/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719396916.jpg)
Alcohol-Free State
ଓଡ଼ିଶା ହେବ ମଦମୁକ୍ତ। କମିବ ନିଶା ବ୍ୟବହାର। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ନୂଆ ସରକାର। ଏମିତି ବଡ଼ ବୟାନ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନିଶା ଦ୍ୱାରା ସମାଜ କଳୁଷିତ ହେଉଛି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ।
ନିଶା କାରବାର କମାଯିବ। ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ପର୍ଯ୍ୟାୟ କ୍ରମେ ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ପଢନ୍ତୁ ଏହି ଖବର: ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍ରେ ମୁଖ୍ୟମନ୍ତ୍ରୀ
ତେବେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ସବୁଠାରୁ ଅଧିକ ବିକାଶ ଲାଭ କରିଥିଲା ମଦ ବ୍ୟବସାୟ। ଏହି ବ୍ୟବସାୟରୁ ସରକାର ପ୍ରଥମ ବର୍ଷ ୮୩ କୋଟି ଟଙ୍କା ପାଇଥିବା ସ୍ଥଳେ ୨୦୨୪-୨୫ ମସିହାରେ ୧୦ ହଜାର କୋଟି ଟଙ୍କା ପାଇଥିବା ଜଣା ପଡ଼ିଛି । ବଗର ଥଣ୍ଟ ବଢ଼ିଲେ ମୀନଙ୍କ ବିପତ୍ତି ବଢ଼ିବା ଭଳି ରାଜ୍ୟରେ ମଦର ବନ୍ୟା ଲକ୍ଷ ଲକ୍ଷ ସଂଖ୍ୟାରେ ମଦ୍ୟପ, ବିଶେଷ କରି ଯୁବ ମଦ୍ୟପ, ସୃଷ୍ଟି କରିଛି, ଯେଉଁମାନଙ୍କ ମଧ୍ୟରୁ ଅସଂଖ୍ୟ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)