Advertisment

ରେଳବାଇରେ ଓଡ଼ିଶାକୁ ୧୦ ହଜାର ୫୮୬ କୋଟିର ଅନୁଦାନ

କେନ୍ଦ୍ର ବଜେଟରେ ରେଳ ବିଭାଗକୁ ମିଳିଥିବା ଅନୁଦାନ ସମ୍ପର୍କରେ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି, ଶତ ପ୍ରତିଶତ ବିଦ୍ୟୁତ୍ କରଣ ହୋଇଯାଇଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Railway Budget 2024 in odisha

Railway Budget

ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ରୀୟ ବଜେଟରେ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି । ୟୁପିଏ ସରକାର ବେଳେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ଟଙ୍କା ମିଳୁଥିଲା । ଏବେ କିନ୍ତୁ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି ବୋଲି ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

Advertisment

କେନ୍ଦ୍ର ବଜେଟରେ ରେଳ ବିଭାଗକୁ ମିଳିଥିବା ଅନୁଦାନ ସମ୍ପର୍କରେ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି, ଶତ ପ୍ରତିଶତ ବିଦ୍ୟୁତ୍ କରଣ ହୋଇଯାଇଛି । ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର, ଅଣ୍ଡର ପାସ୍ ନିର୍ମାଣ, ରାଜ୍ୟର ୫୯ ଷ୍ଟେସନକୁ ଅମୃତଭାରତ ଷ୍ଟେସନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା; ଶସ୍ତା ହେବ ମୋବାଇଲ, ଚାର୍ଜର, ବ୍ୟାଟେରୀ...

Advertisment

ଅମୃତ ଭାରତ ଷ୍ଟେସନ୍‌ରେ ଯୋଜନାରେ ସାମିଲ୍‌ ହୋଇଥିବା ଷ୍ଟେସନ୍‌ ଗୁଡ଼ିକ ହେଲା ଅନୁଗୁଳ, ବାଦାମ ପାହାଡ଼, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ୍‌, ବରଗଡ଼ ରୋଡ୍‌, ବାରିପଦା, ବରବାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ନୂଆ ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ୍‌, ହିମ୍‌ଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍‌, ଜଳେଶ୍ୱର, ଜରୋଲି, ଜୟପୁର, ଝାରସୁଗୁଡ଼ା ଜଙ୍କସନ୍‌, ଝାରସୁଗୁଡ଼ା ରୋଡ୍‌, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆଳ ରୋଡ୍‌, ଖୋର୍ଦ୍ଧା ରୋଡ୍‌ ଜଙ୍କସନ୍‌, କୋରାପୁଟ ଜଙ୍କସନ୍‌, ଲିଙ୍ଗରାଜ ଟେମ୍ପୁଲ ରୋଡ୍‌, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନ୍‌ପୋଷ୍‌, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର,ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାକ୍ଷୀଗୋପାଳ, ସମ୍ୱଲପୁର, ସମ୍ୱଲପୁର ସିଟି, ତାଳଚେର, ତାଳଚେର ରୋଡ୍‌, ସୋର ଓ ଟିଟିଲାଗଡ଼ ଜଙ୍କସନ୍‌ ।

Union Budget Ashwini Vaishnow Railway Budget
Advertisment
Advertisment