/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749700899.jpg)
Trauma Centre
ଚକାଚକ୍ କୋଠା । ଭିତରେ ଅନ୍ଧାରୀ ବ୍ୟବସ୍ଥା । ସବୁଠି ତାଲା ଝୁଲୁଛି । ଦୁର୍ଘଟଣାରେ ଜୀବନ ଯାଉଛି । ହଟିଛି ବିଜେଡି ଶାସନ, ନୂଆ ସରକାର ବି ଆସିଛି । ଆଉ ମୋହନ ସରକାରକୁ ବିତିସାରିଛି ବର୍ଷେ । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ଏ ଚିତ୍ର ହେଉଛି ପାଣିକୋଇଲି ଟ୍ରମାକେୟାରର । ଉଦଘାଟନ ଅପେକ୍ଷାରେ ରହିଛି । କାର୍ଯ୍ୟକ୍ଷମ ହୋଇପାରୁନି, କି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇପାରୁନାହାନ୍ତି ଏଠିକାର ସାଧାରଣ ଲୋକେ ।
ପାଣିକୋଇଲିକୁ କୁହାଯାଏ ଯାଜପୁରର ମୁଖ୍ୟ ଦ୍ୱାର । ଏଇ ଜାତୀୟ ରାଜପଥ ଦେଇ ଜିଲ୍ଲାର ଟାଉନ୍ ଓ ରୋଡକୁ ଯାତାୟାତ କରିଥାନ୍ତି ହଜାର ହଜାର ଗାଡ଼ି । ଖାଲି ଯାଜପୁର କାହିଁକି ଭଦ୍ରକ ଓ କେନ୍ଦୁଝର ଭଳି ବିଭିନ୍ନ ଜିଲ୍ଲାର ଲୋକେ ଏଇପଟେ ଦେଇ ପ୍ରତିଦିନ ଯାତାୟତ କରନ୍ତି । ହେଲେ ହଜାର ହଜାର ଗାଡ଼ିମଟର ଓ ଟିକିଏ ଅନ୍ୟମନସ୍କ ଯୋଗୁ ଦୁର୍ଘଟଣାରେ ବହୁ ଜୀବନ ଯାଉଛି । ତେଣୁ ଦୁର୍ଘଟଣାଗ୍ରସ୍ତଙ୍କ ତୁରନ୍ତ ଚିକିତ୍ସା ପାଇଁ ପାଣିକୋଇଲିଠାରେ ଟ୍ରମାକେୟାର ହସ୍ପିଟାଲ ନିର୍ମାଣ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଲୁଟେରାଙ୍କ ଆତଙ୍କରାଜ; ଡାକ୍ତରଙ୍କ ଘରେ ଲୁଟ୍ ପରେ ମରଣାନ୍ତକ ଆକ୍ରମଣ
ଗତ ମାର୍ଚ୍ଚ ୨୦୧୯ରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ମଧ୍ୟ ଏବେ ବି ଏହା ଅଲୋଡ଼ା ହୋଇ ପଡ଼ିରହିଛି । ଆଉ ଦୁର୍ଘଟଣାରେ ଯାଉଛି ଲୋକଙ୍କ ଜୀବନ । ସେପଟେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ଚାଲିଛି, ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଚିଠି ଲେଖିଛନ୍ତି ବୋଲି କହିଛନ୍ତି କୋରେଇ ବିଧାୟକ ଆକାଶ ଦାସ ନାୟକ ।
ସେପଟେ ଟ୍ରମାକେୟାରକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ିଲାଣି ଅସନ୍ତୋଷ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାନଗଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଅଣ୍ଟା ଭିଡ଼ିଲେଣି ସ୍ଥାନୀୟ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)