maoist
ନକ୍ସଲ ନିପାତ ଅଭିଯାନ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ୍’ କୁ ଜୋରଦାର କରାଯାଉଛି। ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟରେ ନକ୍ସଲ ନିପାତ ପାଇଁ ଏହି ଅଭିଯାନ ଚରମରେ ଥିବା ବେଳେ, ଛତିଶଗଡ଼ ଜଙ୍ଗଲରୁ ଓଡ଼ିଶା ମୁହାଁ ହେଉଛନ୍ତି ମାଓବାଦୀ। କମ୍ବିଂ ଅପରେସନ ବେଳେ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ ସୁରାକ। ଓଡ଼ିଶା-ଛତିଶଗଡ଼ ସୀମାରେ ଠାବ ହୋଇଛି ମାଓ କ୍ୟାମ୍ପ। ମାଓ କ୍ୟାମ୍ପ ନିକଟରେ ମିଳିଛି ୧୦ କେଜି IED ବିସ୍ଫୋରକ ସାମଗ୍ରୀ। ଯାହାକୁ ତତକ୍ଷଣାତ୍ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ।
ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ
ସୂଚନାଯୋଗ୍ୟ, CRPF ଓ ଛତିଶଗଡ଼ ପୋଲିସର ମିଳିତ ଟିମ ଏହି ଅପରେସନରେ ସାମିଲ ଥିଲେ। CRPF ୬୫ ବାଟାଲିୟନ ଓ ଛତିଶଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଓଡ଼ିଶା- ଛତିଶଗଡ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଯୁଗାଡ଼ ଥାନା ଗୌରମୁଣ୍ଡ ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର କରାଯାଇଥିଲା। କମ୍ବିଂ ଅପରେସନ ବେଳେ ଗୌରମୁଣ୍ଡ ଜଙ୍ଗଲରେ ପାଞ୍ଚ ପାଞ୍ଚ କିଲୋଗ୍ରାମ ଓଜନର ୨ଟି IED ସହ ସୋଲାର୍ ପ୍ଲେଟ୍, ତାର ଓ ବାସନ ଆଦି ମିଳିଛି। ସୁରକ୍ଷା ବାହିନୀ ସେହି ଜଙ୍ଗଲରେ ହିଁ ୨ଟି ଯାକ IEDକୁ ନିଷ୍କ୍ରିୟ କରିଛନ୍ତି। ଏବେ ବି କମ୍ବିଂ ଅପରେସନ ଜୋରଦାର କରାଯାଉଥିବା ଗରିଆବନ୍ଧ ଏସପି ନିଖିଲ ରାଖେଚା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/maoist_1747629202.jpg)