Advertisment

KIIT Student Death Case: ‘ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି...ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି’

୯୦ ପ୍ରତିଶତ ନେପାଳୀ ପିଲା ଘରକୁ ପଳାଇ ଯାଇଛନ୍ତି । ଏବେ ଫେରିବା ପାଇଁ ମୋବାଇଲ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି । ଯେ ପର୍ଯ୍ୟନ୍ତ ସୁରକ୍ଷିତ ଅନୁଭବ କରିନୁ, ସେପର୍ଯ୍ୟନ୍ତ ହଷ୍ଟେଲ ଫେରିବୁ ନାହିଁ ବୋଲି ଗଣମାଧ୍ୟମ ସାମ୍ନାରେ ଛାତ୍ରଛାତ୍ରୀ କହିଥିଲେ ।

‘ହଷ୍ଟେଲ ଫେରିବାକୁ ଡର ଲାଗୁଛି’

‘ହଷ୍ଟେଲ ଫେରିବାକୁ ଡର ଲାଗୁଛି’

Advertisment

‘ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି । ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି । ‘କିଟ୍’ ଛାତ୍ରୀ ମୃତ୍ୟୁ ପରବର୍ତ୍ତୀ ଘଟଣା ନେଇ ନେପାଳୀ ଛାତ୍ରଛାତ୍ରୀ ଅସହାୟ ହୋଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସେଦିନର ଘଟଣା ପରଠୁ ନିଜକୁ ସୁରକ୍ଷିତ ମଣୁନାହୁଁ । କାରଣ ଆମକୁ ମାଡ଼ ମରାଯାଇଛି । ବାଉନସର, କିଟ୍ ଗାର୍ଡ, ଅଧ୍ୟାପକ ସମସ୍ତେ ପିଟି ବିଦା କରିଦେଲେ । ଏପରିକି ବସ୍‌ରେ ପୂରାଇ ଜବରଦସ୍ତ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ୍ ପଠାଇଲେ । ୯୦ ପ୍ରତିଶତ ନେପାଳୀ ପିଲା ଘରକୁ ପଳାଇ ଯାଇଛନ୍ତି । ଏବେ ଫେରିବା ପାଇଁ ମୋବାଇଲ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି । ଯେ ପର୍ଯ୍ୟନ୍ତ ସୁରକ୍ଷିତ ଅନୁଭବ କରିନୁ, ସେପର୍ଯ୍ୟନ୍ତ ହଷ୍ଟେଲ ଫେରିବୁ ନାହିଁ ବୋଲି ଗଣମାଧ୍ୟମ ସାମ୍ନାରେ ଛାତ୍ରଛାତ୍ରୀ କହିଥିଲେ ।

Advertisment

ଅଧିକ ପଢ଼ନ୍ତୁ: KIIT କ୍ୟାଂପସରେ ସାଂଘାତିକ ସୁଇସାଇଡ୍ ଟ୍ରେଣ୍ଡ; ପାଲଟିଛି କି ମୌତ୍ କା କୁଆଁ ?

ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଭୟଙ୍କର ସନ୍ଦେହ ଘେରରେ କିଟ୍ । କ୍ୟାମ୍ପସରେ ଏବେ ବି ଉତ୍ତେଜନା ଲାଗି ରହିଥିବା ବେଳେ, କିଟ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ଅନେକ ଚାଞ୍ଚଲ୍ୟକର ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । ଅଭିଯୋଗ କରିଛନ୍ତି- ଲେଡିଜ୍ ହଷ୍ଟେଲ ରୁମରେ ଛାତ୍ରୀଙ୍କ ମୃତଦେହ ମିଳିବା ପରେ, ପୋଲିସକୁ ପ୍ରଥମେ ଖବର ଦେଇନଥିଲେ ହଷ୍ଟେଲ କର୍ତ୍ତୃପକ୍ଷ । ମୃତଦେହକୁ ହଷ୍ଟେଲରୁ ସେଣ୍ଟ୍ରାଲ ଲାଇବ୍ରେରୀକୁ ଅଣାଯାଇଥିଲା । ଛାତ୍ରୀଙ୍କ ମୋବାଇଲ୍ ଓ ଲାପଟପ୍‌କୁ ହଷ୍ଟେଲ କର୍ତ୍ତୃପକ୍ଷ ନେଇଯାଇଥିଲେ । ପୋଲିସ ଆସିବା ଆଗରୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ ଉଦ୍ୟମ କରାଯାଇ ଥାଇପାରେ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Advertisment

ଆଉ ଏକ କଥା ହେଉଛି- ଘଟଣା ବେଳେ ଅଧିକାଂଶ ଛାତ୍ରଛାତ୍ରୀ କିଟ୍ ଫେଷ୍ଟ୍ ପାଇଁ ଉତ୍ସବ ସ୍ଥଳରେ ଥିଲେ । ତେଣୁ ଏହାର ସୁଯୋଗ ନେଇ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ କି କିଟ୍ କର୍ତ୍ତୃପକ୍ଷ ? ଏହାର ପର୍ଦ୍ଦାଫାସ କରିଦେଲେ କି ଛାତ୍ରଛାତ୍ରୀ ? ମୃତଦେହ ଠାବ ପରେ କାହିଁକି ତୁରନ୍ତ ପୋଲିସକୁ ଖବର ଦିଆଯାଇନଥିଲା ? କାହିଁକି ପୋଲିସ ଅନୁପସ୍ଥିତିରେ ମୃତଦେହକୁ ସ୍ଥାନାନ୍ତର କରାଗଲା ? ପୋଲିସ ଆସିବା ଆଗରୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ କରିଦିଆଯାଇନି ତ ? ସନ୍ଦେହ କରାଯାଉଛି, ପ୍ରମାଣ ନଷ୍ଟ ଉଦ୍ୟମ ଆଶଙ୍କା କରି ଘଟଣା ଦିନ ରାତିରେ ଫରେନ୍ସିକ ରିପୋର୍ଟ ନଆସିବା ଯାଏଁ ଆନ୍ଦୋଳନରୁ ହଟିବେନି ବୋଲି ଅଡ଼ି ବସିଥିଲେ ଛାତ୍ରଛାତ୍ରୀ । ଆଉ ବୋଧହୁଏ ସେଥିପାଇଁ ଭୟଭୀତ ହୋଇ ପିଲାଙ୍କ ଉପରେ ବଳପ୍ରୟୋଗ କରିବାକୁ ପଛାଇନଥିଲେ କିଟ୍ କର୍ତ୍ତୃପକ୍ଷ ।

ସେପଟେ ନେପାଳର ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର, ସୁରକ୍ଷାକର୍ମୀଙ୍କ ଦ୍ବାରା ମାଡ଼, ହଷ୍ଟେଲରୁ ଜୋରଜବରଦସ୍ତ ତଡ଼ିଦେବା ଘଟଣାକୁ ନେଇ ବି ଜାରି ରହିଛି ପ୍ରତିବାଦ। ପୀଡ଼ିତାଙ୍କୁ ନ୍ୟାୟ ଓ ଦୁର୍ବ୍ୟବହାରକାରୀ କର୍ମଚାରୀଙ୍କ କ୍ଷମାପ୍ରାର୍ଥନା ଦାବିରେ, ପ୍ରଚଣ୍ଡ ଖରାରେ ବସି ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ । ହଷ୍ଟେଲ ୱାର୍ଡେନ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

Advertisment

ସେହିପରି ପିଲା ଗୋଟାଇବା ପାଇଁ ନେପାଳକୁ ଯାଇ କିପରି ଅଭିଭାବକଙ୍କୁ ଲୋଭ ଦେଖାଉଥିଲା କିଟ୍। ଏହାର ଗୁମର ଖୋଲିଛନ୍ତି ମୃତ ଛାତ୍ରୀଙ୍କ ବାପା। କହିଛନ୍ତି, କିଟ୍ ପକ୍ଷରୁ ନେପାଳରେ ଅନେକ ଥର କାର୍ଯ୍ୟକ୍ରମ କରାଯାଇ, ଆମ କଲେଜରେ ପଢିଲେ ଭଲ ସ୍କୋପ୍ ଅଛି ବୋଲି କହିକି ଡାକି ଆଣିଥିଲେ। ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ, ସୁରକ୍ଷା ବ୍ୟବସ୍ଥା ଭଲ ବୋଲି କହୁଥିଲେ। ହେଲେ ଏତେ ଦୂରକୁ ଆସି ପଢ଼ିବା ପରେ ପିଲାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି। ମୋ ଝିଅ ସାଙ୍ଗରେ ଯାହା ହେଲା, ତାହା ଅନ୍ୟ କାହା ସହ ନହେଉ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: କୁତ୍ସିତ କାରନାମା, ନ୍ୟାୟ ମାଗୁଛି 'କିଟ୍' ପୀଡ଼ିତା; ଭୟଙ୍କର ସନ୍ଦେହ ଘେରରେ କର୍ତ୍ତୃପକ୍ଷ

Bhubaneswar KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ