/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748704471.jpg)
Odisha Government Initiates Measures to Expedite Pending Legal Cases
ଜଷ୍ଟିସ ଡିଲେଡ୍ ଇଜ୍ ଜଷ୍ଟିସ ଡିନାଏଡ୍। ଅର୍ଥାତ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ବର୍ଷ ବର୍ଷ ଧରି ଗଡ଼ି ଚାଲିଛି ଲକ୍ଷ ଲକ୍ଷ ମାମଲା। ହେଲେ ଆଶ୍ବସ୍ତିର କଥା ହେଉଛି ଏବେ ଏଇ ଧାରାରେ ବ୍ରେକ୍ ଲଗାଇବାକୁ ଯାଉଛନ୍ତି ମୋହନ ସରକାର। ଫୌଜଦାରୀ ମାମଲାରେ ରାଜ୍ୟ ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ସମସ୍ତ ପିପି ଓ ଏପିପିଙ୍କ ପାଇଁ ଗୃହ ବିଭାଗ ଆଣିଛି ନୂଆ ଏସଓପି।। ତେବେ ନୂଆ ଏସଓପିରେ କଣ ରହିଛି, ଆସନ୍ତୁ ଜାଣିବା...
ଆଉ ଲମ୍ବା ଗଡିବନି ମାମଲା । ତାରିଖ୍ ପେ ତାରିଖ ଯନ୍ତ୍ରଣାରୁ ମିଳିବ ମୁକ୍ତି । ସରକାରୀ ଓକିଲଙ୍କ ପାଇଁ ଗୃହ ବିଭାଗର ନୂଆ ଏସ୍ଓପି । ଫୌଜଦାରୀ ମାମଲାରେ ଅଯଥା ତାରିଖ ଗଡ଼ାଇବେନି, ଦେବେ ମାସିକିଆ ରିପୋର୍ଟ । ରାଜ୍ୟରେ ଲକ୍ଷ ଲକ୍ଷ ମାମଲା ନାଲି ଫିତା ତଳେ ରହିଥିବା ବେଳେ ତାକୁ କମାଇବାକୁ ନୂଆ ଏସଓପି ଆଣିଛନ୍ତି ରାଜ୍ୟ ସରକାର। ଏହି ଅନୁସାରେ ଯଦି ସାକ୍ଷୀ ଉପସ୍ଥିତ ଥାଆନ୍ତି ତାହେଲେ ଅଯଥାରେ ତାରିଖ ଘୁଞ୍ଚାଇବାକୁ ଆବେଦନ କରିବେ ନାହିଁ। ଦୁଇ ଥର ତାରିଖ ଘୁଞ୍ଚିଥିଲେ ଆଉ ତାରିଖ ଘୁଞ୍ଚାଯିବ ନାହିଁ। ସମାନ ତାରିଖରେ ଓକିଲଙ୍କର ଅନ୍ୟ କୋର୍ଟରେ କେସ୍ ଥିବା କାରଣ ଦର୍ଶାଇଲେ ଗ୍ରହଣ କରାଯିବ ନାହିଁ। ସାକ୍ଷୀ ପ୍ରସ୍ତୁତ ଥାଇ ମଧ୍ୟ ପ୍ରତିପକ୍ଷ ପ୍ରସ୍ତୁତ ନଥିଲେ କୋର୍ଟ ସାକ୍ଷୀଙ୍କ ବୟାନ ରେକର୍ଡ କରି ଜେରା କରିପାରିବେ। ଯୁକ୍ତି ଯୁକ୍ତ କାରଣ ନଦର୍ଶାଇ ତାରିଖ ପରେ ତାରିଖ ନେଲେ ସରକାରୀ ପକ୍ଷ କିମ୍ବା ଅଭିଯୁକ୍ତ ପକ୍ଷଙ୍କ ଉପରେ ଆର୍ଥିକ ଦଣ୍ଡ କରାଯାଇ ପାରିବ। ଏହାସହ ମାସିକ ରିପୋର୍ଟ ଦେବେ ସରକାରୀ ଓକିଲ। ମାମଲାର ବିବରଣୀ, ସ୍ଥଗିତ ମାମଲା ସଂଖ୍ୟା, ଉଠାଯାଇଥିବା କାରଣ, କୋର୍ଟଙ୍କ ନିର୍ଦ୍ଦେଶ ଏହି ରିପୋର୍ଟରେ ଉଲ୍ଲେଖ କରିବେ।
ଅଧିକ ପଢନ୍ତୁ: ମାତିଛନ୍ତି ଲୁଟେରା; ଲୁଟିନେଲେ ୪ ଶହ ମୋବାଇଲ, ଛାଡିଗଲେ ଚାର୍ଜର!
ଗତ ମାର୍ଚ୍ଚ ମାସରେ ବିଧାନସଭାରେ ଆସିଥିବା ତଥ୍ୟ କହୁଛି ରାଜ୍ୟରେ ହାଇକୋର୍ଟ ସମେତ ବିଭିନ୍ନ କୋର୍ଟରେ ପ୍ରାୟ ୨୦ ଲକ୍ଷ ୮୭ ହଜାର ୩୪୭ ମାମଲା ବିଚାରଧୀନ ରହିଛି। ଆଉ ବର୍ଷ ବର୍ଷ ଧରି ଏହି ମାମଲାର ବିଚାର ବିଳମ୍ବିତ ହେବାର କାରଣ ବି ମାନିଛନ୍ତି ସରକାର। ସବୁଠୁ ବଡ଼ କାରଣ ହେଲା ଓକିଲଙ୍କ ଦ୍ୱାରା ବାରମ୍ବାର ତାରିଖ ଘୁଞ୍ଚାଇବା। ସାକ୍ଷୀ, ତଦନ୍ତକାରୀ ଅଧିକାରୀ ଏବଂ ମେଡିକାଲ ଅଧିକାରୀଙ୍କ ଅନୁପସ୍ଥିତି ବି କାରଣ। ତେବେ ନୂଆ ଏସଓପି ମାମଲାର ଗୁଡିକର ତ୍ୱରିତ ବିଚାରରେ ସହଯୋଗ କରିବ ବୋଲି କହିଛନ୍ତି ଆଇନଜୀବୀ।
ଏହାସହ ନୂଆ ଏସଓପି ବାବଦରେ ସମସ୍ତ ପିପି ଓ ଏପିପିଙ୍କୁ ସଚେତନ ଏବଂ ତାଲିମ ନେଇ ସୁନିଶ୍ଚିତ କରାଇବେ ଡିପିପି। ଖାଲି ସେତିକି ନୁହେଁ ନୂଆ ଏସଓପିର ଯେମିତି ଉଲ୍ଲଘଂନ ନହୁଏ, ସମୟ ସମୟରେ ତାର ସମୀକ୍ଷା ବି କରିବେ ଡିପିପି।
ଆଉ ଲମ୍ବା ଗଡ଼ିବନି ମାମଲା; ତାରିଖ୍ ପେ ତାରିଖ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)