Advertisment

Paddy Procurment: ଏଥର ମନମାନି, କଟନି ଛଟନି ଓ ଦଲାଲଙ୍କୁ କରାଯିବ ସାବାଡ୍ !

୩୧ଶହ ଟଙ୍କା MSPକୁ ନେଇ ଚାଷୀଙ୍କ ଭିତରେ ଉତ୍କଣ୍ଠା । ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍ଥିତି ପରଖିଲେ ଯୋଗାଣ ମନ୍ତ୍ରୀ ।

Dhana Mandi

୩୧ଶହ ଟଙ୍କା MSPକୁ ନେଇ ଚାଷୀଙ୍କ ଭିତରେ ଉତ୍କଣ୍ଠା

Advertisment

ରାଜ୍ୟରେ କାଲିଠୁ ଖୋଲିବ ଧାନମଣ୍ଡି l ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବେଳେ ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସରଙ୍କୁ ମଣ୍ଡି ଜଗିବାକୁ କୁହାଯାଇଛି।

Advertisment

ନୂଆ ସରକାର, ନୂଆ ବ୍ୟବସ୍ଥା । ଆଉ ଚାଲିବନି ମିଲର୍ସଙ୍କ ମନମାନି । ବନ୍ଦ ହେବ କଟନି ଛଟନି । ଦଲାଲଙ୍କୁ ସାବାଡ୍ କରିବାକୁ ମଣ୍ଡି ଜଗିବେ ମନ୍ତ୍ରୀ । ଚାଷୀଙ୍କ ସ୍ୱାର୍ଥ ଓ ଧାନ କିଣାରେ ସ୍ୱଛତାକୁ ଅଗ୍ରାଧିକାର ଦେଇ ଏକ ବଡ ଅଭିଯାନ କ୍ରମେ ଆସନ୍ତାକାଲିଠୁ ଖରିଫ୍ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ମୋହନ ସରକାର।

ରାଜ୍ୟର ପ୍ରମୁଖ ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାରେ କାଲିଠୁ ବର୍ଷକର ପରିଶ୍ରମକୁ ସାଙ୍ଗରେ ଧରି ପହଞ୍ଚିଯିବେ ଚାଷୀ। କେମିତି ଧାନ ରଖିବାକୁ ହୋଇଛି ସୁବିଧା ? ଟୋକନ୍ କେଉଁଠି ଦେବେ ? କେତେ ଦିନ ଭିତରେ ଧାନ ଉଠିବ ? ୪୮ ଘଣ୍ଟା ଭିତରେ ଟଙ୍କା କେମିତି ଚାଷୀଙ୍କ ଖାତାକୁ ଯିବ, ସେ ସବୁର ଟିକିନିଖ୍ ତଦାରଖ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ। 

Advertisment

ଅଧିକ ପଢ଼ନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି

ସେପଟେ କିଛି ଚାଷୀଙ୍କର ଇତିମଧ୍ୟରେ ଧାନ ଅମଳ ହେବାକୁ ବସିଥିବାବେଳେ ସେମାନଙ୍କୁ ଜାନୁଆରୀରେ ଧାନ ବିକ୍ରି ପାଇଁ ମେସେଜ୍ ଆସିଥିବାରୁ ଚିନ୍ତିତ ହୋଇ ପଡିଛନ୍ତି। ସେମିତି ଜଣେ ଚାଷୀ ହେଲେ ବରଗଡ଼ର ବି ପାପାରାଓ ଚୌଧୁରୀ । ତାଙ୍କୁ ଜାନୁଆରୀ ନୁହେଁ ଡିସେମ୍ବରରେ ଟୋକନ ଦେବାକୁ ସେ ଅନୁରୋଧ କରିଛନ୍ତି।

ସେପଟେ କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବାବେଳେ ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ ଓ ୮୦୦ ଟଙ୍କା ସବ୍ ସିଡି ପାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ।

Advertisment

ସେପଟେ ନୂଆପଡ଼ା ଜିଲ୍ଲାରେ ଆଜି ନିଜେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଶାସନିକ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଧାନ କିଣାକୁ ସ୍ୱଚ୍ଛ କରିବା ପାଇଁ ଦେଇଛନ୍ତି ପରାମର୍ଶ। ତାସହ ଦଲାଲଙ୍କୁ ଦେଇଛନ୍ତି ଚେତାବନୀ। 

ଅନ୍ୟପଟେ ଆଗରୁ ମଣ୍ଡିରେ ଚାଷୀ ଯନ୍ତ୍ରଣା କହିଲେ, କେଉଁଠି ଏଫଏକ୍ୟୁ ମାନ ଆଳରେ କଟନୀ ଛଟନୀକୁ ନେଇ ଚାଷୀ ତାତିଛନ୍ତି ତ କେଉଁଠି ଶୀତ କାକରରେ ମାସ ମାସ କାଳ ଧାନ ଜଗି ରହି ଶେଷରେ ଧାନ ଉଠିପାରିନି। ପୁଣି କେଉଁଠି ଟୋକନ୍ ଲାପସ୍ ହେବାକୁ ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ଶିକାର ହୋଇଛି। ଆଉ କେଉଁଠି ଆଖି ଆଗରେ ବର୍ଷାରେ ଭିଜି ଗଜା ହୋଇଯାଇଛି ଧାନ। ତେବେ ଏଥର ଏସବୁ ଯନ୍ତ୍ରଣାରୁ ଚାଷୀଙ୍କୁ ମୁକ୍ତି ଦେବାକୁ ବି ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର। ଏଥର ଧାନର ମାନ ପରୀକ୍ଷା କ୍ୱାଲିଟି ଆନାଲାଇଜର ମେସିନ୍‌ରେ କରିବାକୁ ନିଷ୍ପତ୍ତି ହୋଇଛି। ତାସହ ମଣ୍ଡିରେ ଦଲାଲ ରାଜ ରୋକିବାକୁ ସିସିଟିଭି ବ୍ୟବସ୍ଥା ବି ହୋଇଛି। ଧାନ କୁଇଣ୍ଟାଲ ପିଛା ଏଥର ୩୧ ଶହ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବାରୁ ଏହାକୁ ନେଇ ସବୁଠି ଉତ୍କଣ୍ଠାରେ ଚାଷୀ।

ତେବେ ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର।

ଅଧିକ ପଢ଼ନ୍ତୁ: ଓଡ଼ିଆ ଝିଅଙ୍କ ସଂଘର୍ଷମୟ କାହାଣୀ; ରାଜ୍ୟରେ ସବୁଠୁ କମ୍ ବୟସରେ ପାଇଥିଲେ IAS...

Dhana Mandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ