Advertisment

Odisha Cabinet: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ନିଯୁକ୍ତି ପରୀକ୍ଷାରେ ଗଫଲତି କଲେ ଜେଲ୍

ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନିଯୁକ୍ତି ପରୀକ୍ଷାରେ ଗଫଲତି କଲେ ଜେଲ୍। ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । ଦୋଷୀଙ୍କୁ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ହେବ । ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ବି ୧ କୋଟି ଟଙ୍କା ଜରିମାନା କରାଯିବ । ଏହି ନିୟମ OPSC,OSSC,OSSSC ଆଦି ପରୀକ୍ଷା ପାଇଁ ଲାଗୁ ହେବ ବୋଲି ସୂଚନା ମିଳିଛି । 

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୫ଟି, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଓ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଥିବାବେଳେ ବିଧାନସଭା ଅଧିବେଶନ ଆହୂତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି । 

ଅଧିକ ପଢ଼ନ୍ତୁ: Ration Card: ‘ନଭେମ୍ବରରେ ସରିବ E-KYC ଯାଞ୍ଚ, ଜାନୁଆରୀରୁ ଦିଆଯିବ ନୂଆ ରାସନ କାର୍ଡ’

Advertisment

ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରୀ ଚାକିରି ଚୟନ ପରୀକ୍ଷାରେ ପାରଦର୍ଶିତା ଆଣିବା ପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି), ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗ, ସର୍ଭିସ ସିଲେକ୍ସନ ବୋର୍ଡ, ଓଡ଼ିଶା ପୋଲିସ ସିଲେକ୍ସନ ବୋର୍ଡ, ଓଡ଼ିଶା ଶିକ୍ଷା(ରାଜ୍ୟ ପାଇଁ ସିଲେକ୍ସନ ବୋର୍ଡ) ରୁଲସ-୧୯୯୨, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି/ଏଜେନ୍ସୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସୀ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି । ଏହି ବିଲକୁ ଆସନ୍ତା ଶୀତ ଅଧିବେଶନରେ ବିଧାନସଭାରେ ପାରିତ କରିବାରକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହି ‘ଓଡ଼ିଶା ପବ୍ଲିକ ଏକ୍ସଜାମିନେସନ(ପ୍ରିଭେନ୍ସନ୍ ଅଫ ଅନଫେୟାର ମିନସ) ଆକ୍ଟ-୨୦୨୪’ କାର୍ଯ୍ୟକ୍ଷମ ହେଲେ, ସରକାରୀ ଚାକିରି ପାଇଁ ଚୟନ ପରୀକ୍ଷାରେ ବିଭିନ୍ନ ପ୍ରକାରର ଅନ୍ୟାୟ ଯଥା ମିଥ୍ୟା ପରିଚୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସଂକ୍ରାନ୍ତ ସୂଚନା ଲିକ୍‌, ପରୀକ୍ଷା ହଲ୍ ଭିତରକୁ ଅନଧିକୃତ ଲୋକଙ୍କ ପ୍ରବେଶ ନିଷେଧ ତଥ୍ୟା ବ୍ୟାଘାତ ସୃଷ୍ଟି ଆଦିକୁ ରୋକିବା ସହ ପରୀକ୍ଷାର ଅଖଣ୍ଡତା ବଜାୟ ରଖିବା ପାଇଁ ଏହି ବିଲ୍ ଅଣାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ରାଜ୍ୟ କ୍ୟାବିନେଟରେ ଗୋମାତା ଯୋଜନାକୁ ମଧ୍ୟ ମଂଜୁରୀ କରିଛନ୍ତି । ପ୍ରାଣୀଙ୍କ ପାଇଁ ଟିକା ଉତ୍ପାଦନ, ଭ୍ରାମ୍ୟମାଣ ଚିକିତ୍ସା ସେବା ବ୍ୟବସ୍ଥା ହେବ । ଗୋମାତା ଯୋଜନାରେ ୩ ବର୍ଷରେ ଖର୍ଚ୍ଚ ହେବ ୩୪୨ କୋଟି ଟଙ୍କା ।

ଅଧିକ ପଢ଼ନ୍ତୁ: Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

Odisha Cabinet Odisha CM Odisha News OSSC OPSC OPSC Exam
Advertisment
Advertisment