• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭୁବନେଶ୍ବର ବଦଳରେ ସମ୍ବଲପୁରରେ ହେଲା ଜନ ଅଭିଯୋଗ ଶୁଣାଣି । ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୪ଶହ ଜଣଙ୍କର ଆପତ୍ତି ଶୁଣିଲେ । ଅନେକ ଅଭିଯୋଗର ଅନ୍ ଦି ସ୍ପଷ୍ଟ୍ ସମାଧାନ କଲେ । ଏମିତିକି କିଛି ଅଭିଯୋଗକାରୀଙ୍କୁ ଅଭିଯୋଗ ଶୁଣାଣି ସ୍ଥଳରେ ହିଁ ମିଳିଗଲା ସହାୟତା ।

ରାଜଧାନୀ ବାହାରେ ମୋହନ ସରକାରଙ୍କ ଅଭିଯୋଗ ଶୁଣାଣିକୁ ନେଇ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳୁ ସକାଳୁ ସମ୍ବଲପୁର ମହାନଗର ନିଗମ ଅଫିସରେ ଲାଗିଥିଲା ଲୋକଙ୍କ ଭିଡ଼ । ଭରସାର ସହିତ ଅଭିଯୋଗ ପତ୍ର ଧରି ମୋହନ ସରକାରଙ୍କ ପାଖକୁ ଛୁଟିଆସିଥିଲେ ଜନସାଧାରଣ ।

Also Read

କିଏ ଅନଲାଇନରେ ଆଗୁଆ ପଞ୍ଜିକରଣ କରିଥିଲା ତ ଆଉ କିଏ ସିଧା ଆସିଥିଲା ଅଭିଯୋଗ ଶୁଣାଣି ଶିବିରକୁ । ପ୍ରାଥମିକତା ଭିତ୍ତିରେ ପ୍ରଥମେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିଥିଲେ ମୁଖ୍ୟମନ୍ତ୍ରୀ । ୧୦ ମନ୍ତ୍ରୀ ବି ଗୋଟି ଗୋଟି କରି ସମସ୍ତଙ୍କ ଅଭିଯୋଗ ଶୁଣି ସମାଧାନ ଲାଗି ଉପସ୍ଥିତ ୧୩ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବେଦନଶୀଳ ସରକାର ଭୁବନେଶ୍ବରରକୁ ସମ୍ବଲପୁର ଆସିଛନ୍ତି । ଏଯାଏଁ ସରକାର ଶୁଣିଥିବା ସମସ୍ୟାର ୮୮ ପ୍ରତିଶତ ସମାଧାନ ହୋଇସାରିଛି । ଭୁବନେଶ୍ବର ବାହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସଭା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭରପୁର ଉତ୍ସାହ ।

ସେହିଠାରେ ହିଁ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ଦିଆଯାଇଛି । ସମସ୍ତଙ୍କ ଦୁଃଖ ଶୁଣି ସମାଧାନ ପାଇଁ ଆଶ୍ବସନା ଦେଇଛନ୍ତି ସିଏମ। ଜନ ଅଭିଯୋଗ ଶୁଣାଣି ପାଇଁ ପୋଲିସ ପ୍ରଶାସନ ତରଫରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା । ୧୮ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ଅଧିକାରୀ ମୁତୟନ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ହଟହଟା : ଗାଡିକୁ ଛାଡିଲେ ନାହିଁ ଗାଁ ଲୋକେ