Advertisment

PMAY Registration Deadline: ପିଏମ୍ ଆବାସ ପାଇଁ ମେ ୩୧ ଆବେଦନର ଶେଷ ତାରିଖ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ମେ ୩୧ ଭିତରେ ପଞ୍ଜୀକରଣ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଅନୁରୋଧ କରିଛନ୍ତି। ମେ ୩୧ ପରେ ସର୍ଭେ ହୋଇ ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟରେ ଘର ବଣ୍ଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
PM Awas Yojana

PM Awas Yojana

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ମେ ୩୧ ତାରିଖ ହେଉଛି ଆବେଦନର ଶେଷ ତାରିଖ। ମେ ୩୧ ତାରିଖ ଭିତରେ ଆଗ୍ରହୀ ହିତାଧିକାରୀଙ୍କୁ ପଞ୍ଜୀକରଣ କରିବାକୁ ଅପିଲ୍ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।

Advertisment

ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ‘‘ଏବେ ସୁଦ୍ଧା ପ୍ରାୟ ୩୬ ଲକ୍ଷ ୮୧ ହଜାର ଆବେଦନ ପାଇଛୁ । କେନ୍ଦ୍ର ପୋର୍ଟାଲ ସହିତ ଆମ ପୋର୍ଟାଲକୁ ସଂଯୋଗ କରିଛୁ। ମେ ୩୧ ତାରିଖ ପରେ ସର୍ଭେ ହେବ ବୋଲି ସେ ସୂଚନା ଦେଇଛନ୍ତି। ଦିତୀୟ କଥା ହେଲା, ଅନ୍ତ୍ୟୋଦୟ ଗୃହ ଯୋଜନା। ଯେଉଁମାନେ ଅନ୍ୟ ସବୁ ଗୃହ ଯୋଜନାରୁ ବାଦ ପଡ଼ିଛନ୍ତି ସେମାନଙ୍କୁ ଏହି ଯୋଜନା ଅଧିନରେ ଘର ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ପାଖାପାଖି ଘର ଦିଆଯାଇଛି। ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରୁଛୁ। ୨ ମାସ ଭିତରେ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟରେ ଘର ବଣ୍ଟାଯିବ’’ ବୋଲି ସେ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ: ଜନଗଣନା ଆଗରୁ ରାଜ୍ୟରେ ଗଢ଼ା ହୋଇଯିବ କି ନୂଆ ପୌରାଞ୍ଚଳ ? ବିଜେପି-ବିଜେଡି ଭିତରେ ରାଜନୀତି ଜୋର୍....

Advertisment

ସୂଚନାଯୋଗ୍ୟ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଲୋକଙ୍କୁ ଚିହ୍ନଟ କରି ଘର ତିଆରି କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ପୂର୍ବରୁ ଏହା କେବଳ ଅଫଲାଇନ ମାଧ୍ୟମରେ ଆବେଦନ ହେଉଥିବା ବେଳେ ବର୍ତ୍ତମାନ ‘ଆବାସ ପ୍ଲସ ୨୦୨୪’ ଆପରେ ଅନଲାଇନ ଆବେଦନ କରି ହେ‍ଉଛି।

ଅଧିକ ପଢ଼ନ୍ତୁ: ଛାତି ଫଟାଇଦେଲା ଆନ୍ଦୋଳନ ସମୟର ଘଟଣା; ହୃଦୟ ବିଦାରକ ଘଟଣାରେ ଆକାଶ ଆଖିରୁ ବି ଝରିଲା ଲୁହ...

Odisha PM Awas Yojana Housing Schemes In Odisha
Advertisment
Advertisment