• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Sial

ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ +୨ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକରେ ଦେବେ ପରୀକ୍ଷାର୍ଥୀ। ପରୀକ୍ଷା ନେଇ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ପରିଡ଼ା ଆଜି ସୂଚନା ଦେଇଛନ୍ତି। ସମୁଦାୟ ୩ ଲକ୍ଷ ୯୬ ହଜାରରୁ ଅଧିକ ପିଲା ଦେବେ ପରୀକ୍ଷା।

+୨ ପରୀକ୍ଷା ୧୨୭୬ ସେଣ୍ଟରରେ ପରୀକ୍ଷା ହେବ। ସବୁ ସେଣ୍ଟରରେ ଲାଗିବ ସିସିଟିଭି। ପେପର୍‌ ଲିକ୍‌ ରୋକିବାକୁ ବିଶେଷ ଧ୍ୟାନ ଦିଆଯାଇଛି। ୨୦୫ଟି ହବ୍‌ରେ ରହିବ ପ୍ରଶ୍ନପତ୍ର। ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା କରାଯିବ। ସାଢ଼େ ୮ଟାରେ ପରୀକ୍ଷା କେନ୍ଦ୍ରରେ ପଶ୍ନପତ୍ର ପହଞ୍ଚିବ ବୋଲି କହିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ପରିଡ଼ା।

ଅଧିକ ପଢ଼ନ୍ତୁ: ଦିନ ଦିପହରେ ଗଛ କାଟି ନେଉଛନ୍ତି ମାଫିଆ...ଉପକୂଳ ସୁରକ୍ଷା ବିପନ୍ନ

ସାମ୍ସର ରିପୋର୍ଟ ଅନୁସାରେ ଏଥର କଳା ରେଗୁଲାରରେ ୨୩୦୬୭୭ ଓ ଏକ୍ସ ରେଗୁଲାରରେ ୧୬୭୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଠିକ୍‌ ସେମିତି ବାଣିଜ୍ୟ ରେଗୁଲାରରେ ୨୩୬୫୬ ଓ ୧୮୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଜ୍ଞାନ ରେଗୁଲାରରେ ୧୦୬୫୦୫ ଓ ଏକ୍ସ ରେଗୁଲାରରେ ୮୪୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେହିପରି ଭେକେସନାଲ୍‌ ରେଗୁଲାରରେ ୫୦୪୯ ଓ ଏକ୍ସରେଗୁଲାରରେ ୬୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଫେବ୍ରୁଆରୀ ମାସରେ ପ୍ରବଳ ଗରମ ଦେଖିବାର ସମ୍ଭାବନା ରହିଛି। ତେଣୁ ଏଥିପାଇଁ CHSE ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ଓ ଓଆର୍‌ଏସ୍‌ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି।  

OTV is now on Whatsapp

Join and get latest news update delivered to you via whatsapp

Join Now