Advertisment

Labour Death in Bengaluru: ପେଟ ପାଇଁ ଯାଇଥିଲେ ଦାଦନ, ଶବ ହୋଇ ଫେରିଲେ

ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ। ଖବର ପାଇ ଗାଁରେ ପହଞ୍ଚିଥିଲେ ବିଧାୟକ ସଞ୍ଜଲୀ ମୁର୍ମୁ। ସେ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତା’ପରେ ଆଦିବାସୀ ରୀତିନୀତିରେ ଗାଁ ଶ୍ମଶାନରେ ରାମଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ଅଦ୍ୟତନ ହୋଇଛି
Baripada

Baripada

Advertisment

ଗାଁରେ କାମ ମିଳିଲାନି! ପରିବାର ଚଳାଇବା କଷ୍ଟକର ହେଲା। ତେଣୁ ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଇଥିଲେ। ଭାବିଥିଲେ ରୋଜଗାର କରି କିଛି ଆଣିଲେ ପରିବାର ମୁହଁରେ ହସ ଫୁଟାଇବେ। ହେଲେ ଭାଗ୍ୟର ବିଡମ୍ବନା ଦେଖ। ହସ ଫୁଟାଇବା ପରିବର୍ତ୍ତେ, ଲୋହ ସାଗରରେ ଭସାଇ ଦେଇ ଅଫେରା ପଥରେ ଚାଲିଗଲେ ରାମ କିସ୍କୁ। ଆଜି ତାଙ୍କ ମୃତହେଦ ଗାଁକୁ ଫେରିଛି। ତେଣୁ ଶେଷ ଦର୍ଶନ କରିବା ପାଇଁ ଆସିଛନ୍ତି ବିଧାୟକ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର।

Advertisment

କୁଳିଆଣା ବ୍ଲକ୍ ଭୁଆଁଗଡା ଗାଁର ରାମ କିସ୍କୁ। ଗାଁରେ କାମଦାମ କରି ପରିବାର ଚଳାଉଥିଲେ। ପରିବାର କହିଲେ ବୃଦ୍ଧ ବାପା-ମାଆ, ପତ୍ନୀ ଓ ଏକମାତ୍ର ପୁଅ। ଗାଁରେ କାମ ନମିଳିବାରୁ ପେଟ ଚାଖଣ୍ଡକ ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ମାସକ ତଳେ ବାଙ୍ଗାଲୁରୁରେ ଏକ ଫ୍ୟାକ୍ଟ୍ରୀରେ କାମ କରୁଥିଲେ। ସବୁ କିଛି ଠିକଠାକ ଚାଲିଥିଲା। ଭଲ ଦରମା ମିଳୁଥିଲା।

ଗତ ୧୬ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ କୌଣସି କାମରେ ଫ୍ୟାକ୍ଟ୍ରୀରୁ ବାହାରିଥିଲେ ରାମ। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିଲେ ରାମ। ପଥଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାମଙ୍କ ମୃତ୍ୟୁ ପରେ ଡାକ୍ତରଖାନା ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ମୃତଦେହ ଜବତ କରିଥିଲା। ଏଥିସହ ରାମଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା।

Advertisment

ଅଧିକ ପଢନ୍ତୁ : ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀଙ୍କ ଭିଡ...

ରାମଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ ହୋଇଯାଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ଘର ଅଗଣା। କହିବାକୁ ଗଲେ ଗୁରୁବାରଠାରୁ ଘରେ ଚୂଲି ଜଳୁନି। ଆଖିରୁ ଲୁହ ଶୁଖୁନି। ସେପଟେ ଦେଖିବାକୁ ଗଲେ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ରାମ। ତାଙ୍କ ମୃତ୍ୟୁରେ ପରିବାର କେମିତି ଚଳିବ? ସୁଦୂର ବାଙ୍ଗାଲୁରୁରୁ ରାମଙ୍କ ମୃତଦେହ କେମିତି ଗାଁକୁ ଆସିବ, ସେହି ଚିନ୍ତାରେ ଯାଇଥିଲେ।

Advertisment

ଅଧିକ ପଢନ୍ତୁ : ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

ଦାଦନ ଖଟିବାକୁ ଯାଇ ବାଙ୍ଗାଲୁରୁରେ ରାମଙ୍କ ମୃତ୍ୟୁ ହୋଇଛି ଓ ମୃତଦେହ ଗାଁକୁ ଫେରିପାରୁ ନାହିଁ। କୌଣସି ସୂତ୍ରରୁ ଖବର ପାଇଥିଲେ ବିଧାୟକ ସଞ୍ଜଲୀ ମୁର୍ମୁ। ସେ ବ୍ୟକ୍ତିଗତ ଭାବେ ଏଥିପାଇଁ ଉଦ୍ୟମ କରିଥିଲେ। ରାମଙ୍କ ମୃତଦେହ ଆଣିବା ପାଇଁ ବାଙ୍ଗାଲୁରୁ ପ୍ରଶାସନ ସହିତ କଥା ହୋଇଥିଲେ। ତା’ପରେ ରାମଙ୍କ ମୃତଦେହ ଆଜି ଗାଁରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁସାରେ ରାମଙ୍କ ମୃତଦେହ ବାଙ୍ଗାରୁଲୁରୁ ବିମାନରେ ଭୁବନେଶ୍ବର ଆସିଥିଲା। ଏଠାରୁ ରାମଙ୍କ ଜନ୍ମ ମାଟି ମୟୂରଭଞ୍ଜ ଆସିଛି।

ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ। ଖବର ପାଇ ଗାଁରେ ପହଞ୍ଚିଥିଲେ ବିଧାୟକ ସଞ୍ଜଲୀ ମୁର୍ମୁ। ସେ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତା’ପରେ ଆଦିବାସୀ ରୀତିନୀତିରେ ଗାଁ ଶ୍ମଶାନରେ ରାମଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଯେଉଁ ଗାଁରେ ଜନ୍ମ ହୋଇଥିଲେ, ଆଜି ସେଠି ଜଳିଲା ରାମଙ୍କ ଜୁଈ।

Mayurbhanj BJP Migrant Labourers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ