Advertisment

Women To Offer Millet to Goddess Lakshmi: ମାଣବସା ଗୁରୁବାରରେ ଲାଗିହେଉ ମାଣ୍ଡିଆ ଭୋଗ, ପୁଷ୍ଟିଶସ୍ୟ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ପୁଣି ଥରେ ଖାଇବା ଥାଳିର ବୈଭବ ବଢ଼ାଇବ ବିସ୍ମୃତ ଖାଦ୍ୟ। ପାଟିକୁ ସୁଆଦ ଦେବ, ଶରୀରକୁ ସୁସ୍ଥ ରଖିବ ମିଲେଟ୍ ବା 'ପୁଷ୍ଟିଶସ୍ୟ'।

author-image
Sujit kumar Swain
undefined

Women To Offer Millet to Goddess Lakshmi

ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ ଭୋଗ। ମାଣ୍ଡିଆ ପ୍ରସାଦ ଅର୍ପଣ କରି ସମସ୍ତଙ୍କୁ ପରଷିବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ମାଣ୍ଡିଆ ଦିବସ ଅବସରରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ। ମାଣ୍ଡିଆ ଭଳି ପୁଷ୍ଟିଶସ୍ୟକୁ ଖାଇବା ଥାଳିକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ସମ୍ମିଳନୀ। 

Advertisment

ପୁଣି ଥରେ ଖାଇବା ଥାଳିର ବୈଭବ ବଢ଼ାଇବ ବିସ୍ମୃତ ଖାଦ୍ୟ। ପାଟିକୁ ସୁଆଦ ଦେବ, ଶରୀରକୁ ସୁସ୍ଥ ରଖିବ ମିଲେଟ୍ ବା 'ପୁଷ୍ଟିଶସ୍ୟ'। ଶ୍ରୀ ଅନ୍ନ ତିଆରି ସ୍ନାକ୍ସ ଓ 
ସୁପ୍ । ମାଣ୍ଡିଆ ପାସ୍ତା ଓ ମାଣ୍ଡିଆ ନୁଡୁଲ୍ । ତା ସହ ମିଲେଟ୍ ତିଆରି ପିଠା, ପେଟିସ୍‌ଠୁ ନେଇ ପାମ୍ପଡ଼ି ଚାଟ୍ । ଖାଲି ପାଟି ସୁଆଦିଆ ଖାଦ୍ୟ ନୁହେଁ, ମିଲେଟ୍ ବି ସାଜି ପାରିବ ଦେହର ଗହଣା। ମାଣ୍ଡିଆରେ ତିଆରି ହେଉଛି କାନଫୁଲ, ଚାବି ରିଂ ଓ ଘରସଜ୍ଜା ସାମଗ୍ରୀ, ବାଜରା ଓ ଜୱାର୍ ଭଳି ମିଲେଟ୍‌ରୁ ମଧ୍ୟ ହେଉଛି ତିଆରି । ମାଣ୍ଡିଆ ଦିବସ ଉପଲକ୍ଷେ ଆଜି ଲୋକସେବା ଭବନରେ ଆୟୋଜିତ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଅବସରରେ ଦେଖିବାକୁ ମିଳିଥିଲା ମିଲେଟ୍ ତିଆରି ଅନେକ ନିଆରା ଖାଦ୍ୟ ଏବଂ ଲୋପ ପାଇ ଯାଉଥିବା ପୁଷ୍ଟିଶସ୍ୟ। 

ଅଧିକ ପଢନ୍ତୁ: ‘ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା, 5T ନାଁରେ ବ୍ୟାପକ ହେରଫେର ହୋଇଛି’

Advertisment

ତେବେ କେବଳ ମଣିଷର ଖାଦ୍ୟ ନୁହେଁ । ମାଣ୍ଡିଆ ଖାଇବେ ସ୍ବୟଂ ମାଆ ଲକ୍ଷ୍ମୀ ସାଆନ୍ତାଣି । ମାର୍ଗଶୀର ମାଣବସା ଗୁରୁବାରରେ ଲାଗି ହେବ ମାଣ୍ଡିଆ । ମାଣ୍ଡିଆ ଭୋଗ ଲଗାଇ ମୁଣ୍ଡିଆ ମାରିବେ ବ୍ରତଧାରୀ । ମାଣବସା ଗୁରୁବାରରେ ମା'ଲକ୍ଷ୍ମୀଙ୍କ ପାଖରେ ମାଣ୍ଡିଆ ପ୍ରସାଦ ଅର୍ପଣ କରିବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିବା ସହ, ଏହା ମିଲେଟ୍‌କୁ ପ୍ରୋତ୍ସାହନ ଦେବାରେ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। କହିଛନ୍ତି- ସବୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ। ପୁଷ୍ଟିହୀନତାର ମୁକାବିଲା ପାଇଁ ସ୍କୁଲ, ଡାକ୍ତରଖାନା ଓ ସରକାରୀ କ୍ୟାଣ୍ଟିନରେ ଶ୍ରୀ ଅନ୍ନ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଏବେ ମିଡ୍ ଡେ ମିଲ୍‌ରେ ମାଣ୍ଡିଆ ଦିଆଯାଉଛି, ଆଗକୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବ । ପୁଷ୍ଟିଶସ୍ୟ ଓ ବିସ୍ମୃତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଫୁଡ୍ ବ୍ଲଗର୍ ମାନଙ୍କ ସହାୟତା ନିଆଯିବ। ଭାରତର ମିଲେଟ୍ ହବ୍ ବନିବ ଓଡ଼ିଶା । 

ଜି-୨୦ ସମ୍ମିଳନୀରେ ମାଣ୍ଡିଆର ବ୍ରାଣ୍ଡ୍ ଆମ୍ବାସଡର ବନିଥିବା ଓଡ଼ିଶାର ଦୁଇ ମାଣ୍ଡିଆ ମାଆଙ୍କ କଥା ମଧ୍ୟ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ବାମୀନାଥନ ଯୋଗଦେଇଥିଲେ।

ରାୟଗଡ଼ା ଓ ନୂଆପଡ଼ା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ମାଣ୍ଡିଆ ଦିବସ ଉପଲକ୍ଷେ ଆୟୋଜିତ ହୋଇଛି ମାଣ୍ଡିଆ ମେଳା। ଲୋକ ଲୋଚନକୁ ଆସିବା ସହିତ ଆଧୁନିକ ସମାଜରେ ନିଜର ପରିଚୟ ଖୋଜି ପାଇଛି- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବହୁ ପାରଂପରିକ ପୁଷ୍ଟିଶସ୍ୟ ଓ ଖାଦ୍ୟପେୟ, ଯାହାକି ଧୀରେ ଧୀରେ ହଜିଯାଉଥିଲା ଚାଷଜମି ତଥା ଜନମାନସରୁ। 

Odisha CM Mohan Majhi
Advertisment
Advertisment