• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପୁଣି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିଦେବ । ମହାରାଷ୍ଟ୍ରରେ ପୁଣି ଲଜ୍ଜା । ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ ଶିକ୍ଷକ । ଯାହା ପୁଣି ଚର୍ଚ୍ଚାର ବିଷୟ ପାଲିଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ । ବିଦ୍ୟାଳୟର ଜଣେ ଶିକ୍ଷକ ୬ ଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଛାତ୍ରୀଙ୍କ ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି । 

ଅଧିକ ପଢ଼ନ୍ତୁ: ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ, ତାତିଲେ ଲୋକେ...ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ

ଅକୋଲା ଏସପି ବଚ୍ଚନ ସିଂ କହିଛନ୍ତି ଯେ, ବିଦ୍ୟାଳୟର ୬ ଜଣ ଛାତ୍ରୀ ୪୭ ବର୍ଷିୟ ଶିକ୍ଷକ ପ୍ରମୋଦ ମନୋହର ସାର୍କଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ହୋଇଛି ଯେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ। ଅଶ୍ଳୀଳ ଭିଡିଓ ଦେ‌ଖିବା ପାଇଁ ବାଧ୍ୟ କରୁଥିଲେ । ପୋଲିସ ତୁରନ୍ତ ଏକ ଅଭିଯୋଗ ପଞ୍ଜୀକୃତ କରି ଅଭିଯୁକ୍ତକୁ ଗିରଫ କରିଛି । ପୀଡିତା ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ବିଏନ୍ଏସ୍ ଓ ପୋକ୍ସ ଆକ୍ଟର ଧାରା ୭୪ ଏବଂ ୭୫ ଅନୁଯାୟୀ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଧିକ ଦଦନ୍ତ କରାଯାଉଛି  । ’

 

୪ ବର୍ଷୀୟା ନର୍ସରୀ ଛାତ୍ରୀ ଯୌନ ଶୋଷଣର ଶିକାର...

ଗତକାଲି ଦୁଇ କୁନି ଝିଅ, ୪ ବର୍ଷୀୟା ନର୍ସରୀ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିବା ଜଣାପଡ଼ିଥିଲା । ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍କୁଲର ସୁଇପର ଅଭିଯୁକ୍ତ ହୋଇଥିବାବେଳେ ଘଟଣାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି ।

କୋଲକାତା ଲେଡି ଡାକ୍ତର ଘଟଣା ଥମିନଥିବାବେଳେ ଦୁଇ କଅଁଳ ଶିଶୁ ଯୌନ ଶୋଷଣର ଶିକାର ହେବା ଜଣାପଡ଼ିବା ପରେ ତାତିଥିଲେ ଲୋକେ । ସ୍ଥାନୀୟ ବଦଲାପୁର ରେଳ ଷ୍ଟେସନରେ ପହଞ୍ଚି ରେଳରୋକ କରିବା ସହ ଟ୍ରାକ ଉପରେ ଛିଡ଼ାହୋଇ ଜୋରଦାର ଆନ୍ଦୋଳନ କରିଥିଲେ ।

ଅଧିକ ପଢ଼ନ୍ତୁ: ଚାଞ୍ଚଲ୍ୟକର ଘଟଣା; ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ରଖି ଭିଡ଼ିଓ ରେକର୍ଡିଂ କରୁଥିଲେ କାଫେ କର୍ମଚାରୀ...

OTV is now on Whatsapp

Join and get latest news update delivered to you via whatsapp

Join Now