Advertisment

COVID Case In Odisha: ଓଡ଼ିଶାରେ ପଶିଲା କରୋନା; କିପରି ରହିଛି ସ୍ଥିତି, କ'ଣ ନିଆଯାଉଛି ପଦକ୍ଷେପ କହିଲେ ସ୍ୱାସ୍ଥ୍ୟ ସଚିବ

ରାଜଧାନୀରେ କରୋନା ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି । କୋଭିଡ୍‌କୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ ।

author-image
Namita Biswal
ଅଦ୍ୟତନ ହୋଇଛି
Odisha Health Secretary

Odisha Health Secretary

ରାଜଧାନୀ ଭୁବନେଶ୍ୱରରେ  କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନୂତନ ଗାଇଡଲାଇନ ଜାରି କରାଯାଇନାହିଁ । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ରହିଛି । ବ୍ୟକ୍ତି ଜଣଙ୍କ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି । ତେବେ ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣକୁ ନେଇ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

Advertisment

ସ୍ୱାସ୍ଥ୍ୟ ସଚିବ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଆଡଭାଇଜରି କିମ୍ବା ଗାଇଡଲାଇନକୁ ଅପେକ୍ଷା କରିଛୁ । ଆଡଭାଇଜରି ଜାରି ହେଲେ ତଦନୁସାରେ କାର୍ଯ୍ୟକାରୀ କରିବୁ । ଓଡ଼ିଶାରେ ସ୍ଥିତି ପୂରା ନିୟନ୍ତ୍ରଣାଧୀନ ଅଛି । ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ରହିଛି । ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ତେଣୁ ଲୋକଙ୍କୁ ଭୟ ନ କରି ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଫେରିଲା କରୋନା; ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଅନେକ ଦିନ ପରେ ରାଜ୍ୟକୁ ପୁଣି ଫେରିଛି କରୋନା । ଆଜି ଭୁବନେଶ୍ବରରେ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେ ଏବେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ବହୁ ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ।  ଗତ କିଛିଦିନ ତଳେ ସିଙ୍ଗାପୁର, ଥାଇଲାଣ୍ଡ ଓ ହଂକକଂକରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନଜରକୁ ଆସିଥିଲା । ଆମ ଦେଶରରେ ବି ମୁମ୍ବାଇ, କେରଳ ଓ ତାମିଲନାଡୁରେ ବି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । 

COVID-19 Odisha Corona Cases
Advertisment
Advertisment