Advertisment

Rajya Sabha By-Election: ରାଜ୍ୟସଭା ଉପନିର୍ବାଚନ: ବାହାରିଲା ବିଜ୍ଞପ୍ତି, ଡିସେମ୍ବର ୨୦ରେ ହେବ ଭୋଟ୍ ଗ୍ରହଣ

ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦, ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।

ଅଦ୍ୟତନ ହୋଇଛି
Rajya Sabha By-Election

Rajya Sabha By-Election

Advertisment

ବଡ଼ ଖବର । ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦, ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୩ ସୁଦ୍ଧା ପାର୍ଥିପତ୍ର ପ୍ରତ୍ୟାହାର, ୨୦ରେ ହେବ ଭୋଟ୍ ଗ୍ରହଣ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ହେବ ନିର୍ବାଚନ । ରାଜ୍ୟସଭାରୁ ସାଂସଦ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ହେବ । 

Advertisment

ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଥିଲେ ।  ଶାସନ ଗାଦିରୁ ବିଜେଡି ହଟିବା ପରେ ଏବେ ବଳ ପାଉଛନ୍ତି ଅସନ୍ତୁଷ୍ଟ ସାଂସଦ । ଆଉ ଏହାରି ଭିତରେ ବିଜେପି ସାଂସଦ ମମତା ମହାନ୍ତଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଥିଲା । ମମତା ନୂଆ ସମୀକରଣ ଆଡକୁ ଇଙ୍ଗିତ କରି କହିଛନ୍ତି, ଏକଛତ୍ରବାଦ ଶାସନ ଯୋଗୁ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ସମୟ ଆସିଲେ ସବୁ ଜଣାପଡିବ। ମୋ ପରେ ସୁଜିତ କୁମାର ଦଳ ଛାଡିଲେ, ଆଗକୁ ଆହୁରି ଆସିପାରନ୍ତି ବୋଲି କହିଥିଲେ ।

ଅଧିକ ପଢନ୍ତୁ:ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, କ’ଣ କହୁଛନ୍ତି ରାଜନୈତିକ ସମୀକ୍ଷକ...

Advertisment

ପ୍ରଶ୍ନ ଉଠୁଛି କାହିଁକି ଦୁଇ ଦୁଇ ଜଣ ବିଜେଡି ସାଂସଦ ଦଳ ଛାଡ଼ିଲେ ? ମମତା ମହାନ୍ତ, କିଛିଦିନ ତଳେ ବିଜେଡି ଛାଡିବା ବେଳେ ଦଳରେ ବବି-ପାଣ୍ଡିଆନଙ୍କ ଏକଛତ୍ରବାଦ କଥା ଉଠାଇ ବର୍ଷିଥିଲେ । ଏପରିକି ତାଙ୍କୁ ରାଜ୍ୟସଭାରୁ କାଢି ଅଣାଯିବ ବୋଲି କୁଆଡେ ବବି ଧମକ ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ । ଏବେ ସୁଜିତ କୁମାର ଉଭୟ ନେତାଙ୍କ ନାଁ ନେଇନଥିଲେ ମଧ୍ୟଅନୁରୂପ ଅଭିଯୋଗ ଆଣି କହିଥିଲେ ଯେ, ତାଙ୍କୁ ରାଜ୍ୟସଭାରୁ କାଢ଼ି ଦିଆଯିବା ସହ ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ ବୋଲି କଳାହାଣ୍ଡି ଆସି ବିଜେଡିର ଜଣେ ରାଜ୍ୟସ୍ତରୀୟ ନେତା ଧମକାଇଥିଲେ।

ଅନ୍ୟପଟେ ଚର୍ଚ୍ଚା ହେଉଛି ବିଜେପିର ଏହା ହେଉଛି ଷ୍ଟ୍ରାଟେଜି । ଯେହେତୁ ରାଜ୍ୟସଭାରେ ବିଜେପି ନିଜ ସଂଖ୍ୟା ବଢ଼ାଇବାକୁ ଚାହୁଁଛି, ସେଥିପାଇଁ ବିଜେଡି ସାଂସଦଙ୍କୁ ଟାର୍ଗେଟ୍ କରୁଥିବା କୁହାଯାଉଛି । ଅନ୍ୟପକ୍ଷରେ ୨୪ ବିପର୍ଯ୍ୟୟ ପରେ ବିଜେଡି, କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଆପଣାଇବାରୁ ବିଜେପି କାଉଣ୍ଟର ଷ୍ଟ୍ରାଟେଜି ଆପଣାଇ ଥାଇପାରେ । ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ବିଜେଡିର ଆହୁରି କିଛି ଅସନ୍ତୁଷ୍ଟ ସାଂସଦ ବି ଦଳ ଛାଡ଼ିବାକୁ ପ୍ରସ୍ତୁତ। ତେବେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ଦଳୀୟ ସାଂସଦ । ଏବେ ଦେଖିବାର କଥା ହେଉଛି ଯେଉଁ ଟ୍ରେଣ୍ଡ ବିଜେଡିରେ ଆରମ୍ଭ ହୋଇଛି ତାହା ଆଗକୁ ବି ଚାଲୁଛି ନା ସେଥିରେ ବ୍ରେକ୍ ଲାଗୁଛି ।

Advertisment

ଅଧିକ ପଢନ୍ତୁ:ପୂର୍ବ ଭାରତ ବିଜୟ ଲକ୍ଷ୍ୟରେ, ଓଡ଼ିଶା ହେଲା କି ମୋଦିଙ୍କ ପ୍ରୟୋଗଶାଳା?

Rajya Sabha By-election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ