋଲିସ

ମହିଳା ସାମ୍ବାଦିକଙ୍କୁ ଉପରକୁ କୁକୁର ଛାଡିବା ଅଭିଯୋଗ ଘଟଣା । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବାସଭବନରେ ପହଞ୍ଚିଛି କ୍ୟାପିଟାଲ୍ ଥାନା ପୋଲିସ।

author-image
Sujit kumar Swain
ଅଦ୍ୟତନ ହୋଇଛି
Police Reach Residence Of the Former Minister Raghunandan Das

Ex-BJD Minister Raghunandan Das

ବବିଙ୍କ ଘର ଭଙ୍ଗା କଭରେଜ୍ ବେଳେ କର୍ତ୍ତବ୍ୟରତ ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିଦେବା ଘଟଣାରେ ପୂର୍ବତନ ମନ୍ତ୍ରୀଙ୍କ ଘରେ ପୋଲିସ ପହଞ୍ଚିଛି । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବାସଭବନରେ କ୍ୟାପିଟାଲ୍ ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତନାଘନା। ଗତକାଲି ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲା ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍। ଏନେଇ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇ ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

Advertisment

ପ୍ରଣବଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକ ଜଣକ ରଘୁନନ୍ଦନଙ୍କ ବାସଭବନ ପଟୁ ଚିତ୍ର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ରଘୁନନ୍ଦନ, ପାଖରେ ଥିବା କୁକୁରଙ୍କୁ ଛାଡିଦେବାକୁ ତାଙ୍କ ସହଯୋଗୀଙ୍କୁ କହିବା ପରେ, ସହଯୋଗୀ ହଠାତ୍ କୁକୁରକୁ ଛାଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ପଢନ୍ତୁ ଏହି ଖବର: ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

Advertisment

ତେବେ ରାଜଧାନୀର ଭିଭିଆଇପି ଏରିଆରେ ବିଜେଡିର ତୃତୀୟ ପାୱାରଫୁଲ୍ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଏଇ ସରକାରୀ କ୍ବାର୍ଟରକୁ ନେଇ ହଇଚଇ ସୃଷ୍ଟି ହୋଇଛି । ୪ ହଜାର ୮ ଶହ ସ୍କୋୟାରଫୁଟ୍ ପରିମିତ ଏଇ ସରକାରୀ କ୍ୱାର୍ଟର ପରିସରରେ ବବିଙ୍କ ପାଇଁ ଗଢ଼ାଯାଇ, ଏବେ ଭଙ୍ଗା ଚାଲିଛି ପରିବର୍ଦ୍ଧିତ ଆଲିସାନ୍ ଷ୍ଟ୍ରକଚର ।

ତିନି ମହଲାର ଷ୍ଟିଲ୍ ଷ୍ଟ୍ରକଚରରେ ନିର୍ମିତ ବିଳାସପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ ଘର । କ୍ୱାର୍ଟର ପରିସରରରେ ଆଖି ଖୋସିହେଲା ଭଳି ସୌନ୍ଦର୍ଯ୍ୟକରଣ । ଟ୍ରି ହାଉସ୍, କ୍ୱାର୍ଟର କାନ୍ଥରେ ଇଟାଲିଆନ୍ ଉଡ୍, ଫ୍ଲୋରରେ ଦାମୀ ମାର୍ବଲ, ୱିଣ୍ଡୋ ଗ୍ଲାସ୍ । ଏମିତି କେତେ କଣ ? ଖାଲି ସେତିକି ନୁହେଁ, କୋଟି କୋଟି ଟଙ୍କାରେ ନିର୍ମିତ ଏ ପରିବର୍ଦ୍ଧିତ ବଙ୍ଗଳାରୁ ସବୁ ଦାମିକିଆ ଫର୍ଣ୍ଣିଚର, ଅର୍ଣ୍ଣାମେଣ୍ଟାଲ୍ ଲାଇଟ୍, କେତେକଣ ବିଳାସମୟ ସାମଗ୍ରୀ ସିଫ୍ଟ ହୋଇ ସାରିଲାଣି।

ହେଲେ ଏଠି ପ୍ରଶ୍ନ ଉଠୁଛି, ବବିଙ୍କ ସରକାରୀ କ୍ୱାଟର୍ସରେ ଚାଲିଥିଲା କଣ ? ଏତେ ବଡ଼ ନିର୍ମାଣ, ଅଣ୍ଡର୍ ଗ୍ରାଉଣ୍ଡରେ ଘର ନିର୍ମାଣ ହୋଇଥିଲା ତଥାପି କେହି କେମିତି ବର୍ଷ ବର୍ଷ ଧରି ଜାଣି ପାରିଲେନି ? ସରକାରୀ ଜାଗାରେ, ସରକାରୀ କ୍ୱାର୍ଟର୍ସ ପରିସରରେ ଏତେ ବଡ଼ ନିର୍ମାଣ ପାଇଁ ଅନୁମତି ଦେଇଥିଲା କିଏ ? ସାଧାରଣ ପ୍ରଶାସନ ବିଭାଗ ଘର ନିର୍ମାଣ କଥା ଜାଣିଥିଲା ନା ସବୁ ଜାଣି ତତ୍କାଳୀନ ପାୱାରଫୁଲ୍ ବିଧାୟକଙ୍କ କାଟତି ପାଇଁ ଚୁପ୍ ବସିଥିଲା ? 

ପଢନ୍ତୁ ଏହି ଖବର: ଅଣ୍ଟା ଭିଡ଼ିଲେଣି ନୂଆ ସରକାର; ଓଡ଼ିଶା ହେବ ମଦମୁକ୍ତ !

BJD
Advertisment
Advertisment