Advertisment

ଧୂଳିରେ ଆକ୍ତାମାକ୍ତା ଖୋର୍ଦ୍ଧା ସହର ବାସିନ୍ଦା; ବିଭିନ୍ନ ରାସ୍ତାଘାଟର ଅବସ୍ଥା ବିପର୍ଯ୍ୟସ୍ତ

ନୂଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଅବସ୍ଥା ପୁରା ଶୋଚନୀୟ। ବଡ ବଡ ଖାଲ ଯୋଗୁ ପ୍ରତିଦିନ ଦୁର୍ଘଟଣା ଯେପରି ସାଧାରଣ ଘଟଣା ପାଲଟିଯାଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Khordha's Streets in Disarray: Traffic Chaos and Poor Conditions from New Bus Stand to DHH

Khordha Streets

ଅବ୍ୟବସ୍ଥିତ ଖୋର୍ଦ୍ଧା ସହରର ରାସ୍ତାଘାଟ। ନୂଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଅବସ୍ଥା ପୁରା ଶୋଚନୀୟ। ବଡ ବଡ ଖାଲ ଯୋଗୁ ପ୍ରତିଦିନ ଦୁର୍ଘଟଣା ଯେପରି ସାଧାରଣ ଘଟଣା ପାଲଟିଯାଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ସହରବାସିନ୍ଦା । ତେଣେ ନିମ୍ନମାନର ଭେଣ୍ଡିଙ୍ଗ ଜୋନକୁ ନେଇ ବ୍ୟବସାୟୀ ବି ଅସନ୍ତୁଷ୍ଟ।

Advertisment

ଅଧିକ ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା; ଜାଣନ୍ତୁ ମିଳିବ କେତେ ଟଙ୍କା...

ଖାଲଖମା, ଧୂଳି ପରସ୍ତରେ ଆକ୍ତାମାକ୍ତା ଲୋକେ। ରାସ୍ତାରେ ଗୋଟେ ଗାଡି ଗଲେ ପଛରେ ଆସୁଥିବା ଗାଡି ଚାଳକକୁ ଦିଶୁନି ରାସ୍ତା। ଖୋର୍ଦ୍ଧା ସହରର ନୂଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାର ଅବସ୍ଥା ନକହିବା ଭଲ । ବର୍ଷ ବର୍ଷ ହେଲା ଏଠି ବଦଳିପାରୁନି ସ୍ଥିତି। ଲୋକଙ୍କ କଥା ଛାଡନ୍ତୁ ଏହି ରାସ୍ତାରେ ପ୍ରତିଦିନ ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅତି ବିପଦଜନକ ଭାବେ ନେବା ଆଣିବା କରାଯାଏ । ରାସ୍ତାର ବିଭିନ୍ନ ସ୍ଥାନରେ ବଡ ବଡ ଖାଲ ଯୋଗୁ ଦୁର୍ଘଟଣା ଏଠି ସବୁଦିନିଆ ବ୍ୟାପାର ଯେମିତି। ଆଉ ବର୍ଷା ଟିକେ ହୋଇଗଲେ, ବଢିଯାଏ ଦୁର୍ଦ୍ଦଶା। ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ।

Advertisment

ସେପଟେ ସହରରେ ଟ୍ରାଫିକ ସମସ୍ୟାକୁ ଦେଖି କ୍ୟାବିନ ବ୍ୟବସାୟୀଙ୍କୁ ଟିଲସି ରାସ୍ତାରେ ଭେଣ୍ଡିଙ୍ଗ ଜୋନ ନିର୍ମାଣ କରି ଥଇଥାନ କରାଯାଇଛି। ହେଲେ ଏଠି ବି ରହିଛି କେଁ। ମାତ୍ର ଆଠ ଫୁଟରେ ଦଶ ଫୁଟ ବିଶିଷ୍ଟ ଟିଣ ଘର ଗୁଡିକରେ ଗରମ ଦିନେ ରହି ହେଉନି, ବର୍ଷା ହେଲେ ପାଣି ଗଳୁଛି। ପୁଣି ପାର୍କିଂ ପାଇଁ ଜାଗା ନଥିବାରୁ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। 

ଏନେଇ ମାତ୍ର ଦୁଇ ଚାରୋଟି ଦୋକାନୀ ଏଠି ଖୋଲିଥିବା ବେଳେ ଅନ୍ୟମାନେ ଆସିବାକୁ ରାଜି ନୁହଁନ୍ତି । ସେପଟେ ଖୋର୍ଦ୍ଧା ବିଧାୟକ କହିଛନ୍ତି, ଏ ସମସ୍ତ ସମସ୍ୟାର ଖୁବ ଶୀଘ୍ର ସମାଧାନ କରାଯିବ। 

ଅଧିକ ପଢ଼ନ୍ତୁ: ଦୁର୍ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ୍ ହସ୍ପିଟାଲ୍; ତୃତୀୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

Odisha News
Advertisment
Advertisment