Advertisment

Mafia Cutting Trees: ଦିନ ଦିପହରେ ଗଛ କାଟି ନେଉଛନ୍ତି ମାଫିଆ...ଉପକୂଳ ସୁରକ୍ଷା ବିପନ୍ନ

ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ସ୍ଵତଃ ପ୍ରବୃତ୍ତ ଭାବେ ସୃଷ୍ଟି ହୋଇ ଥିବା ବହ୍ନି ଜଙ୍ଗଲ ମାଫିଆଙ୍କ ଯୋଗୁଁ ହ୍ରାସ ପାଇ ଏବେ ଗୋରୁଗାଈଙ୍କ ଚରା ଭୂଇଁ ପାଲଟିଛି। ୨୦୧୦ ମସିହାରେ ଜାପାନ ସରକାରଙ୍କ ସହାୟତାରେ ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା, ବାତ୍ୟା ଦାଉରୁ ରକ୍ଷା କରିବା ପାଇଁଁ ସୃଷ୍ଟି ହୋଇ ଥିବା ବହ୍ନି ଜଙ୍ଗଲ ଏବେ ଚୋରା ବହ୍ନି ପତ୍ର ସଂଗ୍ରହକାରୀଙ୍କ ଦ୍ଵାରା ଧ୍ଵଂସ ପାଇବାକୁ ବସିଛି।

author-image
Prasan Subudhi
ଅଦ୍ୟତନ ହୋଇଛି
ପଦା ହେଲାଣି ଉପକୂଳ ଜଙ୍ଗଲ

ପଦା ହେଲାଣି ଉପକୂଳ ଜଙ୍ଗଲ

ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା କବଚ ପାଲଟି ଥିବା ବହ୍ନି ଜଙ୍ଗଲ ଭଳି ଗ୍ରାମ୍ୟ ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି। ଵନ ବିଭାଗର ନିରବତା ଓ କାଠ ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁଁ ଏକର ଏକର ବହ୍ନି ଜଙ୍ଗଲ ନଷ୍ଟ ହେବାକୁ ଲାଗିଲାଣି। ଵୃକ୍ଷ ରୋପଣ ବଦଳରେ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି ଗ୍ରାମ୍ୟ ଜଙ୍ଗଲ। ପ୍ରତିବର୍ଷ ବାରମ୍ବାର ବାତ୍ୟା ମାଡ଼ ପରେ ଏସବୁ କ୍ଷେତ୍ରରେ କେବେ ଚେତିଵ ପ୍ରଶାସନ ?

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଅବସ୍ଥିତ ଭଦ୍ରକ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଅଧିନରେ ଥିବା କରଞ୍ଜ ମାଳ ଵନପାଳ ଅଞ୍ଚଳରେ କନକ ପ୍ରସାଦ,ଶରତ ପ୍ରସାଦ, କିଶୋର ପ୍ରସାଦ, କରଞମାଳ ଭଳି ବିଭିନ୍ନ ମୌଜାରେ ସମୁଦ୍ରକୂଳିଆ ଅଞ୍ଚଳରେ ଏକର ଏକର ବହ୍ନି ଜଙ୍ଗଲ ଥିଲା। ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ସ୍ଵତଃ ପ୍ରବୃତ୍ତ ଭାବେ ସୃଷ୍ଟି ହୋଇ ଥିବା ବହ୍ନି ଜଙ୍ଗଲ ମାଫିଆଙ୍କ ଯୋଗୁଁ ହ୍ରାସ ପାଇ ଏବେ ଗୋରୁଗାଈଙ୍କ ଚରା ଭୂଇଁ ପାଲଟିଛି।

୨୦୧୦ ମସିହାରେ ଜାପାନ ସରକାରଙ୍କ ସହାୟତାରେ ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା, ବାତ୍ୟା ଦାଉରୁ ରକ୍ଷା କରିବା ପାଇଁଁ ସୃଷ୍ଟି ହୋଇ ଥିବା ବହ୍ନି ଜଙ୍ଗଲ ଏବେ ଚୋରା ବହ୍ନି ପତ୍ର ସଂଗ୍ରହକାରୀଙ୍କ ଦ୍ଵାରା ଧ୍ଵଂସ ପାଇବାକୁ ବସିଛି। ଧାମରା ପୋର୍ଟ ସହାୟତାରେ ସୃଷ୍ଟି ହୋଇ ଥିବା ଶହେ ଏକରରୁ ଅଧିକ ଝାଉଁ ଜଙ୍ଗଲ ଧ୍ଵଂସ ହେବାକୁ ବସିଛି। ଜୁଆର ଯୋଗୁଁ କ୍ଷୟକ୍ଷତି ହେଉଥିବା ମୃତ୍ତିକାକୁ ରୋକିବା ସହିତ ପରିବେଶ ସୁରକ୍ଷା ପାଇଁଁ ସୃଷ୍ଟି ହୋଇଥିବା ଝାଉଁ ଜଙ୍ଗଲ କିଛି କାଠ ମାଫିଆଙ୍କ ଦ୍ଵାରା ଲୁଟ୍ ହେଉଥିବା ବେଳେ ଏହାକୁ ସୁରକ୍ଷା ଦେବାରେ ଵନ ବିଭାଗ ଅସମର୍ଥ ହୋଇ ପଡିଛି।

Advertisment

ଵୃକ୍ଷ ଲତାର ସୂରକ୍ଷା ପାଇଁଁ ଵନ ବିଭାଗ ପକ୍ଷରୁ ଧାମରା ଓ କରଞମାଳ ପଞ୍ଚାୟତରେ ଵନପାଳ କାର୍ଯ୍ୟାଳୟ ରହିଛି। ସେହିପରି ଚାନ୍ଦବାଲିରେ ମଧ୍ୟ ଭଦ୍ରକ ବନ୍ୟ ପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ରହିଛି। ଏସବୁ କ୍ଷେତ୍ରରେ ଜଙ୍ଗଲ ଜଗିବାକୁ ବିଭାଗୀୟ କର୍ମଚାରୀମାନଙ୍କ ଆନ୍ତରିକତା ନଥିବା ବେଳେ ଜଙ୍ଗଲ ଲୁଟେରାଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବଢିବାରେ ଲାଗିଛି। ମୁଖ୍ୟତଃ ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ରାସ୍ତା ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଝାଉଁ ଜଙ୍ଗଲ ଧ୍ଵଂସକୁ ରୋକିବା ଦିଗରେ ବନ ବିଭାଗ ନିଷ୍କ୍ରିୟ ହେବା ପରିବେଶବିତଙ୍କ ପାଇଁଁ ଚିନ୍ତାର କାରଣ ହୋଇଛି। ଏମିତି କି ଦିନ ଦ୍ବିପହରରେ ମଧ୍ୟ କାଠ ମାଫିଆ ସକ୍ରିୟ ରହୁଥିବା ବେଳେ ଏହାର ସୁରକ୍ଷା ଦିଗରେ ବନ ବିଭାଗର ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଜୁଡି ଯାଉଥିବା ବହ୍ନି ଜଙ୍ଗଲ ଏବଂ ଗ୍ରାମ୍ୟ ଜଙ୍ଗଲକୁ ନେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ଥିବା ବେଳେ ଦିନକୁ ଦିନ ମାଫିଆଙ୍କ ରାଜୁତି ବଢ଼ିବାରେ ଲାଗିଛି। ବାତ୍ୟା ହେଉ କିମ୍ବା ବନ୍ୟା ହେଉ ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ଯେଉଁ ଭଳି ଵୃକ୍ଷ ଲତା ଗୁଡ଼ିକ ଧ୍ଵଂସ ହେବାକୁ ବସିଲାଣି ଆଗାମୀ ଦିନରେ ପରିବେଶ ସନ୍ତୁଳନ ବିଗିଡ଼ି ଯିବାର ଆଶଙ୍କା ପ୍ରକଟ ହୋଇଛି। ଏ ସମ୍ପର୍କରେ ଭଦ୍ରକ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଏସବୁ ଦିଗରେ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ରେଞ୍ଜର ଅଫିସର ସେହି ଅଞ୍ଚଳରେ ପେଟ୍ରୋଲିଂ କରୁଛନ୍ତି।

ଯେଉଁମାନେ ଗଛ କାଟିଛନ୍ତି ସେମିତି କୋୖଣସି ବଡ଼ ବଡ଼ ଵୃକ୍ଷ ଲତା କାଟି ନାହାଁନ୍ତି। ଗାଈ ମଇଁଷିଙ୍କ ଖାଦ୍ୟ ପାଇଁଁ କାଟୁଛନ୍ତି। ଜାଳେଣି ପାଇଁଁ ସେମିତି ଵୃକ୍ଷଲତା କାଟିଥାନ୍ତି। ତେବେ ଯେତିକି କର୍ମଚାରୀ ଅଛନ୍ତି ତାହା ନିର୍ଦ୍ଦିଷ୍ଟ ସଂଖ୍ୟା ଠାରୁ କମ୍ । ତେଣୁ ଯେତିକି ପାରୁଛନ୍ତି ସେତିକି କରୁଛନ୍ତି। ବ୍ୟାପକ ଭାବରେ ସେମିତି ଜଙ୍ଗଲ କଟା ଯାଉଥିବା ଦେଖିବାକୁ ମିଳି ନାହିଁ। ଯେଉଁମାନେ ଗଛ କାଟୁଛନ୍ତି ଧରା ପଡିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକାଶ କରିଛନ୍ତି ଭଦ୍ରକ ବନ ଖଣ୍ତ ଅଧିକାରୀ ସୌଭାଗ୍ୟ ସାହୁ।

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)

Forest Department Deforestation Timber Mafia Coastal Security
Advertisment
Advertisment