Advertisment

Odia Jatra Controversy: ମାରାଥନ୍ ବୈଠକ ପରେ କଳାକାର ସଂଘର କଡ଼ା ଚେତାବନୀ,ବ୍ୟାନ୍ ଉଠାଅ, ନଚେତ୍...

ସମାଧାନର ବାଟ ଫିଟିଲାନି, ବରଂ ଆହୁରି ଘନେଇଲା ବିବାଦ । ଯାତ୍ରା ପାର୍ଟି ମାଲିକଙ୍କ ସହ କଳି ପ୍ରସଙ୍ଗରେ ଚରମ ନିଷ୍ପତ୍ତି ନେଇଛି ଯାତ୍ରା କର୍ମଚାରୀ ଓ କଳାକାର ସଂଘ । ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ନଉଠିଲେ ଯାତ୍ରା ବନ୍ଦ ଭଳି କଡ଼ା ଚେତାବନୀ ଶୁଣାଇଛି କଳାକାର ସଂଘ ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

Bapi Panda Open Challenge

ସମାଧାନର ବାଟ ଫିଟିଲାନି, ବରଂ ଆହୁରି ଘନେଇଲା ବିବାଦ । ଯାତ୍ରା ପାର୍ଟି ମାଲିକଙ୍କ ସହ କଳି ପ୍ରସଙ୍ଗରେ ଚରମ ନିଷ୍ପତ୍ତି ନେଇଛି ଯାତ୍ରା କର୍ମଚାରୀ ଓ କଳାକାର ସଂଘ । ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ନଉଠିଲେ ଯାତ୍ରା ବନ୍ଦ ଭଳି କଡ଼ା ଚେତାବନୀ ଶୁଣାଇଛି କଳାକାର ସଂଘ । ତା’ସହ ନରି ପଣ୍ଡାଙ୍କୁ ନିର୍ଯାତନା ଅଭିଯୋଗରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ସଂଘ ।

Advertisment

ଆଗକୁ ଏହି ପ୍ରସଙ୍ଗରେ ସିଏମ୍ ଏବଂ ଡିଜିପିଙ୍କ ନିକଟରେ ଫେରାଦ୍ ହେବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ସେପଟେ ମାଲିକ ସଂଘ କହିଛି, ଆମର ବୈଠକ ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ଚରମ ନିଷ୍ପତ୍ତି,କଡ଼ା ଆଭିମୁଖ୍ୟ । ଯାତ୍ରା କର୍ମଚାରୀ ଏବଂ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ଏଭଳି ମନ୍ତବ୍ୟକୁ ନେଇ ଘନେଇବ କି ବିବାଦ? ଜଲିଉଡରେ ସୃଷ୍ଟି ହେବ କି ବିସ୍ଫୋରକ ସ୍ଥିତି?

ଭୁବନେଶ୍ବରରେକଳାକାର ସଂଘର ବୈଠକ ପରେ ମିଡ଼ିଆ ଆଗରେ ଏଭଳି ମନ୍ତବ୍ୟ ଦେଇ ବଡ଼ ହଲଚଲ୍ ସୃଷ୍ଟି କରିଛନ୍ତି ବାପି ପଣ୍ଡା । ସଂଘର ନିଷ୍ପତ୍ତି ଆଧାରରେ କହିଛନ୍ତି, କଳାକାର ସଂଘ ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କ ସହ ଅଛି । ଉପୁଜିଥିବା ବିବାଦ ପ୍ରସଙ୍ଗରେ ମାଲିକମାନଙ୍କ ସହ ବୁଝାମଣା ପାଇଁ ଆଲୋଚନା କରିବୁ । ଆଗକୁ ଯଦି ତାଙ୍କ ଉପରୁ ଓଡ଼ିଶା ଯାତ୍ରାପାର୍ଟି ମାଲିକ ସଂଘ ବ୍ୟାନ୍ ନଉଠାଏ, ତା’ହେଲେ ଯାତ୍ରା ବନ୍ଦ ହେବ ବୋଲି ରୋକଠୋକ୍ ଶୁଣାଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଆଜି ଭୁବନେଶ୍ବରରେ ବସିଥିଲା ଯାତ୍ରା କର୍ମଚାରୀ-କଳାକାର ସଂଘର ବୈଠକ । ପୀୟୁଷ ତ୍ରିପାଠୀଙ୍କୁ ଛାଡ଼ି ପହଞ୍ଚିଥିଲେ ଦୈତାରୀ ପଣ୍ଡା, ସୁବାସ ବେହେରା, ନରି ପଣ୍ଡା, ପ୍ରତାପ ମହାନ୍ତି, ଦୟାନିଧି, ନମିତା ଭୂୟାଁ, ମିଟୁନା, ଡଲି ଭୂୟାଁଙ୍କ ଭଳି ବରିଷ୍ଠ କଳାକାର । ଉଠିଥିଲା ନାନା ପ୍ରସଙ୍ଗ । ନରି ଏବଂ ପ୍ରତାପ ମହାନ୍ତିଙ୍କୁ ମାଲିକ ସଂଘର ବ୍ୟାନଠୁ ଆରମ୍ଭ କରି ଦୟାନିଧିଙ୍କ ବିରୋଧରେ ମାଷ୍ଟର ଆସୋସିଏସନର କଟକଣା ଯାଏଁ, ଚାଲିଲା ଆଲୋଚନା ।

୩ ଘଣ୍ଟାର ମାରାଥନ୍ ଚର୍ଚ୍ଚା ପରେ କଳାକାରଙ୍କ ମାନ, ସମ୍ମାନ ଏବଂ ସ୍ବାଭିମାନ ଆଧାରରେ ମାଲିକ ସଂଘ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ସଂଘ । କେବଳ ଏତିକି ନୁହେଁ, ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତନାରାୟଣ ଧଳଙ୍କ ନିର୍ଯାତନାକୁ ନେଇ ବର୍ଷିବା ସହ ଯାଜପୁର ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସଂଘ ପ୍ରଶ୍ନ ଉଠାଇଛି । ନରି ପଣ୍ଡା ଏବଂ ଅନନ୍ତ ଧଳଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି କରିବା ସହ ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଏବଂ ଡିଜିପିଙ୍କ ଦ୍ବାରସ୍ଥ ହେବୁ ବୋଲି କହିଛି ଯାତ୍ରା କର୍ମଚାରୀ-କଳାକାର ସଂଘ ।

ଘଟଣା ସଂପର୍କରେ ଯାଜପୁର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳ, ନରି ପଣ୍ଡାଙ୍କୁ ନିର୍ଯାତନା କି ଆକ୍ରମଣକୁ ଖଣ୍ଡନ କରିଛନ୍ତି । ତା’ସହ ବାପି ପଣ୍ଡା ମୋ ପାଖରେ ଚାକିରି କରିନାହାଁନ୍ତି । ଯଦି ନରି ପଣ୍ଡାଙ୍କୁ ମୁଁ ଟଙ୍କା ଦେଇପାରୁନାହିଁ, ତେବେ ବାପି ପଣ୍ଡା ଦିଅନ୍ତୁ ବୋଲି କହିଛନ୍ତି ।

‘ବ୍ୟାନ୍ ଉଠାଅ, ନଚେତ୍ ଯାତ୍ରା ବନ୍ଦ ।‘ କଳାକାରଙ୍କ ଏଭଳି ଚରମ ନିଷ୍ପତ୍ତି ସଂପର୍କରେ ଯାତ୍ରା ପାର୍ଟି ମାଲିକ ସଂଘ ସଭାପତି କ୍ୟାମେରା ଆଗରେ କିଛି କହିନଥିଲେ ମଧ୍ୟ ଏ ସଂପର୍କରେ ଆଗକୁ ମାଲିକ ସଂଘ ବୈଠକ ବସିବ । ଏଥିରେ ପରବର୍ତ୍ତି କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ:ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

Jatra Party Jatra Artist Jollywood Actors Jollywood Updates
Advertisment
Advertisment