Advertisment

Job Opportunity For Students: ଏଣିକି ଓଡ଼ିଶାରେ ଯୁକ୍ତ ୩ ପଢ଼ିଥିଲେ ମିଳିବ ଚାକିରି, ଜାଣନ୍ତୁ କେମିତି

ବାଣିଜ୍ୟରେ ଗ୍ରାଜୁଏସନ୍‌ କରିଥିଲେ ମିଳିବ ଚାକିରି । କଳା ଓ ବିଜ୍ଞାନ ପିଲାଙ୍କୁ ବି ସୁବର୍ଣ୍ଣ ସୁଯୋଗ । ଓଡ଼ିଶାର ଯୁକ୍ତ ତିନି ପିଲାମାନଙ୍କୁ NSE ଇଣ୍ଟର୍ଣ୍ଣସିପ୍ ଟ୍ରେନିଂ ଦେବ । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଓ NSE ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

author-image
Namita Biswal
ଅଦ୍ୟତନ ହୋଇଛି
Free Financial Literacy Courses

Free Financial Literacy Courses

ଯୁକ୍ତ ୩ ପଢ଼ିଥିଲେ ଚାକିରି ସୁଯୋଗ । ବାଣିଜ୍ୟରେ ଗ୍ରାଜୁଏସନ୍‌ କରିଥିଲେ ମିଳିବ ଚାକିରି । କଳା ଓ ବିଜ୍ଞାନ ପିଲାଙ୍କୁ ବି ସୁବର୍ଣ୍ଣ ସୁଯୋଗ । ପୂର୍ବରୁ ଉପକୃତ ହୋଇଛନ୍ତି ୫୮ କଲେଜର ୩୯୪ ପିଲା । ୨ ଶହରୁ ଅଧିକ ପିଲାଙ୍କୁ ମିଳିଛି ଅଫର ଲେଟର । ହେଲେ ଏବେ +3 ପଢ଼ିଥିବା ପିଲାଙ୍କ ପାଇଁ ବଡ଼ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଯୁକ୍ତ ତିନି ପିଲାମାନଙ୍କୁ NSE ଇଣ୍ଟର୍ଣ୍ଣସିପ୍ ଟ୍ରେନିଂ ଦେବ । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଓ NSE ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ବିଶେଷକରି ବାଣିଜ୍ୟ ବିଭାଗର ପିଲାମାନେ ଲେବେଲ ୱାନ ଓ ଲେବେଲ ଟୁ ସରିବା ପରେ ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇବେ । 

Advertisment

ଅଧିକ ପଢ଼ନ୍ତୁ: ଖୁସି ଖବର; ଏ ବର୍ଷ ହେବ କଲେଜ ଇଲେକ୍ସନ୍!

NSEର ଟ୍ରେନିଂ ଦ୍ବାରା ଛାତ୍ରଛାତ୍ରୀମାନଙ୍କର ପାଠପଢା ସହ ସ୍କିଲ ଡେଭଲପମେଣ୍ଟ ହୋଇପାରିବ । ମ୍ୟୁଚୁଆଲ ଫଣ୍ଡ ଆଡଭାଇଜର, ଫାଇନାନସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ ବ୍ରୋକର ଭଳି ଭଳିକି ଭଳି ଚାକିରି ସୁଯୋଗ ସୃଷ୍ଟି ହେବ । ଏହି କୋର୍ସ କଲେ ଯୁବବର୍ଗଙ୍କୁ ଏପରି ମନ ପସନ୍ଦର ଚାକିରି ମିଳିବ । 

ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆହୁରି କହିଛନ୍ତି, ପ୍ରତି ମହାବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ଆଗ୍ରହୀ ହେଲେ ଏନରୋଲ୍ କରାଯିବ । କୋର୍ସ ସମ୍ପୂର୍ଣ୍ଣ ମାଗଣା ରହିବ । ଲେବୁଲ ୧ ଓ ଲେବୁଲ୍ ୨ ଦୁଇଟି ଭାଗରେ ପିଲାଙ୍କୁ ନେଇ ଶିକ୍ଷା ଦିଆଯିବ । ବାଣିଜ୍ୟ ପିଲାଙ୍କ ସହ କଳା ଓ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀମାନେ ଏହି କୋର୍ସ ପାଇଁ ଏନରୋଲ୍ କରିପାରିବେ । ପୂର୍ବରୁ ଉଚ୍ଚଶିକ୍ଷାରେ ପାସ୍‌ କରୁଥିବା ମାତ୍ର ୨୨% ପିଲା ଯୁକ୍ତ ତିନି ପଢିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଏବେ ଏଥିପ୍ରତି ମଧ୍ୟ ପିଲାଙ୍କ ମନୋବଳ ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।

Advertisment

ତେବେ ନିଯୁକ୍ତି ନେଇ ଯୁବ ବର୍ଗଙ୍କ ମଧ୍ୟରେ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ହେଲେ ସରକାରଙ୍କ ଏହି ପଦକ୍ଷେପ ଯୁବକ-ଯୁବତୀଙ୍କ ପାଇଁ ଚାକିରି କ୍ଷେତ୍ରରେ କିଛି ସହାୟକ ହେବ ବୋଲି କୁହାଯାଉଛି । 

ଅଧିକ ପଢ଼ନ୍ତୁ: ଝିଅ ପାଇଁ ବଢ଼ିଲାକି ବାପାଙ୍କ ସମ୍ପତ୍ତି ? କରିଦେଲେ ୪ଟା ହୋଟେଲ୍‌...

Odisha Government Job Opportunities Suryabanshi Suraj
Advertisment
Advertisment