Advertisment

PM Narendra Modi: ଓଡ଼ିଶାକୁ ନଂ ୧ କରିବାକୁ ମିଶନ୍ ମୋଡରେ ମୋଦି-ଶାହ; ଜାନୁଆରୀରେ ଦୁଇ ଥର ଆସୁଛନ୍ତି ପ୍ରଧାନମନ୍ତ୍ରୀ

୨୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି। ୫ ବର୍ଷରେ ଏକ ନମ୍ବର ହେବ ଓଡ଼ିଶା। ନିର୍ବାଚନ ସମୟର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ।

undefined

PM Narendra Modi

Advertisment

ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଏକ ନମ୍ବର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ। ଆଉ ଏବେ ଦାୟିତ୍ବ ନିର୍ବାହନର ସମୟ। ସରକାରକୁ ଆସିବା ପରେ ବି ମୋଦି ଓ ଶାହଙ୍କ ଘନ ଘନ ଗସ୍ତ ଓଡ଼ିଶାକୁ ରହୁଛି। ନଜରରେ ସରକାର ସହ ସଂଗଠନ। ଉଭୟ ଦିଗକୁ ଗୁରୁତ୍ବ ଦେଇ ଦଳ ଲମ୍ବା ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତି କରୁଥିବା ବେଳେ ବିଜେଡି ଓ କଂଗ୍ରେସ ଏହାକୁ ଦିବା  ସ୍ବପ୍ନ କହି ଏଡ଼ାଇ ଦେଇଛନ୍ତି।

Advertisment

୨୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି। ୫ ବର୍ଷରେ ଏକ ନମ୍ବର ହେବ ଓଡ଼ିଶା। ନିର୍ବାଚନ ସମୟର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ। ନୂଆ ବର୍ଷରୁ ପଡ଼ିବ ବିକାଶର ଶିଳାନ୍ୟାସ। ପୂର୍ବୋଦୟ ବିକାଶରେ ଓଡ଼ିଶା ରହିଛି ଫୋକସ୍‌ରେ। ନିକଟରେ ଡିଜି ସମ୍ମିଳନୀ ଅବସରରେ ମୋଦି ଓ ଶାହ ତିନିଦିନ ଓଡ଼ିଶାରେ ରହିଥିଲେ। ସବୁଠୁ ବଡ଼ କଥା ହେଲା ମୋଦି ପ୍ରଥମ ଦିନ ନବୀନ ନିବାସ ସମ୍ମୁଖରେ ରାଜନୈତିକ ସଭା କରି କର୍ମୀଙ୍କ ମନରେ ଉତ୍ସାହ ଭରିଥିଲେ। ଏହାସହ ରାଜ୍ୟ କାର୍ଯ୍ୟାଳୟରେ ବି ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ବୈଠକ କରି ଗୁରୁମନ୍ତ୍ର ଦେଇଥିଲେ। ଏବେ ଜାନୁଆରୀରେ ପୁଣି ମୋଦି ଦୁଇଥର ଆସିବେ। ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଡିସେମ୍ବର ଶେଷ ସପ୍ତାହରେ ଦୁଇଦିନିଆ ଗସ୍ତରେ ଆସିବେ। ମୋଦି ଓ ଶାହଙ୍କ ଘନ ଘନ ଗସ୍ତ କାରଣ ହେଲା ରାଜ୍ୟ ବିଜେପିକୁ ଅଧିକ ସଶକ୍ତ କରିବା। ଏଥିପାଇଁ ରାଜ୍ୟ ବିଜେପି ଉତ୍ସାହିତ ଥିବାବେଳେ ବିଜେଡି ଓ କଂଗ୍ରେସ କହିଛନ୍ତି ଗସ୍ତର କିଛି ବି ପ୍ରଭାବ ପଡିବନି।

ଅଧିକ ପଢ଼ନ୍ତୁ: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ

Advertisment

ଲଗାତର ଭାବେ ମୋଦି ଓ ଶାହଙ୍କ ଗସ୍ତ ଓଡ଼ିଶା ରାଜନୀତିରେ ହଲ୍ ଚଲ୍ ସୃଷ୍ଟି କରୁଛି। ସେପଟେ ଯଦିଓ ବିଜେପି ସରକାରକୁ ଆସିଛି କିନ୍ତୁ ସଂଗଠନର ସୁଦୃଢୀକରଣର ଯେ ଆବଶ୍ୟକତା ରହିଛି ଏକଥା କେନ୍ଦ୍ରୀୟ କମିଟି ଅନୁଭବ କରିଛି। ଓଡ଼ିଶାବାସୀଙ୍କ ବିଶ୍ବାସ ଭାଜନ ଲାଗି ପ୍ରଥମଥର ପାଇଁ ଡିଜି ସମ୍ମିଳନୀ, ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ ଭଳି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଛି। 

ତେବେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେପି ଓଡ଼ିଶାରେ ଲମ୍ବା ଶାସନ କରିବା ପାଇଁ ଯେଉଁ ଯୋଜନା ରଖିଛି। ତାକୁ ଫଳପ୍ରଦ କରିବାକୁ ଶୀର୍ଷ ନେତୃତ୍ବ ଚେଷ୍ଟା ଜାରି ରଖିଛନ୍ତି।ଏବେ ଦେଖିବାର କଥା ହେଉଛି, ବିଜେପିକୁ ଓଡ଼ିଶାରେ ସଫଳତା ମିଳିବା ପରେ ବିରୋଧୀ ବିଜେଡି ଓ କଂଗ୍ରେସକୁ ଦଳ କେମିତି ସାମ୍ନା କରୁଛି ଆଗକୁ ବଢିବା ଲାଗି। 

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା, ସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

Odisha Narendra Modi PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ