• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଭିଯୋଗ ଶୁଣାଣି ପରେ ରାୟଗଡା ଜିଲ୍ଲାପାଳ ହଟହଟା । ବାଲି ଉଠାଣ ବନ୍ଦ ସମ୍ପର୍କୀତ ଅଭିଯୋଗ ଶୁଣି ବାହାରକୁ ଆସିବା ପରେ ଲୋକେ ଜିଲ୍ଲାପାଳଙ୍କ ଗାଡିକୁ ଛାଡିଲେ ନାହିଁ । ଗାଡି ଆଗରେ ବସି ରହି ଧାରଣା ଦେଲେ । ଏପରିକି ଜିଲ୍ଲାପାଳ ଚାଲି ଚାଲି ଗଲା ବେଳେ ତାଙ୍କୁ ଘେରିଲେ ଲୋକେ । ଗତକାଲି ଏହା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣପୁରରେ ।

ଗତକାଲି ଜିଲ୍ଲାପାଳ ସ୍ୱାଧାଦେବ ସିଂ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କରୁଥିଲେ । ଏହି ସମୟରେ ଗୁଣୁପୁର ନିକଟ କତୁରୁ ନଦୀ ବାଲିଘାଟରୁ ବାଲି ଉଠାଣ ବନ୍ଦ କରିବାକୁ ସ୍ଥାନୀୟ ଗାଁ ଲୋକେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଲୋକଙ୍କ ଅଭିଯୋଗ ଅନୁସାରେ, ଜିଲ୍ଲାପାଳ କୁଆଡେ ବାଲି ଉଠାଣ ବନ୍ଦ ହୋଇପାରିବ ନାହିଁ ବୋଲି କହିଥିଲେ । ଏହାକୁ ନେଇ କତୁରୁ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଆସି ଧାରଣାରେ ବସିବା ସହ ସରକାରୀ ଅଧିକାରୀଙ୍କ ଗାଡିକୁ ଛାଡି ନ ଥିଲେ ।

ବାଧ୍ୟ ହୋଇ ଜିଲ୍ଲାପାଳ ଓ ଏସପି ଚାଲି ଚାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରାଜସ୍ୱ ବଙ୍ଗଳାକୁ ଯିବା ସମୟରେ ଲୋକେ ସେମାନଙ୍କୁ ଘେରି ଯାଇ ପ୍ରତିବାଦ ଜଣାଇଥିଲେ । ତେବେ କଡା ସୁରକ୍ଷାରେ ଜିଲ୍ଲାପାଳଙ୍କୁ ବଙ୍ଗଳାକୁ ନିଆଯାଇଥିଲା । ପରେ ଅଭିଯୋଗକାରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେପଟେ ବର୍ତ୍ତମାନ ବାଲି ଉଠାଣ ଆରମ୍ଭ ହୋଇନାହିଁ , ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

(ରିପୋର୍ଟ - ଇନ୍ଦ୍ରଜିତ୍ କୁମାର ପଣ୍ଡା , ଗୁଣପୁର)