Advertisment

ବେଆଇନ କଫ୍‌ ସିରପ ଚାଲାଣ ବେଳେ ମାଡ଼ିବସିଲା ପୋଲିସ; ୪ ଗିରଫ

ସମ୍ବଲପୁର ସିନ୍ଦୁରପଙ୍କ ନିକଟରେ ୨୪୦୦ ବୋତଲ କଫସିରପ ଜବତ। କୋଲକତାରୁ ସମ୍ବଲପୁରକୁ ବେଆଇନ ଭାବେ କଫ ସିରପ ଚାଲାଣ ହେଉଥିବା ବେଳେ ସମ୍ବଲପୁର ଅବକାରୀ ବିଭାଗ ଏହି କଫ ସିରପ ଜବତ କରିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Cough Syrup Seized In Sambalpur

cough syrup

ସମ୍ବଲପୁର ସିନ୍ଦୁରପଙ୍କ ନିକଟରେ ୨୪୦୦ ବୋତଲ କଫସିରପ ଜବତ। କୋଲକତାରୁ ସମ୍ବଲପୁରକୁ ବେଆଇନ ଭାବେ କଫ ସିରପ ଚାଲାଣ ହେଉଥିବା ବେଳେ ସମ୍ବଲପୁର ଅବକାରୀ ବିଭାଗ ଏହି କଫ ସିରପ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ କୋଲକତାରୁ କଫ ସିରପ ବୋଝେଇ ଏକ ଭ୍ୟାନକୁ ଟ୍ରାକ କରିଥିଲା ଅବକାରୀ ବିଭାଗ।

Advertisment

ସିନ୍ଦୁରପଙ୍କ ନିକଟସ୍ଥ ଚୌଧୁରୀ ଛକ ନିକଟରେ ଅନଲୋଡ କରିବା ସମୟରେ ଅବକାରୀ ବିଭାଗ ଗାଡି ଚାଳକ ଓ ହେଲପରଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ପଞ୍ଜାବ ଓ ଅନ୍ୟ ଜଣଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ଏଥି ସହ ଜିନିଷ ମଗାଇଥିବା ମନୋଜ ପୃଷେଟ ଓ ତାହାର ସହଯୋଗୀଙ୍କୁ ବି ପରେ ଗିରଫ କରିଛି ଅବକାରୀ ବିଭାଗ।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପୁଣି ଲଜ୍ଜା; ୬ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ଯୌନ ଶୋଷଣ କରୁଥିଲେ ଶିକ୍ଷକ...

Advertisment

ସେମାନେ ହିଁ କୋଲକତାରୁ କଫ ସିରଫ ମଗାଇ, ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ବିକୁଥିବା ଅଭିଯୋଗ ହୋଇଛି। NDPS ଆଇନରେ ମାମଲା ରୁଜୁ କରି ଅବକାରୀ ବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି। ଜବତ କଫ ସିରଫର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Cough Syrup Seized
Advertisment
Advertisment