• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ସର୍ବଭାରତୀୟ ପୋଲିସ୍ ଡିଜି କନଫରେନ୍ସ । ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ପ୍ରମୁଖ । ଉପସ୍ଥିତ ରହିବେ ସମସ୍ତ ରାଜ୍ୟର ପୋଲିସ୍ ଡିଜିଙ୍କ ସହ ଅର୍ଦ୍ଧସାମରିକ ବାହିନୀଗୁଡ଼ିକର ମୁଖ୍ୟ । ସୀମା ସହିତ ଅନ୍ତରୀଣ ସୁରକ୍ଷା, ସାଇବର ଅପରାଧ କିପରି ନିୟନ୍ତ୍ରଣ ହେବ ତା’ଉପରେ ଏହି ସମ୍ମିଳନୀରେ ହେବ ମାନସମନ୍ଥନ ।

ଲୋକସେବା ଭବନ କନ୍‌ଫରେନ୍ସ ହଲରେ ନଭେମ୍ବର ୨୯ରୁ ଆରମ୍ଭ ହେବ ଏହି ୩ ଦିନିଆ କନଫରେନ୍ସ । ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ଓଡ଼ିଶା ପୋଲିସ । ଆଗାମୀ ଦିନରେ କଣ ରହିବ ପୋଲିସର ରୋଡମ୍ୟାପ୍? ସାଇବର୍ ସିକ୍ୟୁରିଟିକୁ କେମିତି କରାଯିବ ସୁଦୃଢ଼ ? ଅନ୍ତରୀଣ ସୁରକ୍ଷା ଓ ଅନୁପ୍ରବେଶକାରୀ ଚ୍ୟାଲେଞ୍ଜକୁ କେମିତି ସାମ୍ନା କରିବେ ସରକାର ?

ଓଡ଼ିଶାରେ ହେବ ତାର ମାନସମନ୍ଥନ । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ଡିଜିପି କନଫରେନ୍ସ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ଚଳିତ ମାସ ୨୯ ତାରିଖରୁ ଡିସେମ୍ବର ୧ ଯାଏଁ ଲୋକସେବା ଭବନ କନ୍‌ଭେସନ ହଲ୍‌ରେ ଚାଲିବ ଏହି କନଫରେନ୍ସ ।

ଅଧିକ ପଢନ୍ତୁ: ଓଡ଼ିଆ ଝିଅଙ୍କ ସଂଘର୍ଷମୟ କାହାଣୀ; ରାଜ୍ୟରେ ସବୁଠୁ କମ୍ ବୟସରେ ପାଇଥିଲେ IAS...

ବିଭିନ୍ନ ପ୍ରସଙ୍ଗକୁ ନେଇ ପାଖାପାଖି ୧୨ଟି ସେସନ୍ ରହିବ । ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ୩ ଦିନ ଓଡ଼ିଶାରେ ରହି ସମସ୍ତ ସେସନରେ ଯୋଗ ଦେବେ । ବିଶେଷ କରି ଆତଙ୍କବାଦ ତଥା ସୀମା ସୁରକ୍ଷା, ଅନ୍ତରୀଣ ସୁରକ୍ଷା ଯେମିତି କି ମାଓ ସମସ୍ୟା, ଅନୁପ୍ରବେଶକାରୀ ସମସ୍ୟା ଉପରେ ହେବ ଆଲୋଚନା ।

୨୦୨୬ ସୁଦ୍ଧା ଭାରତକୁ ମାଓମୁକ୍ତ କରିବା ଟାର୍ଗେଟ୍ କେମିତି ହାସଲ ହେବ ସେ ନେଇ ବି ସମୀକ୍ଷା ହେବ । ସେହିପରି ବଢୁଥିବା ସାଇବର୍ ଅପରାଧ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅପବ୍ୟବହାର ଏବେ ବଡ଼ ଚାଲେଞ୍ଜ ପାଲଟିଛି । ତାକୁ କେମିତି ନିୟନ୍ତ୍ରଣରେ ରଖାଯିବ ସେ ନେଇ କନଫରେନ୍ସରେ ଗୁରୁତ୍ୱ ଦିଆଯିବ । ଜେଲ୍ ସଂସ୍କାର ସହ ବିଭିନ୍ନ ରାଜ୍ୟର ପୋଲିସ୍ ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା ହେବ ।

ଏହାବ୍ୟତୀତ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ଏବଂ ଡ୍ରଗ୍ସ ଚାଲାଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ପୋଲିସ ମଧ୍ୟରେ ସମନ୍ୱୟ କେମିତି ରକ୍ଷା ହେବ ତାଉପରେ ବି ଫୋକସ୍ ଦିଆଯିବ । ସମସ୍ତ ରାଜ୍ୟର ଡିଜିପି, କେନ୍ଦ୍ରଶାସିତ ଅଞ୍ଚଳରଗୁଡ଼ିକର ପୋଲିସ୍ ମୁଖ୍ୟ, ବିଭିନ୍ନ ପାରା ମିଲିଟାରୀ ଫୋର୍ସ ଯେମିତି CRPF, BSF, ଇଣ୍ଟେଲିଜେନ୍ସ ବ୍ୟୁରୋ, NSG ମୁଖ୍ୟମାନେ ଏହି କନ୍‌ଫରେନ୍ସରେ ଯୋଗ ଦେବେ ।

କେନ୍ଦ୍ର ଗୃହ ସଚିବଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ସମୁଦାୟ ୯୦ ଜଣିଆ ଡେଲିଗେସନ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଓଡ଼ିଶା ପୋଲିସ ପକ୍ଷରୁ ସମୀକ୍ଷା ବୈଠକ କରାଯାଇ କଫରେନ୍ସକୁ ସଫଳ କରିବାକୁ ମଧ୍ୟ ଦାୟିତ୍ୱ ବଣ୍ଟା ସରିଛି ।

କିଛି ଡେଲିଗେସନଙ୍କ ପାଇଁ ଘରୋଇ ହୋଟେଲ ବୁକ୍ ସରିଥିବା ବେଳେ ଆଉ କିଛି ଗେଷ୍ଟଙ୍କ ପାଇଁ ରାଜ୍ୟ ଅତିଥି ଭବନ ପ୍ରସ୍ତୁତ ହେଉଛି । ପୂର୍ବରୁ ସମସ୍ତ ଡିଜି କନଫରେନ୍ସ ଦିଲ୍ଲୀରେ ଅନୁଷ୍ଠିତ ହେଉଥିଲା । ୨୦୧୪ରେ ବିଜେପି ସରକାରକୁ ଆସିବା ପରେ ବିଭିନ୍ନ ରାଜ୍ୟର ମୁଖ୍ୟାଳୟଗୁଡିକରେ ଏହି କନଫରେନ୍ସ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଜାନୁଆରୀ ୫ରୁ ୭ ତାରିଖ ମଧ୍ୟରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିଲା ୫୮ତମ ଡିଜିପି ସମ୍ମିଳନୀ । ଓଡ଼ିଶା ଏବେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଥିବାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି କନଫରେନ୍ସ ଅନୁଷ୍ଠିତ ହେବାକୁ ଯାଉଛି ।

ଅଧିକ ପଢନ୍ତୁ: ବଢିବ ଆଇସିୟୁ ବେଡ୍, ଚାଲୁହେବ ମିଶନ ଶକ୍ତି କାଫେ

OTV is now on Whatsapp

Join and get latest news update delivered to you via whatsapp

Join Now