Advertisment

Odisha Driver Mahasangha: ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ; ୭ ଦଫା ଦାବି ନେଇ ଆନ୍ଦୋଳନ ଡାକରା…

ଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ, ଗାଡ଼ି ପାର୍କିଂ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ଡ୍ରାଇଭର ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ ଆଦି ଦାବି ନେଇ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏ ଆନ୍ଦୋଳନ ଚାଲିବ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha Driver Mahasangha

Odisha Driver Mahasangha

୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ରାଜ୍ୟ ବ୍ୟାପୀ ଆନ୍ଦୋଳନଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଓଟିଭିକୁ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟତଃ ପୁଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ, ଗାଡ଼ି ପାର୍କିଂ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ଡ୍ରାଇଭର ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ ଆଦି ଦାବି ନେଇ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏ ଆନ୍ଦୋଳନ ଚାଲିବ

Advertisment

ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି

ତେଣେ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଚାହୁଁଛିଓଡ଼ିଶା ଡ୍ରାଇଭର ମହାସଂଘ ଦେଇଥିବା ବନ୍ଦ ଡାକରାକୁ ଅନ୍ୟ କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର୍ସ ସଂଘ ସମର୍ଥନ କରୁନାହିଁ ବୋଲି ଓଡିଶା ସଡକ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି

Advertisment

ଏହାର ସଂପାଦକ କହିଛନ୍ତି- ସରକାର ସୁରକ୍ଷା ଦେଲେ ଯାନବାହନ ଚଳାଚଳ ସ୍ବାଭାବିକ ରହିବନିଜର ଆଧିପତ୍ୟ ଜାହିର ଓ ନିଜର ନ୍ୟସ୍ତ ସ୍ବାର୍ଥ ହାସଲ ପାଇଁ ଯୋଜନା କରିଛି ଓଡ଼ିଶା ଡ୍ରାଇଭର ମହାସଂଘରାଜ୍ୟରେ ୩୫ଟି ସଂଘ ଥିବା ବେଳେ କେବଳ ଗୋଟିଏ ସଂଘ ଡାକରା ଦେଇଥିବା କହିଛନ୍ତି ମଞ୍ଚର ସାଂଗଠନିକ ସଂପାଦକ

ଅଧିକ ପଢନ୍ତୁ: ପୁଣି ଅଶାନ୍ତି ବାଂଲାଦେଶ; ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ, ଜାଣନ୍ତୁ କାହିଁକି... 

Odisha Drivers' Association Demand
Advertisment
Advertisment