/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750387934.jpg)
half-day holiday
ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେପେଯାଗ ଦେବେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସ୍ତରୀୟ ସମାବେଶ ହେବାକୁ ଥିବାରୁ ବିପୁଳ ଜନ ସମାଗମ ହେବାର ସମ୍ଭାବନା ଅଛି। ପ୍ରାୟ ୨ ଲକ୍ଷ ଲୋକ ଏଥିରେ ଯୋଗ ଦେବାର ଆଶା କରାଯାଉଛି ।
ଅଧିକ ପଢନ୍ତୁ: ୧୯ ହଜାର କୋଟିର ପ୍ରକଳ୍ପ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ତଦାରଖ କଲେ ମୁଖ୍ୟମନ୍ତ୍ରୀ
ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଟ୍ରାଫିକ୍ ସମସ୍ୟା ଉପୁଜିବା ଆଶଙ୍କା କରି ଭୁବନେଶ୍ବରରେ ଆଜି ହାଫ୍ ଡେ' ଡ୍ୟୁଟି ଘୋଷଣା କରାଯାଇଛି। ଆଜି ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିବ । ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିବ । ରାଜସ୍ବ ଓ ମାଜିଷ୍ଟେରିଆଲ କୋର୍ଟ ମଧ୍ୟ ଛୁଟି ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୁତୟନ ହେବେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ। ୫୦୦ରୁ ଅଧିକ ପୋଲିସ ଅଫିସରଙ୍କ ସହ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ବତନ୍ତ୍ର ଏଜେନ୍ସିମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ଏୟାରପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଆଣ୍ଟି ସେଭୋଟାଜ, କ୍ରାଉଡ କଣ୍ଟ୍ରୋଲ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ଅଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଆଜି ଭୁବନେଶ୍ବର ଓ କଟକ ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲ୍ ଛୁଟି ରଖିବାକୁ ନିଷ୍ପତ୍ତି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)