Advertisment

Snake Bite: ଛାତ୍ରକୁ ସାପ କାମୁଡ଼ିବା ଘଟଣା; ସ୍କୁଲ୍‌ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ। ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ। ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l

ଅଦ୍ୟତନ ହୋଇଛି
snake bite

snake bite

Advertisment

ସ୍କୁଲରେ ଚତୁର୍ଥ ଶ୍ରେଣୀ ଛାତ୍ରକୁ ସାପ କାମୁଡିବା ଘଟଣା  ପରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ। ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ। ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l

Advertisment

ସୂଚନା ଅନୁଯାୟୀ, ଗତକାଲି କ୍ଲାସ ରୁମରେ ପିଲାମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହି ପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ। ପିଲାମାନେ ମଧ୍ୟ ସ୍କୁଲ ଘର ସଫା କରିଥିଲେ। ଏହି ସମୟରେ ଏକ ନାଗ ସାପ ସାଇକ୍ରିଷ୍ଣାଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ପରେ ସାଇକ୍ରିଷ୍ଣାଙ୍କୁ କାମୁଡ଼ିଥିବା ନାଗ ସାପଟିକୁ ସେକ୍ନ ହେଲପ ଲାଇନ ଉଦ୍ଧାର କରିଥିଲେ। ଛାତ୍ରଙ୍କ ମା’ଙ୍କ କହିବା ଅନୁଯାୟୀ, ମୋ ପୁଅ ସ୍କୁଲ ଯାଇଥିଲା, ସେଠାରେ ମୋ ପୁଅକୁ ନାଗ ସାପ କାମୁଡ଼ି ଦେଇଥିଲା। ପୁଅକୁ ଦିଦି ପାଠ ପଚାରିଥିଲେ, ହେଲେ ସେ ଉତ୍ତର ଦେଇପାରି ନଥିଲା। ପୁଅ ସହ ଆଉ କିଛି ପିଲା ପାଠ କହିପାରି ନଥିଲେ। ସ୍କୁଲରେ କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କୁ ସ୍କୁଲ ଗୃହ ସଫା କରିବା ପାଇଁ କହିଥିଲେ। ସେହି ଘରେ ଚାଉଳ ରହୁଥିଲା। ଘର ସଫା କରିବା ବେଳେ ମୋ ପୁଅକୁ ନାଗ ସାପ କାମୁଡ଼ି ଦେଇଥିଲା।

Advertisment

ଅଧିକ ପଢ଼ନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

Puri Student Snake Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ