Advertisment

Deomali Clean Initiative: ଏସ୍ଏ‌ସ୍‌ ରାଜମୌଲିଙ୍କ ପଡ଼ିଲା ପ୍ରଭାବ, ଅଣ୍ଟା ଭିଡ଼ିଲା କୋରାପୁଟ ପ୍ରଶାସନ

ନିକଟରେ ସାଉଥ୍ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲି ଦେଓମାଳିରେ ସୁଟିଂ କରିଥିଲେ । ତାଙ୍କର ହାଇ ବଜେଟ୍ ସିନେମା ଏସ୍‌ଏସ୍‌ଏମ୍‌ବି-29ର କିଛି ସିନ୍ ଏହିଠାରେ ସୁଟିଂ ହୋଇଥିଲେ । ସୁଟିଂ ସାରି ଯିବାପରେ କୋରାପୁଟକୁ ଭୁରି ଭୁରି ପ୍ରଶଂସା କରିଥିଲେ ଷ୍ଟାର୍ କାଷ୍ଟ।

ଅଦ୍ୟତନ ହୋଇଛି
ରାଜମୌଲିଙ୍କ କଥା ମାନିଲା ପ୍ରଶାସନ

ରାଜମୌଲିଙ୍କ କଥା ମାନିଲା ପ୍ରଶାସନ

Advertisment

ସାଉଥ୍ ଡିରେକ୍ଟର ଏସ୍‌ଏସ୍‌ ରାଜମୌଲିଙ୍କ ପଡ଼ିଲା ପ୍ରଭାବ । ଅଣ୍ଟା ଭିଡ଼ିଲା କୋରାପୁଟ ପ୍ରଶାସନ । ଆହୁରି ସୁନ୍ଦର ଦିଶିବ ଓ ଆକର୍ଷଣୀୟ ହେବ ଦେଓମାଳି । ଏଥିପାଇଁ ଏସଓପି ଜାରି ହୋଇଛି । ଏଣିକି ଦେଓମାଳିକୁ ପ୍ରଦୂଷିତ କରୁଥିବା ଲୋକଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଥିସହ କିପରି ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରାଯିବ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: କାଳବୈଶାଖୀ କମାଇଲା ତାତି, ୧୭ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ନିକଟରେ ସାଉଥ୍ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲି ଦେଓମାଳିରେ ସୁଟିଂ କରିଥିଲେ । ତାଙ୍କର ହାଇ ବଜେଟ୍ ସିନେମା ଏସ୍‌ଏସ୍‌ଏମ୍‌ବି-29ର କିଛି ସିନ୍ ଏହିଠାରେ ସୁଟିଂ ହୋଇଥିଲେ । ଏହି ସମୟରେ ସିନେମାର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଅଭିନେତା ମହେଶ ବାବୁ ଓ ରାଜମୌଲିଙ୍କ ସମେତ ପୂରା ଟିମ୍ କୋରାପୁଟରେ ରହିଥିଲେ । ସୁଟିଂ ସାରି ଯିବାପରେ କୋରାପୁଟକୁ ଭୁରି ଭୁରି ପ୍ରଶଂସା କରିଥିଲେ ଷ୍ଟାର୍ କାଷ୍ଟ। କିନ୍ତୁ କିଛି କିନ୍ତୁ ଛାଡ଼ି ଯାଇଥିଲେ ରାଜମୌଲି । ଦେଓମାଳିକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବାକୁ ହେଲେ ସ୍ବଚ୍ଛ କରିବାକୁ ପଡ଼ିବ ବୋଲି କହିଥିଲେ । ଜୈବ ବିବିଧତା ଘେରା ଏହି ସ୍ଥାନରେ ଅଳିଆ, ଆବର୍ଜନା ପକାଇ ଦୂଷିତ ନ କରିବାକୁ ଲୋକଙ୍କୁ ଅପିଲ୍ କରିଥିଲେ ରାଜମୌଲି । ଠିକ୍ ଏହାର କିଛି ଦିନ ପରେ ଜିଲ୍ଲା ପ୍ରଶାସନ ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳିର ସ୍ୱଚ୍ଛତା ପାଇଁ ଅଣ୍ଟା ଭିଡିଛି । ପ୍ଲାଷ୍ଟିକ୍ ମୁକ୍ତ ପାଇଁ ଜାରି କରିଛନ୍ତି କଟକଣା ।

ନୂଆ ଏସଓପି ଅନୁସାରେ, ଏଣିକି ଦେଓମାଳିକୁ ରାତିରେ ପ୍ରେବଶ ଉପରେ ନିଶେଷାଧେଶ ଦିଆଯାଇଛି। ସେହିପରି ଯେଉଁମାନେ ପୂର୍ବରୁ ବୁକିଂ କରିଥିବେ ସେହିମାନେ ହିଁ ଏଣ୍ଟ୍ରି କରିପାରିବେ । ଏଣ୍ଟ୍ରି ପଏଣ୍ଟରେ କଡାକଡି ଯାଞ୍ଚ ହେବ। ପଲିଥିନ୍ କିମ୍ବା ଅନ୍ୟାନ୍ୟ ପ୍ୟାକେଟ୍ ଖାଦ୍ୟ ମଧ୍ୟ ଆଣିପାରିବେନି ପର୍ଯ୍ୟଟକ। ନିୟମ ଉଲ୍ଲଙ୍ଘନ କଲେ ଫାଇନ୍ ଗଣିବାକୁ ପଡିବ। ଜିଲ୍ଲା ପ୍ରଶାସନର ଏପରି ପଦକ୍ଷେପକୁ ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡ଼ମ ସ୍ୱାଗତ କରିଛନ୍ତି।

Advertisment

Odisha Koraput Deomali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ