• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୧, ୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କାଠାରୁ ୧୨.୪ % ପ୍ରତିଶତ କମ୍‌ ।

ସେହିପରି ଏହି ରିପୋର୍ଟରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ଏହି ଅଭିବୃଦ୍ଧି ହାର ୨୦୨୨-୨୩ରେ .୯ ପ୍ରତିଶତ ଥିଲା । ଶିଳ୍ପ ଓ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଅଧିକ ପଢ଼ନ୍ତୁ: ରେଳବାଇରେ ଓଡ଼ିଶାକୁ ୧୦ ହଜାର ୫୮୬ କୋଟିର ଅନୁଦାନ

ସେହିପରି ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମ । ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ସାଂଘାତିକ ତଥ୍ୟ ମିଳିଛି । ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା ହାର ୨୨.୨ ପ୍ରତିଶତକୁ ହ୍ରାସ ପାଇଛି । ଓଡ଼ିଶା ଏବେ ବି ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା ହାରରେ ୨୭.୨୯ ପ୍ରତିଶତ ସହିତ ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିଛି ।

 

ଓଡ଼ିଶାରେ ଆୟୁଷ ହାର ପୂର୍ବ ତୁଳନାରେ ୧୦ ବର୍ଷ ବଢ଼ିଛି । ଆୟୁଷ ବୃଦ୍ଧି ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିଛି ତଥ୍ୟ । ୨୦୦୦-୨୦୦୪ରେ ଓଡ଼ିଶାରେ ହାରାହାରି ଆୟୁଷ ଥିଲା ୬୦.୪ ବର୍ଷ । ତେବେ ୨୦୧୬-୨୦୨୦ରେ ହାରାହାରି ଆୟୁଷ ବୃଦ୍ଧି ପାଇ ୭୦.୩ ବର୍ଷ ରହିଛି । ୧୭ଟି ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଆୟୁଷହାର ଓଡ଼ିଶାଠାରୁ ୭ଟି ରାଜ୍ୟରେ ଅଧିକ ଅଟେ ।

୨୦୧୫-୧୬ରୁ ୧୯-୨୧ ମଧ୍ୟରେ ୬୨ ଲକ୍ଷ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ୨୦୨୩-୨୪ରେ କୃଷି ଓ ଆନୁଷାଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ସେହିପରି ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ୨୦୨୩-୨୪ରେ ଅଭିବୃଦ୍ଧି ହାର ୮.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ଯଦି ମହିଳା ସାକ୍ଷରତା କଥା କହିବା ତାହେଲେ ଏହି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ହୋଇଛି । ୭ ବର୍ଷ ବୟସରୁ ଉର୍ଦ୍ଧ୍ୱ ମହିଳା ସାକ୍ଷରତା ହାର ୨୦୦୧ରେ ୫୦.୫ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୭୩.୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ ମାତୃ ମୃତ୍ୟୁହାର ୨୦୧୮-୨୦ରେ ପ୍ରତି ୧ ଲକ୍ଷ ଜୀବନ୍ତ ଜନ୍ମରେ ୧୧୯ ଥିବାବେଳେ ସର୍ବଭାରତୀୟ ସ୍ତରରେ ୨୦୧୮-୨୦ରେ ମାତୃ ମୃତ୍ୟୁ ହାର ୯୭ ରହିଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶା ପାଇଁ କ’ଣ ରହିଛି ନିର୍ମଳାଙ୍କ ବଜେଟ୍‌ରେ, ୨ଟି ବଡ଼ କଥା କହିଛନ୍ତି ଅର୍ଥମନ୍ତ୍ରୀ

OTV is now on Whatsapp

Join and get latest news update delivered to you via whatsapp

Join Now