Advertisment

Hanging Bodies Found: ୪ ଦିନ ହେଲା ଭଡ଼ାରେ ଥିଲେ ଯୁବତୀ, ଜଣେ ଯୁବକଙ୍କ ସହ ଘରୁ ମିଳିଲା ଝୁଲନ୍ତା ମୃତଦେହ

ଭଡା ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ୪ ଦିନ ହେବ ଭଡ଼ାରେ ଥିଲେ ଯୁବତୀ । ମାମୁଘର ଗାଁର ଏକ ପୁଅ ସହ ମିଳିଲା ଝୁଲନ୍ତା ମୃତଦେହ । କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଏହି ଘଟଣା ଘଟିଛି ।

author-image
Namita Biswal
ଅଦ୍ୟତନ ହୋଇଛି
Hanging bodies

Hanging bodies

କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଭଡା ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ୪ ଦିନ ହେବ ସେ ଘରେ ଭଡାରେ ରହୁଥିଲେ । କାଲିଠୁ ତାଙ୍କ ଘର କବାଟ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି କବାଟ ଭାଙ୍ଗିବା ପରେ ଯୁବତୀଙ୍କ ସହ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । 

Advertisment

ସୂଚନା ମୁତାବକ, ଖନ୍ଦୋଳ ଗାଁର କ୍ଷୀରୋଦ ଲେଙ୍କାଙ୍କ ଘରେ ଗତ 4 ଦିନ ହେବ ଭଡାରେ ରହୁଥିଲେ ସାଲେପୁର ମାଛୁଆତି ଅଞ୍ଚଳର ଜଣେ ଯୁବତୀ । ସେ ରାଇସୁଙ୍ଗୁଡା ପିଏଚସି ଅଧୀନରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ସେ ରହୁଥିବା ଭଡା ଘର କବାଟ ବନ୍ଦ ରହିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । 

ଅଧିକ ପଢ଼ନ୍ତୁ: ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ

ପୋଲିସ ଆସି କବାଟ ଖୋଲିବାରୁ ଏହି ଯୁବତୀଙ୍କ ସହିତ ତାର ମାମୁଘର ଗାଁ ସାଲେପୁର ବାଲିସମାଳା ଅଞ୍ଚଳର ଜଣେ ଯୁବକ ଗୋଟିଏ ଓଢଣିରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ପ୍ରେମ ସମ୍ପର୍କରୁ ଏଭଳି କରୁଣ ପରିସ୍ଥିତି ହୋଇଥିବା ଚିନ୍ମୟୀର ସମ୍ପର୍କୀୟ କହିଛନ୍ତି । ଘଟଣାର ତଦନ୍ତ ପରେ କାରଣ ଜଣାପଡିବ ବୋଲି କହିଛନ୍ତି ତହସିଲଦାର ।

Advertisment
Lover’s Suicide Cuttack News Hanging Bodies
Advertisment
Related Articles
Advertisment